Advertisment

ବାଣ ଗୋଦାମରେ ବିସ୍ଫୋରଣ, ୯ ମୃତ

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ନିକଟରେ ଥିବା ଚାରିଟି କୋଠା ନଷ୍ଟ ହୋଇଯାଇଛି।

ଅଦ୍ୟତନ ହୋଇଛି
 cracker factory blast

cracker factory blast

Advertisment

ତାମିଲନାଡୁର ଏକ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ଆଜି ସକାଳେ ବିରୁଧୁନଗରରେ ଏହି ଅଘଟଣ ଘଟିଛି। 

Advertisment

ପୁଲିସର କହିବା ଅନୁସାରେ, କାରଖାନାର ରାସାୟନିକ ମିଶ୍ରଣ ସ୍ଥାନରେ ପ୍ରଥମେ ବିସ୍ଫୋରଣ ଘଟିଥିଲା। ଏହାପରେ ଚାରିଆଡକୁ ନିଆଁ ବ୍ୟାପି ଯାଇଥିଲା। ବିସ୍ଫୋରଣ ବେଳେ ସାତ ଜଣଙ୍କର ମୃତ୍ୟୁ ଘଟିଥିଲା।ଡାକ୍ତରଖାନା ନେବା ବାଟରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି।

ବିସ୍ଫୋରଣ ଘଟିଥିବା କାରଖାନା ବିଜୟ ନାମକ ଜଣେ ବ୍ୟକ୍ତିଙ୍କର। କାରଖାନା ଲାଇସେନ୍ସ ପ୍ରାପ୍ତ କି ନୁହେଁ, ସଠିକ୍ ନିୟମ ପାଳନ ହେଉଥିଲା କି ନାହିଁ, ଏସବୁ ବାବଦରେ ତଦନ୍ତ ଚାଲିଥିବା ପୁଲିସ କହିଛି।

Advertisment

ସ୍ଥାନୀୟ ଲୋକ କହିଛନ୍ତି ଯେ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବିରାଟ ଶବ୍ଦ ହୋଇଥିଲା।କାରଖାନା ନିକଟରେ ଥିବା ଚାରୋଟି ବିଲ୍ଡିଂ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ନିଆଁକୁ ଆୟତ୍ତ କରିଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ପ୍ରକାଶ ଥାଉ କି, ନିକଟରେ ରାଜ୍ୟରେ ଏପରିପରି ଏକ ସମାନ ଘଟଣା ଘଟିଥିଲା। କୃଷ୍ଣଗିରିର ଏକ ବାଣ ତିଆରି କାରଖାନାରେ ବିସ୍ଫୋରଣ ଘଟି ତିନିଜଣ ମହିଳାଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିସହ ଅନେକ ଲୋକ ଆହତ ହୋଇଥିଲେ। 

Firecracker Blast Firecracker Factory Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe