Advertisment

ବିହାରରୁ ଉତ୍ତରପ୍ରଦେଶକୁ ଶିଶୁ ଚାଲାଣ, ୯୫ ଜଣଙ୍କୁ ଉଦ୍ଧାର କଲା ଶିଶୁ ଆୟୋଗ

ଉଦ୍ଧାର ହୋଇଥିବା ପିଲାମାନଙ୍କ ବୟସ ୪-୧୨ ବର୍ଷ ହେବ...

Rescued Children

Rescued Children

Advertisment

ବେଆଇନ ଭାବେ ଚାଲାଣ ହେଉଥିବା ୯୫ ଜଣ ଶିଶୁଙ୍କୁ ଉଦ୍ଧାର କରିଛି ଉତ୍ତରପ୍ରଦେଶ ଶିଶୁ ଆୟୋଗ। ବିହାରରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ବେଳେ ଚଢାଉ କରି ଆୟୋଗ ୯୫ ଜଣଙ୍କୁ ଉଦ୍ଧାର କରିଛି। 

Advertisment

ଅଯୋଧ୍ୟା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ କହିଛନ୍ତି ଯେ, କିଛି ପିଲାଙ୍କୁ ବେଆଇନ ଭାବେ ଚାଲାଣ ହେଉଥିବା ନେଇ ରାଜ୍ୟ ଶିଶୁ ଆୟୋଗ ସଦସ୍ୟ ସୁଚିତ୍ରା ଚତୁର୍ବେଦୀ ସୂଚନା ଦେଇଥିଲେ। ବିହାରରୁ ପିଲାମାନଙ୍କୁ ବେଆଇନ ଭାବେ ସାହାରନପୁରକୁ ଚାଲାଣ କରାଯାଉଥିବା ଜଣାପଡିଥିଲା। ଏହି ସମୟରେ ଚଢାଉ କରି ଆମେ ପିଲାମାନଙ୍କୁ ଉଦ୍ଧାର କରିଛି।

ପିଲାମାନଙ୍କୁ ଖାଦ୍ୟ ଓ ଚିକିତ୍ସା ଯୋଗାଇ ଦିଆଯାଇଛି। ସମସ୍ତ ଉଦ୍ଧାର ହୋଇଥିବା ପିଲାମାନଙ୍କ ବୟସ ୪-୧୨ ବର୍ଷ ହେବ ବୋଲି ଅଯୋଧ୍ୟା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ କହିଛନ୍ତି। 

Advertisment

ସେ ଆହୁରି କହିଛନ୍ତି ଯେ, ଚାଲାଣ ହେଉଥିବା ପିଲାମାନଙ୍କ ଅଭିଭାବକଙ୍କ ପକ୍ଷରୁ କୌଣସି ସ୍ୱୀକୃତି ମିଳିନଥିଲା। ପିଲାମାନେ ମଧ୍ୟ କେଉଁଠାକୁ ଯାଉଛନ୍ତି ଜାଣିନଥିବା କହିଥିଲେ। ବର୍ତ୍ତମାନ ସେମାନଙ୍କ ବାପା-ମାଆଙ୍କୁ ଯୋଗାଯୋଗ କରାଯାଉଛି। ଏହି ରାକେଟରେ ଯେଉଁମାନେ ବି ସାମିଲ ଅଛନ୍ତି, ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଯୋଧ୍ୟା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ କହିଛନ୍ତି। 

UP News Children Rescue Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe