Advertisment

Stampede in Temple: ମନ୍ଦିରରେ ଭୟଙ୍କରେ ଦଳାଚକଟା: ୯ ଶ୍ରଦ୍ଧାଳୁ ମୃତ, ଅନେକ ଆହତ

ମନ୍ଦିର ପରିସରରେ ଅନେକ ଶ୍ରଦ୍ଧାଳୁ ନିସ୍ତେଜ ହୋଇ ପଡ଼ି ରହିଥିବା ଦେଖିବାକୁ ମିଳିଛି। କିଛି ଲୋକ ନିଜର ପ୍ରିୟଜନଙ୍କୁ ହରାଇ ମନ୍ଦିର ଭିତରେ ହିଁ ଚିତ୍କାର କରିବାରେ ଲାଗିଛନ୍ତି। ଜଣେ ମହିଳା ତାଙ୍କ ମୃତ ଛୋଟ ପୁଅକୁ ଉଠାଇବାକୁ ହେଉଥିବା ବିକଳ ଚିତ୍ର ସମସ୍ତଙ୍କୁ ଆନ୍ଦୋଳିତ କରିଛି।

Temple

ଘଟଣାସ୍ଥଳର ଦୃଶ୍ୟ

Advertisment

ଆନ୍ଧ୍ର ପ୍ରଦେଶ(Andhra Pradesh)ର ଶ୍ରୀକାକୁଲମ ଜିଲ୍ଲା କାସିବୁଗା ଠାରେ ଥିବା ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଭୟଙ୍କର ଦଳାଚକାଟା। ମନ୍ଦିରରେ ହୋଇଥିବା ଦଳାଚକଟା ଯୋଗୁ ବର୍ତ୍ତମାନ ସୁଦ୍ଧା ୯ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ରହିଛନ୍ତି। 

Advertisment

ଅନେକ ଶ୍ରଦ୍ଧାଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ଏବେ ବି ଉଦ୍ଧାର କାର୍ଯ୍ୟ ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଏସବୁ ଭିତରେ ବିଚଳିତ କରିବା ଭଳି ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି। ମନ୍ଦିର ପରିସରରେ ଅନେକ ଶ୍ରଦ୍ଧାଳୁ ନିସ୍ତେଜ ହୋଇ ପଡ଼ି ରହିଥିବା ଦେଖିବାକୁ ମିଳିଛି। କିଛି ଲୋକ ନିଜର ପ୍ରିୟଜନଙ୍କୁ ହରାଇ ମନ୍ଦିର ଭିତରେ ହିଁ ଚିତ୍କାର କରିବାରେ ଲାଗିଛନ୍ତି। ଜଣେ ମହିଳା ତାଙ୍କ ମୃତ ଛୋଟ ପୁଅକୁ ଉଠାଇବାକୁ ହେଉଥିବା ବିକଳ ଚିତ୍ର ସମସ୍ତଙ୍କୁ ଆନ୍ଦୋଳିତ କରିଛି। 

Advertisment

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏକାଦଶୀ ଉପଲକ୍ଷେ ଆଜି ମନ୍ଦିରରେ ପ୍ରବଳ ଭିଡ଼ ହୋଇଥିଲା। ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅଧିକ ଥିବାରୁ ଠେଲାପେଲା ହୋଇଥିଲା। ଏହି ସମୟରେ ଦଳାଚକାଟା(Stampede) ସ୍ଥିତି ଦେଖିବାକୁ ମିଳିଛି। ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଦଳାଚକଟା ସମ୍ପର୍କରେ ଖବର ପାଇ ପୁଲିସ୍‌ ଓ ଜରୁରୀ ସେବାରେ ଥିବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଛନ୍ତି। ରାଜ୍ୟ କୃଷି ମନ୍ତ୍ରୀ କେ ଅତଚନ ନାଇଡୁ ଘଟଣା ପରେ ତୁରନ୍ତ ମନ୍ଦିରରେ ପହଞ୍ଚି ସ୍ଥିତି ଆକଳନ କରିଛନ୍ତି। ରିଲିଫ କାର୍ଯ୍ୟକୁ ତ୍ୱାରାନ୍ୱିତ ଓ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ପୁଲିସ୍‌ ଫୋର୍ସକୁ ମତୟନ କରାଯାଇଛି। 

ଦଳାଚକଟା ଘଟଣାରେ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ଜୀବନ ଯିବା ଅତ୍ୟନ୍ତ ଦୃଦୟବିଦାରକ ବୋଲି ସେ କହିଛନ୍ତି। ମୃକଙ୍କ ପରିବାର ବର୍ଗଙ୍କ ପ୍ରତି ସେ ଶୋକ ପ୍ରକାଶ କରିବା ସହ ଆହତଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। 

Andhra Pradesh Stampede
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe