Advertisment

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ କାର୍‌କେଡକୁ ପିଟିଲା ଟ୍ୟାକ୍ସି, ଚାଳକ ଅଟକ

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ କାରକେଡ ସହ ଧକ୍କା ହେଲା ଟ୍ୟାକ୍ସି । ଏଥିରେ କେହି ଆହତ ହୋଇ ନ ଥିବା ବେଳେ ଟ୍ୟାକ୍ସି ଡ୍ରାଇଭରଙ୍କୁ ଅଟକ ରଖିଛି ପୁଲିସ୍‌ ।

West Bengal Governor

West Bengal Governor

Advertisment

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ କାରକେଡ ସହ ଧକ୍କା ହେଲା ଟ୍ୟାକ୍ସି । ଏଥିରେ କେହି ଆହତ ହୋଇ ନ ଥିବା ବେଳେ ଟ୍ୟାକ୍ସି ଡ୍ରାଇଭରଙ୍କୁ ଅଟକ ରଖିଛି ପୁଲିସ୍‌ । ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।

Advertisment

ପଶ୍ଚିମବଙ୍ଗ ରାଜ୍ୟପାଳ ସି ଭି ଆନନ୍ଦ ବୋଷ ଦିଲ୍ଲୀ ଗସ୍ତରେ ଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗତ ସୋମବାର ଦିଲ୍ଲୀର ଇନ୍ଦ୍ରପୁରୀ ଥାନା ଅଞ୍ଚଳରେ ରାଜ୍ୟପାଳଙ୍କ କାରକେଡ ଯାଉଥିଲା। ଉକ୍ତ ସମୟରେ କାରକେଡ ସହ ଏକ ଟ୍ୟାକ୍ସି ଧକ୍କା ହୋଇଥିଲା।

ଏହି ଦୁର୍ଘଟଣା ପରେ କାର୍‌କେଡର ଗାଡ଼ିଗୁଡ଼ିକ ସେ ସ୍ଥାନରୁ ଚାଲି ଯାଇଥିଲା। ଏହାପରେ ଟ୍ୟାକ୍ସି ଚାଳକଜଣକ ମଧ୍ୟ ଉକ୍ତ କାର୍‌କେଡକୁ ପିଛା କରି ରାଜ୍ୟପାଳଙ୍କ ଗେଷ୍ଟ ହାଉସ୍‌ ନିକଟରେ ପହଞ୍ଚି ଯାଇଥିଲା। ଏନେଇ ରାଜ୍ୟପାଳଙ୍କ ସୁରକ୍ଷା କର୍ମୀ ଦିଲ୍ଲୀ ପୁଲିସ୍‌କୁ ଖବର ଦେଇଥିଲେ।

Advertisment

ଖବର ପାଇ ଦିଲ୍ଲୀ ପୁଲିସ୍‌ ପହଞ୍ଚି ତୁରନ୍ତ ଟ୍ୟାକ୍ସି ଚାଳକଙ୍କୁ ଅଟକ ରଖିଥିଲା। ଏନେଇ ପଚରାଉଚରା କରାଯିବାରୁ ଟ୍ୟାକ୍ସି ଡ୍ରାଇଭରଜଣକ କହିଛନ୍ତି, ତାହା ରାଜ୍ୟପାଳଙ୍କ କାର୍‌କେଡ ବୋଲି ମୋର ଧାରଣା ନ ଥିଲା। ଏହାସତ୍ତ୍ୱେ ଦିଲ୍ଲୀ ପୁଲିସ୍‌ ତାଙ୍କୁ ଗୁଡ଼ାଇତୁଡ଼ାଇ ପଚରାଉଚରା କରୁଥିବା ଜଣାଯାଇଛି।

Accident Delhi West Bengal Governor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe