Advertisment

ବନ୍ୟା ପାଣିରେ ଅଟକିଲା ଯାତ୍ରୀବାହୀ ବସ୍‌, ଉଦ୍ଧାର ପାଇଁ ଯାଇଥିବା ଟ୍ରକ୍‌ ବି ଫସିଲା

ଗତ ରାତିରେ ୨୯ ଯାତ୍ରୀଙ୍କୁ ଧରି ଉକ୍ତ ରାସ୍ତା ଅତିକ୍ରମ କରୁଥିବା ଏକ ବସ୍‌ ପାଣିରେ ଫସି ଯାଇଥିଲା। ଫଳରେ ଉଦ୍ଧାର ପାଇଁ ଯାତ୍ରୀମାନେ ଆର୍ତ୍ତ ଚିତ୍କାର କରିଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
Bus & Truck

Bus & Truck

ଗତ କିଛି ଦିନ ହେଲା ଜଳବନ୍ଦୀ ହୋଇଛି ଗୁଜରାଟ। ଲଗାଣ ବର୍ଷା ଯୋଗୁ ସବୁ ଅଞ୍ଚଳ ଜଳମଗ୍ନ। ପ୍ରବଳ ବର୍ଷା ହେତୁ ଜଳପ୍ରଳୟ ହୋଇ ଅଧା ରାଜ୍ୟ ପାଣିରେ ବୁଡ଼ି ଯାଇଛି। ଏପରି ସ୍ଥିତିରେ ଗର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଚାରିଆଡ଼େ ଜଳମଗ୍ନ ହୋଇ ଯାଇଥିବା ବେଳେ ପ୍ରଖର ଜଳସ୍ରୋତରେ ଫସିଗଲା ଏକ ଯାତ୍ରୀବାହୀ ବସ୍‌। ଏପରି ଏକ ଘଟଣା ଗୁଜରାଟର ଭାବନଗରରେ ଘଟିଛି।

Advertisment

ଭାବନଗର ଦେଇ ପ୍ରବାହିତ ହେଉଥିବେ ମାଳେଶ୍ରୀ ନଦୀର ଜଳସ୍ତର ଏବେ ଖୁବ୍‌ ବୃଦ୍ଧି ପାଇ ପାଣି ଜଳବସତି ଅଞ୍ଚଳକୁ ମାଡ଼ି ଯାଇଛି। ଏପରି ସ୍ଥିତିରେ ଗତ ରାତିରେ ୨୯ ଯାତ୍ରୀଙ୍କୁ ଧରି ଉକ୍ତ ରାସ୍ତା ଅତିକ୍ରମ କରୁଥିବା ଏକ ବସ୍‌ ପାଣିରେ ଫସି ଯାଇଥିଲା। ଫଳରେ ଉଦ୍ଧାର ପାଇଁ ଯାତ୍ରୀମାନେ ଆର୍ତ୍ତ ଚିତ୍କାର କରିଥିଲେ।

ଖବର ପାଇ NDRFର ଏକ ଟିମ୍‌ ଉଦ୍ଧାର କାର୍ଯ୍ୟ ନିମନ୍ତେ ଏକ ଟ୍ରକ୍‌ ସହ ଘଟଣାସ୍ଥଳରେ ପହଞ୍ଚିଲେ। ବସ୍‌ରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଟ୍ରକ୍‌କୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଏହାପରେ ଟ୍ରକ୍‌ଟି ପାଣିରେ ଫସି ଯାଇଥିବା ବେଳେ ଆଉ ଫେରି ପାରି ନ ଥିଲା।

Advertisment

ଏହା NDRF ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଛିଡ଼ା ହେଲା। ଏହାପରେ ତୁରନ୍ତ ମାନବ ଶୃଙ୍ଖଳ କରାଯାଇ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଅଣାଗଲା। ଉଦ୍ଧାର ହୋଇଥିବା ସମସ୍ତ ଯାତ୍ରୀ ତାମିଲନାଡ଼ୁ ବାସିନ୍ଦା ବୋଲି ଜଣାଯାଇଛି।

Flood Situation Gujrat