Advertisment

ଆଇଇଡି ଲଗାଇ ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଉଡ଼ାଇ ଦେଲେ ନକ୍ସଲ: ୮ ଯବାନ ସହିଦ, ଡ୍ରାଇଭର ମୃତ

ସୁରକ୍ଷାକର୍ମୀଙ୍କ ସ୍କର୍ପିଓକୁ ସେମାନେ ଆଇଇଡି ବିସ୍ଫୋରଣ ଦ୍ୱାରା ଉଡ଼ାଇ ଦେଇଛନ୍ତି। ଏଥିରେ ୮ ଜଣ ଯବାନ ସହିଦ ହୋଇଥିବା ବେଳେ ଗାଡ଼ି ଡ୍ରାଇଭର ବି ପ୍ରାଣ ହରାଇଛନ୍ତି।

author-image
Hemant Lenka
Jawan

Jawan

ଛତିଶଗଡ଼ର ବିଜାପୁରରେ ଭୟଙ୍କର ବିସ୍ଫୋରଣ କରିଛନ୍ତି ନକ୍ସଲ। ଅପରେସନରୁ ଫେରୁଥିବା ସୁରକ୍ଷାକର୍ମୀଙ୍କ ସ୍କର୍ପିଓକୁ ସେମାନେ ଆଇଇଡି ବିସ୍ଫୋରଣ ଦ୍ୱାରା ଉଡ଼ାଇ ଦେଇଛନ୍ତି। ଏଥିରେ ୮ ଜଣ ଯବାନ ସହିଦ ହୋଇଥିବା ବେଳେ ଗାଡ଼ି ଡ୍ରାଇଭର ବି ପ୍ରାଣ ହରାଇଛନ୍ତି। ଗାଡ଼ିଟି ମଧ୍ୟ ପୂରା ଛିନଛତ୍ର ହୋଇଯାଇଛି।

Advertisment

ବସ୍ତର ଆଇଜିଙ୍କ ସୂଚନା ଅନୁସାରେ, ଡିଆରଜି ଯବାନମାନେ ଗୋଟିଏ ସ୍ୱତନ୍ତ୍ର ଅପରେସନରେ ଯାଇଥିଲେ। ଦାନ୍ତେୱାଡା, ନରାୟଣପୁର ଓ ବିଜାପୁରରେ ଅପରେସନ ସାରି କ୍ୟାମ୍ପକୁ ଫେରୁଥିଲେ। ତେବେ କୁଟ୍ରୁ ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ଆମ୍ବେଲି ଗାଁ ନିକଟରେ ଅଘଟଣ ଘଟିଛି।

ଅପରାହ୍ଣ ପ୍ରାୟ ୨.୧୫ ମିନିଟରେ ଯବାନମାନଙ୍କ ଗାଡ଼ିକୁ ଟାର୍ଗେଟ କରି ମାଓବାଦୀମାନେ ଭୟଙ୍କର ଆଇଇଡି ବିସ୍ଫୋରଣ କରିଛନ୍ତି। ଫଳରେ ଗାଡ଼ିରେ ଥିବା ସମସ୍ତ ୮ ଯବାନ ଓ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ବୋଲି ସେ କହିଛନ୍ତି।

Advertisment

ଏହାପୂର୍ବରୁ ଅବୁଜହମାଦ ରିଜନରେ ସୁରକ୍ଷାକର୍ମୀମାନେ କରିଥିବା ଅପରେସନରେ ୫ ଜଣ ନକ୍ସଲ ନିହତ ହୋଇଥିଲେ। ଏମାନଙ୍କ ମଧ୍ୟରେ ୨ ଜଣ ମହିଳା କ୍ୟାଡର ରହିଥିଲେ। ଏହି ଘଟଣା ପରେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରିଛନ୍ତି।

Chhattisgarh Naxal Attack Naxal