Advertisment

୩ ବର୍ଷ ପରେ ବି ଶାନ୍ତ ପଡ଼ି ନଥିଲା ରାଗ, ଝିଅର ପରିବାରକୁ ନିପାତ କରି ଦେଲେ ବାପା ଓ ଭାଇ

୩ ବର୍ଷ ଧରି ଗାଁକୁ ଫେରି ନଥିଲେ। ଗତକାଲି ଗାଁକୁ ଫେରିବା ପରେ ଚାଲିଯାଇଥିଲା ଜୀବନ। ସ୍ୱାମୀ ଓ ଝିଅ ବି ହେଲେ ହତ୍ୟାର ଶିକାର।

author-image
Jitendra Garnayak
ଅଦ୍ୟତନ ହୋଇଛି
Dead

Dead

୨୦୨୧ ମସିହାରେ ଘରୁ ପଳାଇ ବାହା ହୋଇଥିଲେ। ୩ ବର୍ଷ ପରେ ଗତକାଲି ଗାଁକୁ ଫେରିଥିଲେ। ସାଙ୍ଗରେ ଆସିଥିଲା ୨ ବର୍ଷର ଝିଅ। ହେଲେ ଗାଁକୁ ଫେରିବାର ଖୁସି ବେଶୀ ସମୟ ରହିଲା ନାହିଁ। ସେମାନଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏମିତିକି ୨ ବର୍ଷର ଶିଶୁ କନ୍ୟାଟିକୁ ମଧ୍ୟ ଛାଡ଼ିଲେନି। ଘଟଣାଟି ଘଟିଛି ବିହାରର ନୌଗଚ୍ଛିଆରେ।

Advertisment

ମୃତକମାନେ ହେଉଛନ୍ତି ଚନ୍ଦନ କୁମାର, ତାଙ୍କ ପତ୍ନୀ ଚାନ୍ଦନୀ କୁମାରୀ ଓ ସେମାନଙ୍କର ୨ ବର୍ଷର ଝିଅ। ସେମାନଙ୍କୁ ଚାନ୍ଦନୀ କୁମାରଙ୍କ ବାପା ପପୁ ସିଂହ ଓ ଭାଇ ଧୀରଜ କୁମାର ହତ୍ୟା କରିଥିବା ଅଭିଯୋଗ ହୋଇଛି। 

ଚନ୍ଦନଙ୍କ ବଡ଼ ଭାଇ କେଦାରନାଥ ସିଂହଙ୍କ ସୂଚନା ଅନୁଯାୟୀ, ଚନ୍ଦନ ଓ ଚାନ୍ଦନୀ ପରସ୍ପରକୁ ଭଲ ପାଉଥିଲେ। କିନ୍ତୁ ଚାନ୍ଦନୀଙ୍କ ପରିବାର ଲୋକେ ଏହାକୁ ବିରୋଧ କରିଥିଲେ। ଏହା ପରେ ଚନ୍ଦନ ଓ ଚାନ୍ଦନୀ ଘରୁ ପଳାଇ ବାହା ହୋଇଥିଲେ। ସେମାନେ ଖୁସିରେ ଥିଲେ। ୩ ବର୍ଷ ହେଲାଣି ଆଉ ଗାଁକୁ ଆସୁ ନଥିଲେ। ହେଲେ ବାପା ଶଯ୍ୟାଶାୟୀ ହୋଇଯାଇଥିବା ଶୁଣି ଆଉ ରହିପାରିଲେନି ଚନ୍ଦନ। ପତ୍ନୀ ଚାନ୍ଦନୀ ଓ ଝିଅକୁ ଧରି ଗାଁକୁ ଚାଲି ଆସିଥିଲେ। ହେଲେ ବାପାଙ୍କୁ ଦେଖା କରି ଚନ୍ଦନ ସ୍ତ୍ରୀ ଓ ଛୁଆଙ୍କୁ ଧରି ତାଙ୍କ ପରିବାରର ନୂଆ ଘରକୁ ଯାଉଥିବା ବେଳେ ହତ୍ୟାର ଶିକାର ହୋଇଥିଲେ। ଘଟଣାସ୍ଥଳରେ ସମସ୍ତଙ୍କ ମୃତ୍ୟୁ ଘଟିଥିଲା।

Advertisment

ନୌଗଚ୍ଛିଆ ଏସ୍‌ପି କହିଛନ୍ତି ଯେ ଚନ୍ଦନ ଓ ଚାନ୍ଦନୀ ଗୋଟିଏ ଗାଁର ବାସିନ୍ଦା। ସେମାନେ ପରସ୍ପରକୁ ଭଲ ପାଇ ଘରୁ ପଳାଇ ବିବାହ କରିଥିଲେ। ଗତକାଲି ସେମାନେ ଗାଁକୁ ଆସିଥିବା ବେଳେ ଚାନ୍ଦନୀଙ୍କ ବାପା ଓ ଭାଇ ସେମାନଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆମକୁ ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳେ ଏହି ଘଟଣା ନେଇ ଖବର ମିଳିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରାଯାଇଛି।

Murder Mass Murder