Advertisment

୯ ବର୍ଷ ତଳେ ପୁଲିସ୍‌କୁ ମାରିଥିଲେ ଚାପୁଡ଼ା, ଏବେ ମିଳିଲା ଗୋଟିଏ ଦିନର ଜେଲଦଣ୍ଡ

୨୦୧୬ ନଭେମ୍ବର ୮ରେ ପୂରା ଘଟଣା ଘଟିଥିଲା। ଆଇପିସିର ଧାରା ୩୫୩ ଓ ୩୩୨ ଅନୁଯାୟୀ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

Jail

Jail

Advertisment

ବିଚ୍‌ ରାସ୍ତାରେ କାର୍ଯ୍ୟରତ ଜଣେ ଟ୍ରାଫିକ ପୁଲିସ୍‌ କନଷ୍ଟେବଲଙ୍କୁ ଚାପୁଡ଼ା ମାରିବା ଘଟଣାରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଘଟଣାର ୯ ବର୍ଷ ପରେ ମହାରାଷ୍ଟ୍ରର ଗୋଟିଏ ସେସନ୍ସ କୋର୍ଟ ଉକ୍ତ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ପାରିବାରିକ ଦାୟିତ୍ୱକୁ ଦୃଷ୍ଟିରେ ରଖି ତାଙ୍କୁ ଗୋଟିଏ ଦିନର ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ତାଙ୍କ ଉପରେ ୧୦ ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି କୋର୍ଟ।

Advertisment

ଅତିରିକ୍ତ ସେସନ୍ସ କୋର୍ଟ ବିଚାରପତି ଜିଟି ପାୱାର କହିଛନ୍ତି ଯେ ଅଭିଯୁକ୍ତ ଜଣଙ୍କ ଶୁଣାଣି ବେଳେ ଦେଖାଇଥିବା ଆଚରଣ, ସ୍ୱାସ୍ଥ୍ୟଗତ ସମସ୍ୟା, ପାରିବାରିକ ଦାୟିତ୍ୱ ଓ ପୁଲିସ କର୍ମଚାରୀ ପାଇଥିବା ଆହତ ଆଦିର ଉଦାରତା ପାଇବାକୁ ହକଦାର। ଜୁଲାଇ ୩୧ରେ କୋର୍ଟ ଏପରି ନିର୍ଦ୍ଦେଶ ଦେଇଥିବା ବେଳେ ଏହାର ନକଲ ଆଜି ସାମ୍ନାକୁ ଆସିଛି।

ଟ୍ରାଫିକ କନଷ୍ଟେବଲ ଦିଲୀପ ପାୱାରଙ୍କୁ ଥାନେର କାଡବରୀ ସିଗ୍ନାଲରେ ଚାପୁଡ଼ା ମାରିବା ଘଟଣାରେ କୋର୍ଟ ରମେଶ ଶିତକରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦୧୬ ନଭେମ୍ବର ୮ରେ ପୂରା ଘଟଣା ଘଟିଥିଲା। ଆଇପିସିର ଧାରା ୩୫୩ ଓ ୩୩୨ ଅନୁଯାୟୀ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କିନ୍ତୁ ଧାରା ୫୦୪(ଜାଣିଶୁଣି ଅପମାନିତ କରି ଶାନ୍ତି ଭଙ୍ଗ କରିବା)କୁ ପ୍ରମାଣ କରିବାରେ ସରକାରୀ ଓକିଲ ବିଫଳ ହୋଇଛନ୍ତି।

Advertisment

ଘଟଣା ଦିନ ରମେଶ ଦ୍ରୁତଗତିରେ କାର ନେଇ ଯାଉଥିବା ବେଳେ ଡ୍ୟୁଟିରେ ଥିବା ଦିଲୀପ ଏହାକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ରାସ୍ତା ମଝିରେ ରମେଶ ଗାଡ଼ିକୁ ଅଟକାଇଥିଲେ ଓ ଦିଲୀପଙ୍କୁ ଦୁର୍ବ୍ୟବହାର କରି ଚାପୁଡ଼ା ପରେ ଚାପୁଡ଼ା ମାରିଥିଲେ। ଏନେଇ ରାବୋଡି ପୁଲିସ୍‌ ଷ୍ଟେସନରେ ଗୋଟିଏ ଏଫଆଇଆର ରୁଜୁ ହୋଇଥିଲା।

ମାମଲାର ଶୁଣାଣି ବେଳେ କୋର୍ଟ ସରକାରୀ ଓକିଲଙ୍କ ୯ ଜଣ ସାକ୍ଷୀଙ୍କ ବୟାନକୁ ଯାଞ୍ଚ କରିଥିଲେ। କୋର୍ଟ କହିଛନ୍ତି, ପୁଲିସ୍‌ କର୍ମଚାରୀ ଜଣଙ୍କ ନିଜ ଡ୍ୟୁଟି କରୁଥିବା ବେଳେ ଅଭିଯୁକ୍ତ ତାଙ୍କୁ ମାଡ଼ ମାରିଛନ୍ତି।

ସରକାରୀ ସାକ୍ଷ୍ୟ ଓ ଅନ୍ୟାନ୍ୟ ତଥ୍ୟ ଏହାକୁ ପ୍ରମାଣିତ କରିଛି। ତଥାପି ଅଭିଯୁକ୍ତଙ୍କ ଆଚରଣ, ତାଙ୍କ ଉତ୍ତର ଦାୟିତ୍ୱ ଓ ପୁଲିସ୍‌ କର୍ମଚାରୀଙ୍କ ଆହତ ଆଦି ବିଷୟକୁ ଦୃଷ୍ଟିରେ ରଖି କୋର୍ଟ ଦୋଷୀଙ୍କୁ କେବଳ ଗୋଟିଏ ଦିନ ଜେଲ ଦଣ୍ଡରେ ଦଣ୍ଡିତ କରୁଛନ୍ତି।

Jail Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe