/odisha-reporter/media/post_attachments/uploadimage/library/16_9/16_9_0/AI_1710164609.jpg)
AI
କୃତ୍ରିମ ଗୁଇନ୍ଦା ବା ଆର୍ଟିଫିସିଆଲ ଇଣ୍ଟଲଜେନ୍ସ ଜରିଆରେ ନୂଆ ଧରଣର ଠକେଇ ମାମଲା ସାମ୍ନାକୁ ଆସିଛି। AI ଦ୍ୱାରା ନକଲି ସ୍ୱର ପ୍ରସ୍ତୁତ କରାଯାଇ ଜଣେ ମହିଳାଙ୍କୁ ଠକିବାକୁ ଚାହୁଁଥିଲେ ଦୁର୍ବୃତ୍ତ। ସେମାନେ ନକଲି କଲ୍ କରିଥିଲେ ହେଁ ଏହା ଶୁଣିଲେ ପୂରା ସତ ଲାଗୁ ଥିଲା। କିନ୍ତୁ ଏସବୁ ଏଆଇ ଜରିଆରେ କରାଯାଇଥିଲା।
କାବେରୀ ନାମକ ଜଣେ ମହିଳାଙ୍କୁ ପୁଲିସ୍ ନାଁରେ ଫୋନ କରି ଠକିବାକୁ ଉଦ୍ୟମ କରାଯାଇଥିଲା। ତାଙ୍କ ଝିଅଙ୍କୁ ଗିରଫ କରାଯାଇଛି ବୋଲି ମଧ୍ୟ ସେମାନେ କହିଥିଲେ। ଏନେଇ ବିଶ୍ୱାସ ସୃଷ୍ଟି କରିବା ପାଇଁ କାବେରୀଙ୍କୁ ଏଆଇ ଦ୍ୱାରା ଝିଅର ସ୍ୱର ମଧ୍ୟ ଦୁର୍ବୃତ୍ତମାନେ ଶୁଣାଇଥିଲେ।
କାବେରୀ କହିଛନ୍ତି ଯେ “ଠକମାନେ ବେଶ ଚମତ୍କାର ଢଙ୍ଗରେ ମୋ ଝିଅର ନାଁ ଓ ସ୍ୱରକୁ ଏଆଇ ଦ୍ୱାରା ତିଆରି କରିଥିଲେ। ସେ ସମସ୍ୟାରେ ପଡ଼ିଛି ଓ ନକଲି ପୁଲିସ୍ ନାଁରେ ସେମାନେ ଠକେଇ କରିବାକୁ ଚେଷ୍ଟା କରିଥିଲେ।
ଅଜଣା ନମ୍ବରରୁ ମୋ ପାଖକୁ କଲ ଆସିଥିଲା। ସାଧାଣତଃ ମୁଁ ଅଜଣା ନମ୍ବର ଉଠାଏ ନାହିଁ। କିନ୍ତୁ ଏହି କଲ ମୁଁ ଉଠାଇ ଦେଇଥିଲି। ଫୋନରେ ଥିବା ଜଣେ ଲୋକ ନିଜକୁ ପୁଲିସ୍ ବୋଲି କହିଥିଲା। ମୋ ଝିଅ ‘କେ’ କେଉଁଠି ବୋଲି ମୁଁ ଜାଣିଛି କି ନାହିଁ ବୋଲି ପ୍ରଶ୍ନ କରିଥିଲା।”
ନକଲି ପୁଲିସ୍ କାବେରୀଙ୍କୁ କହିଥିଲା ଯେ ଅନ୍ୟ ୩ ଜଣଙ୍କ ସହ ତାଙ୍କ ଝିଅ ଜଣେ ବିଧାୟକଙ୍କ ପୁଅର ଅଶ୍ଳୀଳ ଭିଡିଓ ଶୁଟିଂ କରିଛନ୍ତି। ଏହାକୁ ଦେଖାଇ ସେମାନେ ବିଧାୟକଙ୍କ ପୁଅକୁ ବ୍ଲାକମେଲ କରୁଥିଲେ। ଏଥିପାଇଁ ସେମାନଙ୍କୁ ଗିରଫ କରାଯାଇଛି।
ଏକଥା ଶୁଣି କାବେରୀ ଏହା କୌଣସି ଠକର ଫୋନ ବୋଲି ହୃଦୟଙ୍ଗମ କରିଥିଲେ। ଏଥିସହ କଲ ରେକର୍ଡିଂ ବଟନ ଅନ କରି ଦେଇଥିଲେ। ବେଶ ଚାଲିକାର ସହ ସେ ନିଜ ଝିଅ ସହ କଥା ହେବାକୁ ଚାହୁଁଥିବା କହିଥିଲେ।
କାବେରୀ କହିଛନ୍ତି, “ଫୋନ କରିଥିବା ବ୍ୟକ୍ତି ବାରମ୍ବାର ଅସଭ୍ୟଙ୍କ ଭଳି ବ୍ୟବହାର କରୁଥିଲା। ମୋ ଭିତରେ ଭୟ ସୃଷ୍ଟି କରିବା ପାଇଁ ଗୋଟିଏ ରେକର୍ଡିଂ ମୋତେ ଶୁଣିବାକୁ କୁହାଯାଇଥିଲା। ମା’ ମୋତେ ବଞ୍ଚେଇ ଦିଅ, ମା ମୋତେ ବଞ୍ଚାଇ ଦିଅ ବୋଲି ଉକ୍ତ ଭୟସ ରେକର୍ଡିଂରେ ମୋତେ ଶୁଣିବାକୁ ମିଳିଥିଲା। ଉକ୍ତ ସ୍ୱରଟି ପୂରା ମୋ ଝିଅ ଭଳି ଥିଲା।
⚠️Scam Alert⚠️
I got a call about an hour ago from an unknown number. I unusually do not respond to unknown numbers but I don't know what made me answer this call.
On the other end was a guy who said he is a cop and asked me if I knew where my daughter K is. He said K gave...— Kaveri 🇮🇳 (@ikaveri) March 11, 2024
ଏହାପରେ ସେମାନେ ମୋତେ ଟଙ୍କା ମାଗିଥିଲେ ଓ ଝିଅ ନାଁରେ ଥିବା ସବୁ ମାମଲା ବନ୍ଦ କରିଦେବେ ବୋଲି କହିଥିଲେ। ମୁଁ ତାଙ୍କୁ କହିଥିଲି ଯେ ମୋତେ ମୋ ଝିଅ ସହ କଥା ହେବାକୁ ଦିଅ। ଫୋନ କରିଥିବା ବ୍ୟକ୍ତି ରାଗି ଯାଇଥିଲା। ସେ ମୋତେ କହିଥିଲା ଯେ ଆମେ ତା’ହେଲେ ତୁମ ଝିଅକୁ ଜେଲ ନେଇ ଯାଉଛୁ। ମୁଁ ତାଙ୍କୁ କହିଥିଲି ଯେ ନେଇ ଯାଅ। ମୁଁ ହସିବାକୁ ଲାଗିଥିଲି। ସେ ରାଗରେ ଫୋନ କାଟି ଦେଇଥିଲା।”
କାବେରୀଙ୍କ କହିବା କଥା ଯେ ଏଆଇ ଦ୍ୱାରା ତାଙ୍କ ଝିଅର ଭୟସ ତିଆରି କରାଯାଇ ଏପରି ଠକେଇ ପାଇଁ ଉଦ୍ୟମ ହୋଇଥିଲା। କାବେରୀଙ୍କ ପୋଷ୍ଟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
