Advertisment

ପତ୍ନୀଙ୍କ ପ୍ରତି ୯୩ ବର୍ଷୀୟ ବୃଦ୍ଧଙ୍କ ଭଲ ପାଇବା ଓ ଗହଣା ଦୋକାନ

ତାଙ୍କ ବେଶଭୂଷାକୁ ଦେଖି ସମସ୍ତେ ଭାବିଥିଲେ ଯେ ବୃଦ୍ଧ ଜଣଙ୍କ କିଛି ଆର୍ଥିକ ସହାୟତା ବା ଭିକ୍ଷାବୃତ୍ତି କରିବାକୁ ଆସିଛନ୍ତି।

ଅଦ୍ୟତନ ହୋଇଛି
Shop

Shop

Advertisment

ଗାଁରେ ରହୁଥିବା ଜଣେ ୯୩ ବର୍ଷୀୟ ବୃଦ୍ଧ ପାରମ୍ପରିକ ଧୋତି-କୁର୍ତ୍ତା ଓ ଟୋପି ଲଗାଇ ହଠାତ ମହାରାଷ୍ଟ୍ରର ଛତ୍ରପତି ସମ୍ବାଜୀନଗରରେ ଥିବା ଗୋଟିଏ ସୁନା ଅଳଙ୍କାର ଦୋକାନରେ ପହଞ୍ଚି ଯାଇଥିଲେ। ତାଙ୍କ ବେଶଭୂଷାକୁ ଦେଖି ସମସ୍ତେ ଭାବିଥିଲେ ଯେ ବୃଦ୍ଧ ଜଣଙ୍କ କିଛି ଆର୍ଥିକ ସହାୟତା ବା ଭିକ୍ଷାବୃତ୍ତି କରିବାକୁ ଆସିଛନ୍ତି।

Advertisment

କିନ୍ତୁ ଦୋକାନରେ ପହଞ୍ଚି ସେ ଯେତେବେଳେ ନିଜ ପତ୍ନୀଙ୍କ ପାଇଁ ମଙ୍ଗଳସୂତ୍ର କିଣିବାକୁ ଚାହୁଁଥିବା କହିଥିଲେ ସେତେବେଳେ ସମସ୍ତେ ଚକିତ ହୋଇଯାଇଥିଲେ। ବୃଦ୍ଧଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ। ପତ୍ନୀଙ୍କ ପ୍ରତି ବୃଦ୍ଧଙ୍କ ଭଲ ପାଇବା ଦେଖି ଅଳଙ୍କାର ଦୋକାନର ମାଲିକ ପୂରା ବିମୁଗ୍ଧ ହୋଇ ଯାଇଥିଲେ।

ବୃଦ୍ଧଙ୍କ ଭଲ ପାଇବା ଆଗରେ ଟଙ୍କା କିଛି ନୁହେଁ ବୋଲି ସେ ହୃଦୟଙ୍ଗମ କରି ଖୁସିରେ ଆତ୍ମହରା ହୋଇ ଯାଇଥିଲେ। ଶେଷରେ ସେ ବୃଦ୍ଧଙ୍କ ଠାରୁ ମାତ୍ର ୨୦ ଟଙ୍କା ରଖି ସେ ଚାହୁଁଥିବା ମଙ୍ଗଳସୂତ୍ରକୁ ତାଙ୍କୁ ଦେଇଥିଲେ। ଏହାକୁ ସେ ବେଶ ଖୁସି ହୋଇ ନିଜ ପତ୍ନୀଙ୍କୁ ପିନ୍ଧାଇ ମଧ୍ୟ ଦେଇଛନ୍ତି।

Advertisment

ଏହି ଚମତ୍କାର ପ୍ରେମ ଓ ସ୍ନେହଭରା ଦୃଶ୍ୟର ଭିଡିଓ ସୋଶାଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଏହାକୁ ଇତି ମଧ୍ୟରେ ୨ କୋଟିରୁ ଅଧିକ ଲୋକ ଦେଖି ସାରିଲେଣି। ସ୍ୱାର୍ଥ ପର ଦୁନିଆରେ ପତ୍ନୀଙ୍କ ପ୍ରତି ବୃଦ୍ଧଙ୍କ ଭଲ ପାଇବା ଓ ସୁନା ଅଳଙ୍କାର ଦୋକାନର ମାଲିକଙ୍କ ସ୍ନେହ ଭରା ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି।

