Advertisment

ଟଙ୍କା ଲୋଭ କାଳ ହେଲା; ୯ ବର୍ଷର ନାବାଳକକୁ ମାରି ବନ୍ଧା ହେଲା ୧୫ ବର୍ଷୀୟ ନାବାଳକ

ନିଜ ଘରର ଆର୍ଥିକ ଦୁରାବସ୍ଥାକୁ ସୁଧାରିବାକୁ ୧୫ ବର୍ଷୀୟ ନାବାଳକ ଘଟାଇଲା ନାରକୀୟ କାଣ୍ଡ। ଟଙ୍କା ଲୋଭରେ ଜଣେ ୯ ବର୍ଷର ନାବାଳକକୁ ଅପହରଣ କରି ଶେଷରେ ହତ୍ୟା କରିବାକୁ ପଛାଇଲା ନାହିଁ।

ଅଦ୍ୟତନ ହୋଇଛି
Murder

Murder

Advertisment

ନିଜ ଘରର ଆର୍ଥିକ ଦୁରାବସ୍ଥାକୁ ସୁଧାରିବାକୁ ୧୫ ବର୍ଷୀୟ ନାବାଳକ ଘଟାଇଲା ନାରକୀୟ କାଣ୍ଡ। ଟଙ୍କା ଲୋଭରେ ଜଣେ ୯ ବର୍ଷର ନାବାଳକକୁ ଅପହରଣ କରି ଶେଷରେ ହତ୍ୟା କରିବାକୁ ପଛାଇଲା ନାହିଁ। ଏପରି ଏକ ଜଘନ୍ୟ କାଣ୍ଡ ହରିୟାଣାର ସୋନିପଥରେ ଘଟିଛି। ପୁଲିସ୍‌ ଅଭିଯୁକ୍ତ ନାବାଳକକୁ ଗିରଫ କରିଥିବା ବେଳେ ସେ ନିଜ ଦୋଷ ସ୍ୱୀକାର କରିଛି।

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ଅଭିଯୁକ୍ତଜଣକ ନାବାଳକଙ୍କୁ ଅପହରଣ କରିନେଇ ତାଙ୍କ ପରିବାରଠୁ ୬ ଲକ୍ଷ ଟଙ୍କା ଦାବି କରିଥିଲା। ମାତ୍ର ଏନେଇ ପୁଲିସ୍‌ ଖବର ପାଇ ଖୋଳତାଡ଼ ଆରମ୍ଭ କରିବାରୁ ଏଥିରେ ଭୟଭୀତ ହୋଇ ଅଭିଯୁକ୍ତଜଣକ ନାବାଳକକୁ ହତ୍ୟା କରି ଏକ ପାଣି ଟାଙ୍କିରେ ଫୋପାଡ଼ି ଦେଇଥିଲା।

ପୁଲିସ୍‌ ବହୁ ଖୋଜାଖୋଜି ପରେ ପାଣି ଟାଙ୍କିରୁ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରିଥିଲା। ମୃତଦେହରେ ବହୁ ସ୍ଥାନରେ କ୍ଷତ ଚିହ୍ନ ଥିବା ଜଣାଯାଇଛି। ପୁଲିସ୍‌ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦେଇଛି।

Advertisment

ଏହାପରେ ସିସିଟିଭି ଯାଞ୍ଚରୁ ଘଟଣା ପୂର୍ବରୁ ନାବାଳକଜଣକ ଅଭିଯୁକ୍ତ ସହ ବୁଲୁଥିବା ଦେଖିବାକୁ ମିଳିଥିଲା। ପୁଲିସ୍‌ ଅଭିଯୁକ୍ତକୁ ଉଠାଇ ଆଣି ପଚରାଉଚରା କରିବାରୁ ସେ ସବୁ ସତ କଥା ମାନି ଯାଇଥିଲା। ଏପରିକି ଘରର ଅବସ୍ଥା ଭଲ ନ ଥିବାରୁ ସହଜରେ ଟଙ୍କା ରୋଜଗାର ପାଇଁ ଏପରି କରିଥିବା ସ୍ୱୀକାର କଲା। ଏହାପରେ ପୁଲିସ୍‌ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Murder Haryana News Child Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe