Advertisment

ସଂସଦରେ ଧୂଆଁ ଆକ୍ରମଣ ଘଟଣା; ତଦନ୍ତ ପାଇଁ କମିଟି ଗଠିତ

ଏହି କମିଟି ପାର୍ଲାମେଣ୍ଟ ସୁରକ୍ଷା ତ୍ରୁଟିର କାରଣ ଖୋଜିବ। କେଉଁଠି ଭୁଲ୍ ରହିଲା ତାହା ନିର୍ଦ୍ଧାରଣ କରିବ ଏବଂ ସଂସଦର ସୁରକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବ ।

author-image
Niharika Rout
Lok Sabha

Lok Sabha

ସଂସଦରେ ଧୂଆଁ ଆକ୍ରମଣ ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ତଦନ୍ତ କମିଟି । ଲୋକସଭା ସେକ୍ରେଟାରିଏଟର ଅନୁରୋଧ କ୍ରମେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି କମିଟି ଗଠନ କରାଯାଇଛି ।

Advertisment

ସିଆରପିଏଫ୍ ଡିଜି ଅନୀଶ ଦୟାଲ ସିଂ ଏହାର ନେତୃତ୍ୱ ନେବେ । ଅନ୍ୟ ସୁରକ୍ଷା ଏଜେନ୍ସି ଓ ବିଶେଷଜ୍ଞ ଏଥିରେ ସାମିଲ ରହିବେ । ଏହି କମିଟି ପାର୍ଲାମେଣ୍ଟ ସୁରକ୍ଷା ତ୍ରୁଟିର କାରଣ ଖୋଜିବ। କେଉଁଠି ଭୁଲ୍ ରହିଲା ତାହା ନିର୍ଦ୍ଧାରଣ କରିବ ଏବଂ ସଂସଦର ସୁରକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବ ।

ସେପଟେ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଏହି ଘଟଣା ପରେ ସଂସଦର ସୁରକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହୋଇଛି । ପ୍ରବେଶ ପଥରେ ଫୁଲ୍ ବଡି ସ୍କାନର ଲାଗିବ ଏବଂ ସୁରକ୍ଷା ପ୍ରଟୋକଲ ସଂଶୋଧନ କରାଯିବ । ସାଂସଦ, ଷ୍ଟାଫ୍ ଓ ସାମ୍ବାଦିକଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରବେଶ ପଥ ରହିବ । ଯେତେବେଳେ ଭିଜିଟର୍ସ ପାସ୍ ଉପରୁ ବ୍ୟାନ ହଟିବ, ସେତେବେଳେ ଦର୍ଶକମାନେ ଚତୁର୍ଥ ଗେଟ୍ ଦେଇ ପଶିବେ ।

Advertisment

ଭିଜିଟର୍ସ ଗ୍ୟାଲେରି ଆଗରେ କାଚ ଲାଗିବ, ଯେପରି କେହି ସାଂସଦମାନଙ୍କ ନିକଟକୁ ଯାଇପାରିବେ ନାହିଁ । ଏଥିସହ ହାଉସ୍ ଭିତରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବଢ଼ିବ। 

ଗତକାଲି ସଂସଦର ସୁରକ୍ଷାରେ ସାଂଘାତିକ ତ୍ରୁଟି ଦେଖା ଯାଇଥିଲା। ଦୁଇ ଜଣ ଯୁବକ ଲୋକସଭା କାର୍ଯ୍ୟ ଚାଲିଥିବା ବେଳେ ଗୃହର ମଧ୍ୟ ଭାଗକୁ ଡେଇଁ ବେଶ କିଛି ସମୟ ହଙ୍ଗାମା କରିଥିଲେ। ସେମାନେ ଲୋକସଭାରେ ହଳଦିଆ ରଙ୍ଗର ଧୂଆଁ ମାଡ଼ କରିଥିଲେ। ଫଳରେ ପୂରା ଲୋକସଭା ଧୂଆଁ ମୟ ହୋଇଯାଇଥିଲା।

ସଂସଦର ସୁରକ୍ଷା ବ୍ୟବସ୍ଥାରେ ଏପରି ସାଂଘାତିକ ତ୍ରୁଟି ପରେ ଭିଜଟରଙ୍କ ପାଇଁ ସଂସଦ କମ୍ପ୍ଲେକ୍ସକୁ ବନ୍ଦ କରି ଦିଆଯାଇଛି। ଏହାର ଅର୍ଥ କୌଣସି ବାହାର ଲୋକଙ୍କୁ ସଂସଦରେ ପ୍ରବେଶ କରିବା ପାଇଁ ଏବେ ଆଉ ପାସ୍‌ ମିଳିବ ନାହିଁ। ଏଥିସହ ସଂସଦର ସୁରକ୍ଷା ନିୟମରେ ଏକାଧିକ ପରିବର୍ତ୍ତନ କରାଯାଇଛି।

Delhi Parliament New Parliament Building Member Of Parliament