ମହାରାଷ୍ଟ୍ରର ଜଲନା ଜିଲ୍ଲାର ଅମ୍ବୋରା ଜାହାଗିର ଗାଁର ୯୩ ବର୍ଷୀୟ ନିବୃତ୍ତି ସିନ୍ଦେ ଓ ତାଙ୍କ ପତ୍ନୀ ଶାନ୍ତାବାଈ ଏବେ ଆଶାଢ଼ ଏକାଦଶୀ ପାଇଁ ଚାଲିଚାଲି ପାନ୍ଧରପୁରକୁ ତୀର୍ଥଯାତ୍ରାରେ ଆସିଛନ୍ତି। ଏହି ତୀର୍ଥଯାତ୍ରା ସମୟରେ ସେମାନେ ଛତ୍ରପତି ସିମ୍ବାଜୀନଗର ଠାରେ ଥିବା ଗୋଟିଏ ଗହଣା ଦୋକାନକୁ ଯାଇଥିଲେ। ଯେତେବେଳେ ଅଳଙ୍କାର ଦୋକାନ ଭିତରେ ସେମାନେ ପାଦ ଦେଇଥିଲେ ସେତେବେଳେ କର୍ମଚାରୀମାନେ ଭାବିଥିଲେ ଯେ ବୃଦ୍ଧ ଓ ବୃଦ୍ଧା ଜଣଙ୍କ ଭିକ୍ଷା ମାଗିବାକୁ ଆସିଛନ୍ତି।

କିନ୍ତୁ ଶ୍ରୀ ସିନ୍ଦେ ବେଶ ନମ୍ର ଭାବେ ତାଙ୍କ ପତ୍ନୀଙ୍କ ପାଇଁ ପାରମ୍ପରିକ ମଙ୍ଗଳସୂତ୍ର କିଣିବାକୁ ଚାହୁଁଥିବା କର୍ମଚାରୀମାନଙ୍କୁ ଜଣାଇଥିଲେ। ଏହା ଶୁଣି ସେଠାରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀ ଭାବବିହ୍ୱଳ ହୋଇଯାଇଥିଲେ। ଦୋକାନର ମାଲିକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସିନ୍ଦେଙ୍କ ସରଳତା ତାଙ୍କୁ ବେଶ ପ୍ରଭାବିତ କରିଥିଲା।

ପତ୍ନୀଙ୍କ ପ୍ରତି ତାଙ୍କର ଭଲ ପାଇବା ଦେଖି ଦୋକାନର ମାଲିକ ପୂରା ପ୍ରଭାବିତ ହୋଇଥିଲେ। ବୃଦ୍ଧଙ୍କ ଭଲ ପାଇବାକୁ ସମ୍ମାନ ଜଣାଇ ସେ ତାଙ୍କୁ ଗୋଟିଏ ହାର ଉପହାର ଆକାରରେ ଦେଇଥିଲେ। କିନ୍ତୁ ସେ ଏହାକୁ ମାଗଣାରେ ନେବାକୁ ମନା କରିଥିଲେ। ଶେଷରେ ଦୋକାନ ମାଲିକ ତାଙ୍କ ଠାରୁ ୨୦ ଟଙ୍କା ରଖି ହାରଟିକୁ ତାଙ୍କୁ ଦେଇଥିଲେ।

ଦୋକାନୀ ମାଲିକ କହିଛନ୍ତି, “ଦମ୍ପତି ଦୋକାନକୁ ଆସିଥିଲେ। ବୃଦ୍ଧ ଜଣଙ୍କ ମୋତେ ୧୧୨୦ ଟଙ୍କା ଦେଇ ତାଙ୍କ ପତ୍ନୀଙ୍କ ପାଇଁ ମଙ୍ଗଳସୂତ୍ର କିଣିବାକୁ ଆଗ୍ରହ ଦେଖାଇଥିଲେ। ମୁଁ ଏହି ବ୍ୟବହାର ଦ୍ୱାରା ବେଶ ପ୍ରଭାବିତ ହୋଇଥିଲେ। ସେମାନଙ୍କ ଆଶୀର୍ବାଦ ସ୍ୱରୂପ ମୁଁ ୨୦ ଟଙ୍କା ରଖି ମଙ୍ଗଳସୂତ୍ରକୁ ଦମ୍ପତିଙ୍କୁ ଦେଇଥିଲି।”

ସ୍ଥାନୀୟ ଲୋକଙ୍କ କହିବା କଥା ଯେ ଏହି ଦମ୍ପତି ସବୁବେଳେ ଏକାଠି ରୁହନ୍ତି ଓ ସବୁ ସ୍ଥାନକୁ ସାଥୀ ହୋଇ ଯାଆନ୍ତି। ବୟସର ଅପରାହ୍ନରେ ସେମାନେ ପହଞ୍ଚିଥିଲେ ହେଁ ଦୁହିଁଙ୍କ ମଧ୍ୟରେ ଭଲ ପାଇବା କମ ହୋଇ ନାହିଁ।

Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe