Smoke billows from a fire that broke out amid clashes between armed groups and security forces
ମଣିପୁରରେ ଦେଖାଦେଇଥିବା ଦୁଇଗୋଷ୍ଠୀ ମଧ୍ୟ ସଂଘର୍ଷରେ ଏ ପର୍ଯ୍ୟନ୍ତ ପ୍ରାୟ ୯୮ ଲୋକଙ୍କ ଜୀବନ ଗଲାଣି, ଯେତେବେଳେ କି ୩୦୦ ଆହତ ହୋଇଛନ୍ତି। ୧୦ ଜିଲ୍ଲାର ଏକ ଆଦିବାସୀ ଗୋଷ୍ଠୀ ମେ ୩ ତାରିଖରେ ଅଣଆଦିବାସୀ ଗୋଷ୍ଠୀକୁ ବିରୋଧ କରି ଅନୁସୂଚିତ ଜାତି ଷ୍ଟାଟର୍ସ ଦେବା ପାଇଁ ଦାବି କରିବା ପରେ ଗତମାସରୁ ଏହି ସଂଘର୍ଷ ଲାଗି ରହିଛି।
ସେପଟେ ପୁଲିସ ହେପାଜତରୁ ୨ ହଜାରରୁ ଅସ୍ତ୍ରଶସ୍ତ୍ର ହିଂସାକାରୀ ଲୁଟି ନେଇଥିବା ବେଳେ ଏପର୍ଯ୍ୟନ୍ତ ୧୪୦ ଅସ୍ତ୍ରଶସ୍ତ୍ର ପୁଲିସ ନିକଟରେ ସମର୍ପଣ କରିଛନ୍ତି। ଯାହା ଭିତରେ ଏକେ-୪୭, ଷ୍ଟେନ୍ ଗନ୍, ପିସ୍ତଲ, ଟିଅରଗ୍ୟାସ୍ ଲଞ୍ଚର, ଇନ୍ସାସ୍ ରାଇଫେଲ୍, ଗ୍ରେନେଡ୍ ଲଞ୍ଚର ରହିଛି।
ମଣିପୁରରେ ମୋଟ ଜନସଂଖ୍ୟାର ୫୩ ପ୍ରତିଶତ ହେଉଛନ୍ତି ଅଣ ଆଦିବାସୀ। ଯେଉଁମାନେ କି ନଦୀକୂଳ ଅଞ୍ଚଳରେ ବସବାସ କରନ୍ତି। ରାଜ୍ୟର ମୋଟ ଜନସଂଖ୍ୟାର ୪୦ ପତିଶତ ଲୋକ ନାଗା ଓ କୁକିସ୍ ଆଦିବାସୀ ବର୍ଗର ହୋଇଥିବା ବେଳେ ସେମାନେ ପାହାଡ଼ିଆ ଅଞ୍ଚଳରେ ବସବାସ କରନ୍ତି।
ତେବେ ସଂରକ୍ଷିତ ଜଙ୍ଗଲ ଜମିରୁ କୁକି ଗ୍ରାମବାସୀଙ୍କୁ ଉଚ୍ଛେଦ କରିବା ଘଟଣାରୁ ଏହି ବିରାଟ ହିଂସା ଦେଖାଦେଇଥିଲା। ଯାହାବି ହେଉ ହିଂସାକାଣ୍ଡ ପରେ ମଣିପୁରର କର୍ଫ୍ୟୁ ଲାଗିବା ଯୋଗୁ ସ୍ଥିତି ଧିରେଧିରେ ନିୟନ୍ତ୍ରଣକୁ ଆସୁଛି।
ଇଫାଲ୍ର ପଶ୍ଚିମ ଓ ପୂର୍ବ ଅଞ୍ଚଳ ସମେତ ବିଷ୍ଣୁପୁରରେ ୧୨ ଘଣ୍ଟିଆ କର୍ଫ୍ୟୁ କୋହଳ ହୋଇଛି। ଯେତେବେଳେ ଜିରିବାମ୍ରେ ୮ ଘଣ୍ଟା ପର୍ଯ୍ୟନ୍ତ( ସକାଳ ୮ରୁ ଅପରାହ୍ନ ୪ଟା), ଥୋବାଲ୍ ଏବଂ କାଚିଂରେ ୭ଘଣ୍ଟା ପର୍ଯ୍ୟନ୍ତ(ସକାଳ ୫ରୁ ମଧ୍ୟାହ୍ନ), ଚୁରାଚାନ୍ଦପୁର ଏବଂ ଚାନ୍ଦେଲରେ ୧୦ ଘଣ୍ଟା ପର୍ଯ୍ୟନ୍ତ(ସକାଳ ୫ରୁ ଅପରାହ୍ନ ୩ଟା), ଟେଙ୍ଗନୁପାଲ୍ରେ ୮ ଘଣ୍ଟା ପର୍ଯ୍ୟନ୍ତ(ସକାଳ ୬ଟାରୁ ଅପରାହ୍ନ ୨ଟା), କାଙ୍ଗପୋକପିରେ ୧୧ ଘଣ୍ଟା ପର୍ଯ୍ୟନ୍ତ (ସକାଳ ୬ରୁ ସନ୍ଧ୍ୟା ୫), ଫେର୍ଜାୱଲ୍ରେ ୧୨ ଘଣ୍ଟା ପର୍ଯ୍ୟନ୍ତ (ସକାଳ୬ରୁ ସନ୍ଧ୍ୟା ୬) କର୍ଫ୍ୟୁ କୋହଳ ହୋଇଛି।
ପ୍ରାୟ ୫ ଜିଲ୍ଲା ତାମେଙ୍ଗଲଙ୍ଗ, ନୋନି, ସେନାପତି, ଉକ୍ରୁଲ, ଏବଂ କାମଜୋଙ୍ଗ ଜିଲ୍ଲାରେ କଫ୍ୟୁ ସମ୍ପୂର୍ଣ୍ଣ ଉଠାଇ ଦିଆଯାଇଛି। ଫଳରେ ଏଠାରେ ଜୀବନଯାତ୍ରା ସ୍ୱାଭାବିକ ହୋଇଛି।
ମେଇଟି ଓ କୁକି ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ଏହି ସଂଘର୍ଷରେ ଏପର୍ଯ୍ୟନ୍ତ ୪ ହଜାର ମାମଲା ରୁଜୁ ହୋଇଛି। କୋଟିକୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। କିଏ ଏଠାର ମୂଳ ଉତ୍ପତି ତାହାକୁ ନେଇ ବାଦବିବାଦ ଲାଗି ରହିଛି।
ସେପଟେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ତାଙ୍କ ୪ ଦିନିଆ ଗସ୍ତ ଗତକାଲି ଶେଷ କରି ଦିଲ୍ଲୀ ଫେରି ଯାଇଛନ୍ତି। ଏହି ହିଂସାର ଏକ ବିଚାର ବିଭାଗୀୟ ତଦନ୍ତ ଖୁବ୍ଶୀଘ୍ର କରାଯିବ ବୋଲି ଯିବା ପୂର୍ବରୁ ଶାହ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us