Advertisment

ଅସୁରକ୍ଷିତ ଦିଲ୍ଲୀ; ସ୍କୁଟିରେ ଯାଉଥିବା ମହିଳାଙ୍କୁ ଗୁଳି କରି ହତ୍ୟା

ସୋମବାର ସନ୍ଧ୍ୟା ବେଳେ ଜ୍ୟୋତି ନାମ୍ନୀ ୩୨ ବର୍ଷୀୟା ମହିଳା ପଶ୍ଚିମ ବିହାରର ଏକ ବ୍ୟସ୍ତବହୁଳ ରାସ୍ତାରେ ନିଜ ସ୍କୁଟି ଯୋଗେ ଅଫିସରୁ ଘରକୁ ଫେରୁଥିଲେ। ମାତ୍ର ଘରେ ପହଞ୍ଚିବା ପୂର୍ବରୁ ଜଣେ ଅଜ୍ଞାନ ବନ୍ଧୁକଧାରୀ ଜ୍ୟୋତିଙ୍କୁ ଟାର୍ଗେଟ କରି ଗୁଳି କରିଥିଲେ।

Image

Image

Advertisment

ମହିଳାଙ୍କ ସମେତ ସାଧାରଣ ଲୋକ ବି ରାଜଧାନୀ ଦିଲ୍ଲୀରେ ସୁରକ୍ଷିତ ନୁହନ୍ତି। କେତେବେଳେ ଜଣେ ମହିଳାଙ୍କୁ କାର୍‌ ଘୋଷାଡ଼ି ନେଉଛି ତ କେତେବେଳେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଟାଣି ନେଉଛି। ଏବେ ପୁଣି ଦିଲ୍ଲୀ ରାଜରାସ୍ତାରେ ଏପରି ଏକ  ବର୍ବର କାଣ୍ଡର ଚିତ୍ର ଦେଖିବାକୁ ମିଳିଛି। କାମ ସାରି ସନ୍ଧ୍ୟାରେ ସ୍କୁଟି ଯୋଗେ ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ବିଚ୍‌ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଛି। ଏହାପରେ ହତ୍ୟାକାରୀ ମହିଳାଙ୍କ ସ୍କୁଟି ନେଇ ଫେରାର ହୋଇ ଯାଇଛନ୍ତି। ସେହିପରି ଅନ୍ୟ ଏକ ଘଟଣାକ୍ରମରେ ୨ ଗୋଷ୍ଠୀ ମଧ୍ୟରେ ଲାଗିଥିବା ଗଣ୍ଡଗୋଳରେ ଜଣେ ଦ୍ୱାଦଶ ପଢ଼ୁଥିବା ଛାତ୍ରଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ଘଟିଥିବା ଏପରି ୨ ଅମାନବୀୟ ଘଟଣାର  ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। 

Advertisment

ସୋମବାର ସନ୍ଧ୍ୟା ବେଳେ ଜ୍ୟୋତି ନାମ୍ନୀ ୩୨ ବର୍ଷୀୟା ମହିଳା ପଶ୍ଚିମ ବିହାରର ଏକ ବ୍ୟସ୍ତବହୁଳ ରାସ୍ତାରେ ନିଜ ସ୍କୁଟି ଯୋଗେ ଅଫିସରୁ ଘରକୁ ଫେରୁଥିଲେ। ମାତ୍ର ଘରେ ପହଞ୍ଚିବା ପୂର୍ବରୁ ଜଣେ ଅଜ୍ଞାନ ବନ୍ଧୁକଧାରୀ ଜ୍ୟୋତିଙ୍କୁ ଟାର୍ଗେଟ କରି ଗୁଳି କରିଥିଲେ।

ଘଟଣାସ୍ଥଳରେ ଜ୍ୟୋତି ଟଳି ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଇତି ମଧ୍ୟରେ ବନ୍ଧୁକ ଚଳାଇଥିବା ଦୁର୍ବୃତ୍ତ ଜ୍ୟୋତିଙ୍କ ସ୍କୁଟି ଧରି ଫେରାର ହୋଇ ଯାଇଥିଲେ।

Advertisment

ଜ୍ୟୋତି ବିବାହିତ ଥିବା ବେଳେ ତାଙ୍କର ୩ ସନ୍ତାନ ଅଛନ୍ତି। ଜ୍ୟୋତିଙ୍କ ସ୍ୱାମୀ ପ୍ଲାଷ୍ଟିକ-ସ୍କ୍ରାପରେ କାମ କରୁଥିବା ବେଳେ ପରିବାର ଚଳାଇବା ପାଇଁ ଗତ  ମାସେ ହେଲା ସେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଜ୍ୟୋତିଙ୍କର ପୂର୍ବରୁ କାହା ସହ କିଛି ଶତ୍ରୁତା ନ ଥିବା ବେଳେ କିଏ ଓ କାହିଁକି ଏପରି କରିଛି ସେ ନେଇ କିଛି ସଠିକ୍‌ ସୂଚନା ମିଳିପାରିନି।

କେବଳ ସ୍କୁଟି ନେବା ପାଇଁ ଦୁର୍ବୃତ୍ତ ଏପରି ଗୁଳି ଚାଳନା କରିଥିଲେ ନା ଏହା ପଛରେ ଆଉ କିଛି କାରଣ ଅଛି ଏହାର ତଦନ୍ତ ଦିଲ୍ଲୀର ୩ଟି କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ କରୁଛି। 

ଅନ୍ୟପକ୍ଷରେ ସୋମବାର ଦିଲ୍ଲୀର କାଲକାଜୀ ଅଞ୍ଚଳରେ ଦ୍ୱାଦଶ ଶ୍ରେଣୀର ପଢ଼ୁଥିବା ମୋହନ ନାମକ ଛାତ୍ରଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି। ହଂସରାଜ ସେଠୀ ପାର୍କରେ ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସଂଘର୍ଷରେ ମୋହନଙ୍କ ଉପରକୁ ଛୁରା ମାଡ଼ ହୋଇଥିବା ବେଳେ ଏଥିରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କ୍ରାଇମବ୍ରାଞ୍ଚ ଏହି ମାମଲାର ମଧ୍ୟ ତଦନ୍ତ ଆରମ୍ଭ କରି ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ଗୋଟିଏ ଦିନରେ ରାଜଧାନୀ ଦିଲ୍ଲୀରେ ଏପରି ୨ଟି ହତ୍ୟାକାଣ୍ଡ ପୁଲିସ୍‌ର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe