Advertisment

ପାଠ ପଢ଼ିବାକୁ କହିବାରୁ ଝୁଲି ପଡ଼ିଲେ ୯ ବର୍ଷର ଇନଷ୍ଟା କୁଇନ୍‌

ପ୍ରତିକ୍ଷା ସାଙ୍ଗମାନଙ୍କ ସହ ଘର ପାଖରେ ଖେଳୁଥିଲେ। ଏହାଦେଖି ଘରକୁ ଯାଇ ପାଠ ପଢ଼ିବାକୁ ତାଙ୍କ ବାପା କୃଷ୍ଣମୂର୍ତ୍ତି କହିଥିଲେ।

ଅଦ୍ୟତନ ହୋଇଛି
TikTok Star

TikTok Star

Advertisment

ସାଙ୍ଗଙ୍କ ସହ ଖେଳୁଥିବା ଝିଅକୁ ବାପା ପାଠ ପ‍‍ଢ଼ିବାକୁ କହି ଦେବାରୁ ଝିଅ ନେଲା ଚରମ ପଦକ୍ଷେପ । ଘରକୁ ଫେରି ବେକରେ ରଶି ଲଗାଇ ଝୁଲି ପଡ଼ିଲା ନାବାଳିକା। ଏପରି ଏକ ଅଭାବନୀୟ ଘଟଣା ତାମିଲନାଡ଼ୁର ପେରିୟାକୁପ୍ପମରେ ଘଟିଛି। ନାବାଳିକାଜଣକ ଜଣେ  ଇନଷ୍ଟା କୁଇନ ବୋଲି ଜଣାଯାଇଛି। ମୃତାଜଣକ ହେଲେ ପ୍ରତିକ୍ଷା ।

Advertisment

ପ୍ରତିକ୍ଷା ଗତକାଲି ନିଜ ସାଙ୍ଗମାନଙ୍କ ସହ ଘର ପାଖରେ ଖେଳୁଥିଲେ। ଏହାଦେଖି ବିରକ୍ତି ଭାବ ପ୍ରକାଶ କରି ଘରକୁ ଯାଇ ପାଠ ପଢ଼ିବାକୁ ତାଙ୍କ ବାପା କୃଷ୍ଣମୂର୍ତ୍ତି କହିଥିଲେ। ଏହାପରେ ଉଦାସ ହୋଇ ଯାଇଥିବା ପ୍ରତିକ୍ଷା ଘରକୁ ଫେରିଥିଲେ। ଉକ୍ତ ସମୟରେ ପ୍ରତିକ୍ଷା ଘରେ ଏକୁଟିଆ ଥିବା ବେଳେ ତାଙ୍କ ବାପା ଗାଡ଼ି ଧରି ବଜାର ଚାଲି ଯାଇଥିଲେ।

କିଛି ସମୟ ପରେ କୃଷ୍ଣମୂର୍ତ୍ତି ଘରକୁ ଫେରି କବାଟ ବାଡ଼େଇଥିବା ବେଳେ ପ୍ରତିକ୍ଷା କବାଟ ଖୋଲି ନ ଥିଲେ। ଏହାଦେଖି ତାଙ୍କର ସନ୍ଦେହ ହେବାରୁ ଝରକାରେ ଯାହା ଦେଖିଥିଲେ ତାଙ୍କ ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡ଼ିଥିଲା। ଘରେ ଝିଅ ଏକ ଟାୱେଲକୁ ବେକରେ ଦେଇ ଝୁଲି ପଡ଼ିଥିବା ସେ ଦେଖିବାକୁ ପାଇଲେ।

Advertisment

ଖବର ପାଇ ପୁଲିସ୍ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରତିକ୍ଷା ଅଧିକାଂଶ ସମୟରେ ଇନଷ୍ଟାଗ୍ରାମ୍‌ରେ ରିଲ୍‌  କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ସେ ଇନଷ୍ଟା କୁଇନ୍‌ ଭାବେ ପରିଚିତ ଥିଲେ।

Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe