Advertisment

ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ, ୧୧ ମୃତ

ମୃତକଙ୍କ ମଧ୍ୟରେ ୯ ଜଣ ମହିଳା ଅଛନ୍ତି।

author-image
Madhupriya Mistry
Firecracker Explosions

Firecracker Explosions

ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ। ଚାଲିଗଲା ୧୧ ଜଣଙ୍କ ଜୀବନ। ଏଭଳି କିଛି ଅଘଟଣ ଘଟିଛି ତାମିଲନାଡୁର ଶିବକାଶୀରେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

Advertisment

ସୂଚନା ମୁତାବକ, ଶିବକାଶୀର ବିରୁଧୁନଗରର କମ୍ମାପଟ୍ଟିଗାଁରେ ଥିବା ଦୁଇଟି ବାଣ ଗୋଦାମରେ ବିସ୍ଫୋରଣ ହୋଇଛି। ଏଥିରେ ମୋଟ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୯ ଜଣ ମହିଳା ଅଛନ୍ତି। ସେହିପରି ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନେ ସମସ୍ତେ ଉକ୍ତ ଗୋଦାମରେ କାମ କରୁଥିବା ସନ୍ଦେହ କରାଯାଉଛି।

ପୁଲିସର କହିବା ମୁତାବକ, ବାରୁଦ ଟେଷ୍ଟ ବେଳେ ଏହି ବିସ୍ଫୋରଣ ଘଟିଛି। ଏହି ଘଟଣାର ତଦନ୍ତ ଜାରି ରହିଛି। ଉକ୍ତ ଗୋଦାମ ପାଖରେ ଉପଯୁକ୍ତ ଲାଇସେନ୍ସ ଥିବା ପୁଲିସ କହିଛି।

Advertisment

ସେପଟେ ଏହି ଦୁର୍ଘଟଣାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ୍‌ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ସେହିପରି ଆହତଙ୍କୁ ଯେପରି ଉପଯୁକ୍ତ ଚିକିତ୍ସା ମିଳିବ ସେଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Firecracker Explosion Firecracker Factory Blast