ଫୈଜାନ ଓ ଭିଡିଓ ଜାରି କରିଥିବା ଯୁବକ
ଦେଶର ରାଜଧାନୀ ଦିଲ୍ଲୀର ମୌଜପୁର ସ୍ଥିତ ଗୋଟିଏ କାଫେରେ ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଗୁଳି ମାରି ହତ୍ୟା କରିବା ପରେ ଏବେ ଗୋଟିଏ ସ୍ୱୀକାରୋକ୍ତି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଥିବା ଯୁବକ ଜଣକ ୨୪ ବର୍ଷୀୟ ଫୈଜାନଙ୍କୁ ଗୁରୁବାର ହତ୍ୟା(Murder) କରିଥିବା କହୁଛି। ବ୍ୟକ୍ତିଗତ ଶତ୍ରୁତା କାରଣରୁ ସେ ଫୈଜନାନଙ୍କୁ ମାରିଥିବା ଭିଡିଓରେ ସ୍ୱୀକାର କରିଛି।
ଏହି ସ୍ୱୀକାରୋକ୍ତି ଭିଡିଓ moinqureshiii ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରାଯାଇଛି। ଏଥିରେ ଥିବା ଯୁବକ ଜଣକ କହୁଛି ଯେ ଫୈଜାନ ତା’କୁ କିଛି ମାସ ତଳେ ମାଡ଼ ମାରିଥିଲେ। ଏଥିପାଇଁ ସେ ତାଙ୍କୁ ହତ୍ୟା କରିଛି। ଏଥିରେ ତା’ ପରିବାର କିମ୍ବା କୌଣସି ସାଙ୍ଗଙ୍କର ଭୂମିକା ନଥିବା ମଧ୍ୟ ସଫେଇ ଦେଇଛି।
ସେ କହିଛି ଯେ “ବ୍ୟକ୍ତିଗତ ଶତ୍ରୁତା କାରଣରୁ ମୁଁ ଫୈଜାନକୁ ହତ୍ୟା କରିଛି। ଏଥିରେ ମୋ ବାପା, ମୋ ପରିବାର କିମ୍ବା ସାଙ୍ଗମାନଙ୍କର କୌଣସି ପ୍ରକାରର ଭୂମିକା ନାହିଁ। ମୁଁ କାହା କଥାରେ ଫୈଜାନକୁ ମାରିନାହିଁ। ଏଥିରେ ଟଙ୍କା ନେଣଦେଣର କୌଣସି ଭୂମିକା ନାହିଁ। ସେ ମୋତେ ୪ ମାସ ତଳେ ଚାପୁଡ଼ା ମାରିଥିଲା। ଏବେ ମୁଁ ତା’ ଜୀବନ ନେଇଯାଇଛି।”
ଟଙ୍କା ପାଇଁ ଫୈଜାନଙ୍କୁ ହତ୍ୟା କରାଯାଇଥିବା ତାଙ୍କ ଭାଇ ଅଭିଯୋଗ କରିଥିଲେ ହେଁ ଏହାକୁ ଭିଡିଓ ଜାଣି କରିଥିବା ଯୁବକ ମିଛ ବୋଲି କହିଛି। ଫୈଜନାଙ୍କ ଭାଇ ସଲମାନ ଗୁରୁବାର ଦାବି କରିଥିଲେ ଯେ ଭିଡିଓ ଜାରି କରିଥିବା ଯୁବକ ଓ ତା’ ବାପା ମିଳିତ ଭାବେ ଫୈଜାନଙ୍କ ସହ ଋଣ ଟଙ୍କା ପାଇଁ ଝଗଡ଼ା କରିଥିଲେ। ଫୈଜାନ ସେମାନଙ୍କ ଠାରୁ କିଛି ଟଙ୍କା ନେଇଥିଲା। ସେ ଏହାକୁ ଫେରାଇ ନ ପାରିବାରୁ ବାପା-ପୁଅ ଆସି ଝଗଡ଼ା କରିଥିଲେ। ଏନେଇ ଅଭିଯୋଗ ଦାଖଲ କରାଯାଇଥିଲେ ହେଁ କିଛି ବି ଲାଭ ମିଳି ନଥିଲା। ଉଭୟ ବାପ-ପୁଅଙ୍କୁ ଗିରଫ କରାଯାଉ ବୋଲି ସଲମନ କହିଥିଲେ।
ଫୈଜାନ ୱେଲକମ ଅଞ୍ଚଳରେ ରହୁଥିଲେ। ଗୁରୁବାର ରାତି ପ୍ରାୟ ୧୦.୨୮ରେ ମୌଜପୁର ସ୍ଥିତ ମିଷ୍ଟର କିଙ୍ଗ ଲାଉଞ୍ଜ ଓ କାଫେରେ ତାଙ୍କୁ ଗୁଳି କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଗୁରୁ ତେଗ ବାହାଦୂର ହସ୍ପିଟାଲକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସଲମାନ କହିଥିଲେ ଯେ ତାଙ୍କ ଭାଇଙ୍କୁ ୩ଟି ଗୁଳି ମାଡ଼ କରାଯାଇଥିଲା। ଗୋଟିଏ ତାଙ୍କ ମୁଣ୍ଡରେ ଓ ଆଉ ଦୁଇଟି ତାଙ୍କ ଛାତିରେ ବାଜିଥିଲା। ଫୈଜାନଙ୍କ ହାତରେ କଟା ଦାଗ ମଧ୍ୟ ରହିଥିଲେ।
ପୁଲିସ୍ ଭାରତୀୟ ନ୍ୟାୟ ସଂହିତା ଓ ଆର୍ମସ ଆଇନ ଅନୁସାରେ ମାମଲା ରୁଜୁ କରିଛି। ପୁଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ଏବେ ସ୍ୱୀକାରୋକ୍ତିର ଭିଡିଓ ସାମ୍ନାକୁ ଆସିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/24/faizan-2026-01-24-13-28-39.jpg)