Advertisment

ସକାଳୁ ସ୍କୁଲ ଯାଉଥିଲେ ନାବାଳକ, ୨୦ ଥର କାମୁଡ଼ି ପକାଇଲେ କୁକୁର ପଲ

ତାଙ୍କ ମୁଣ୍ଡ ଠାରୁ ଆରମ୍ଭ କରି ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ଏଭଳି ଘଟଣା ଗୁଜରାଟର ସୁରତ ଅନ୍ତର୍ଗତ ପିପଲୋ ନିକଟ ଉମରା ଗାଁରେ ଘଟିଛି।

author-image
Hemant Lenka
Dogs

Dogs

ପୁଣି ବୁଲା କୁକୁରଙ୍କ ଉତ୍ପାତ୍ତ ସାମ୍ନାକୁ ଆସିଛି। କିଛି ବୁଲା କୁକୁର ଜଣେ ୯ ବର୍ଷୀୟ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ି ପକାଇଛନ୍ତି। ତାଙ୍କ ଦେହରେ ୨୦ଟି କାମୁଡ଼ା ଦାଗ ରହିଛି। କୁକୁର କାମୁଡ଼ାରେ ଗୁରୁତର ହୋଇଥିବା ନାବାଳକ ଜଣଙ୍କ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Advertisment

ତାଙ୍କ ମୁଣ୍ଡ ଠାରୁ ଆରମ୍ଭ କରି ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ଏଭଳି ଘଟଣା ଗୁଜରାଟର ସୁରତ ଅନ୍ତର୍ଗତ ପିପଲୋ ନିକଟ ଉମରା ଗାଁରେ ଘଟିଛି।

ସକାଳ ପ୍ରାୟ ୮ଟା ବେଳେ ସନ୍ନି ରାଠୋଡ ଚାଲିଚାଲି ସ୍କୁଲ ଯାଉଥିଲେ। ଏହି ସମୟରେ ଗୋଟିଏ ଗୁଡ଼ିକୁ ଦେଖି ସେ କିଛି ସମୟ ଅଟକି ଯାଇଥିଲେ। ବାସ୍‌ ଏହି ସମୟରେ ୫ରୁ ୬ଟି କୁକୁର ତାଙ୍କୁ ଗୋଡ଼ାଇବା ସହ ତଳେ ପକାଇ ଝୁଣି ପକାଇଥିଲେ।

Advertisment

ତାଙ୍କ ମୁଣ୍ଡ, ମୁହଁ ଓ ଶରୀରରେ କୁକୁର କାମୁଡ଼ାର ଚିହ୍ନ ରହିଛି। କୁକୁରଗୁଡ଼ିକ ସନ୍ନିଙ୍କୁ ତଳେ ପକାଇ କାମୁଡ଼ିବାରେ ଲାଗିଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ସନ୍ନିଙ୍କ ବାପା ଜଣେ ଦିନ ମଜୁରିଆ। ତାଙ୍କ ପରିବାର ଉମରା ଠାରେ ଥିବା ଫ୍ଲୋରା ଗାର୍ଡେନ ନିକଟରେ ରୁହନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଦିନକୁ ଦିନ ବୁଲା କୁକୁରଙ୍କ ଆତଙ୍କ ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଘଟଣା ପରେ ସୁରତ ପୌରପାଳିକାର ପଶୁ ଜନ୍ମ ନିୟନ୍ତ୍ରଣ(ଏବିସି) କାର୍ଯ୍ୟକ୍ରମରେ ସାମିଲ ଥିବା ଟିମ ବିଭିନ୍ନ ସ୍ଥାନରେ ବୁଲି ୪ଟି କୁକୁରଙ୍କୁ ଧରିଛି।

ଏସଏମସି ଅଫିସର କହିଛନ୍ତି, “ଉକ୍ତ ଅଞ୍ଚଳରେ ଥିବା କିଛି କୁକୁର ଆମକୁ ଦେଖି ତାପି ନଦୀ ଆଡ଼େ ଚାଲିଯାଇଛନ୍ତି। ସେମାନଙ୍କୁ ଧରା ଯାଇ ପାରିନି। ଆମେ ନିୟମିତ ଏଠାରେ ସର୍ଚ୍ଚ ଅପରେସନ କରି କୁକୁରମାନଙ୍କୁ ଧରିବୁ। ସେମାନଙ୍କୁ ନୀରିକ୍ଷଣରେ ରଖାଯିବା ପରେ ଛାଡ଼ି ଦିଆଯିବ। ଦରକାର ପଡ଼ିଲେ ସେମାନଙ୍କୁ ଟିକା ଦିଆଯିବ ଓ ଅପରେସନ କରାଯିବ।”

Gujarat Dog Attack