Advertisment

ଦ୍ରୁତ ଗତିରେ ଆସି କନଷ୍ଟେବଳଙ୍କୁ ଚାପି ଦେଲା କାର୍‌

ଘଟଣାସ୍ଥଳରେ ହିଁ କନଷ୍ଟେବଳଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Constable

Constable

Advertisment

ମଦ ମାଫିଆଙ୍କ ଗୁଣ୍ଡା ରାଜ। ଚଢ଼ାଉ ପାଇଁ ଯାଇଥିବା କନଷ୍ଟେବଳଙ୍କୁ କାର୍‌ରେ ଚାପି ଦେଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀରେ ଘଟିଛି ଏଭଳି କିଛି ଘଟଣା।

Advertisment

ସୂଚନା ମୁତାବକ, ଦିଲ୍ଲୀ ନାଙ୍ଗଲୋଇ ଅଞ୍ଚଳର ପୁଲିସ କନଷ୍ଟେବଳ ସନ୍ଦୀପ। ସେ ନାଇଟ୍‌ ଡ୍ୟୁଟିରେ ଥିଲେ। ତାଙ୍କୁ ଆଜି ଭୋରୁ ୩ଟା ବେଳେ ଏକ ମଦ ସପ୍ଲାଏ କାର୍‌ ଆସୁଥିବା ନେଇ ଖବର ମିଳିଥିଲା। ଏହାପରେ ସେ ଚଢ଼ାଉ ପାଇଁ ଯାଇଥିଲେ। 

ଏତିକି ବେଳେ ମଦ ଯୋଗାଣକାରୀଙ୍କ କାରକୁ ଅଟକାଇବା ପାଇଁ ସେ ସଙ୍କେତ ଦେଇଥିଲେ। କିନ୍ତୁ କାର୍‌ରେ ବସିଥିବା ବ୍ୟକ୍ତି ଜଣକ ଅଟକି ନଥିଲେ। କନଷ୍ଟେବଳଙ୍କୁ କାର୍‌ରେ ଧକ୍କା ଦେଇ ଚାପି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ କନଷ୍ଟେବଳ ସନ୍ଦୀପଙ୍କ ମୃତ୍ୟୁ ହୋଇଛି।

Advertisment

ସେପଟେ ପୁଲିସ ମଦ ସପ୍ଲାଏର୍‌ କାର୍‌କୁ ଜବତ କରିଛି। ତେବେ ଉକ୍ତ କାର୍‌ରୁ କୌଣସି ମଦ ଉଦ୍ଧାର କରାଯାଇଛି। ସେପଟେ କନଷ୍ଟେବଳଙ୍କୁ ଧକ୍କା ଦେବା ପରେ ଘଟଣାସ୍ଥଳରୁ କାର୍‌ ଛାଡ଼ି ଡ୍ରାଇଭର ଫେରର ହୋଇଯାଇଛି। ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ଛାନଭିନ୍‌ ଜାରି ରଖିଛି।

Road Accident Liquor Supplier Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe