Advertisment

‘ବିପର୍ଯ୍ୟୟ’ ଦେଇଗଲା ଦୁଃଖ: ଛେଳିଙ୍କୁ ବଞ୍ଚାଇବାକୁ ଯାଇ ପ୍ରାଣ ହରାଇଲେ ବାପ-ପୁଅ

୨୨ଟି ଛେଳି ଓ ଗୋଟିଏ ମେଣ୍ଢାଙ୍କର ଜୀବନ ଚାଲିଗଲା।

Goat

Goat

Advertisment

ବାତ୍ୟା ‘ବିପର୍ଯ୍ୟୟ’ ଗୁଜରାଟର ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ଭାବନଗର ଜିଲ୍ଲାରେ ଜଣେ ବ୍ୟକ୍ତି ଓ ତାଙ୍କ ପୁଅଙ୍କର ମୃତ୍ୟୁ ଘଟିଛି। ବାପପୁଅ ସେମାନଙ୍କ ଛେଳିମାନଙ୍କୁ ବଞ୍ଚାଇବାକୁ ଯାଇ ପ୍ରାଣ ହରାଇଛନ୍ତି। ମୃତକ ଦ୍ୱୟ ହେଲେ ରାମଜୀ ପରମାର (୫୫) ଓ ତାଙ୍କ ପୁଅ ରାକେଶ ପରମାର (୨୨)। 

Advertisment

ବାତ୍ୟା ‘ବିପର୍ଯ୍ୟୟ’ ପ୍ରଭାବରେ ଗୁଜରାଟର ଅନେକ ଅଞ୍ଚଳରେ ଗତକାଲି ପ୍ରବଳ ବର୍ଷା ହୋଇଥିଲା। ଭାବନଗର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା। ସକାଳୁ ବର୍ଷା ଲାଗି ରହିବାରୁ ସିହୋର ସହର ନିକଟସ୍ଥ ଭନ୍ଦର ଗାଁ ନିକଟ ଦେଇ ଯାଇଥିବା ନାଳରେ ପାଣି ଅଧିକ ହୋଇଯାଇଥିଲା। ଫଳରେ ରାମଜୀ ପରମାରଙ୍କ ଛେଳି ଗୁଡ଼ିକ ସେଥିରେ ଫସି ଯାଇଥିଲେ। ନାଳ ସେପାଖକୁ ଛେଳିଗୁଡ଼ିକ ଚରିବାକୁ ଯାଇଥିବା ବେଳେ ଫେରିଲା ବେଳେ ଅଧିକ ପାଣି ପ୍ରବାହିତ ହେଉଥିବା ଯୋଗୁ ଫସି ଯାଇଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ନାଳ ଭିତରୁ ବାହାର କରିବାକୁ ରାମଜୀ ପାରମାର ଓ ତାଙ୍କ ପୁଅ ରାକେଶ ନାଳ ଭିତରେ ପଶିଥିଲେ। କିନ୍ତୁ ନାଳରେ ପ୍ରବାହିତ ହେଉଥିବା ଜଳର ସ୍ରୋତ ପ୍ରଖର ଥିବାରୁ ସେମାନେ ଭାସି ଯାଇଥିଲେ। ପରେ ଘଟଣାସ୍ଥଳଠାରୁ କିଛି ଦୂରରେ ସେମାନଙ୍କ ମୃତଦେହ ମିଳିଥିଲା।

ରାମଜୀଙ୍କର ୨୨ଟି ଛେଳି ଓ ଗୋଟିଏ ମେଣ୍ଢା ମଧ୍ୟ ନାଳରେ ଭାସି ଯାଇ ପ୍ରାଣ ହରାଇଥିବା ସ୍ଥାନୀୟ ତହସିଲଦାର କହିଛନ୍ତି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ବାତ୍ୟା ଯୋଗୁ ରାଜ୍ୟର ୧୦ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ୨ ଜଣଙ୍କ ଜୀବନ ଯାଇଛି ଓ ୨୨ ଜଣ ଆହତ ହୋଇଛନ୍ତି। ଗଛ ପଡ଼ିଥିବାରୁ ଓ ବିଦ୍ୟୁତ୍ ଖୁଣ୍ଟ ଗୁଡ଼ିକ ଉପୁଡ଼ି ପଡ଼ିଥିବାରୁ ରାଜ୍ୟର ପ୍ରାୟ ୯୪୦ ଗାଁରୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଛି। ଗଛକାଟି ରାସ୍ତା ସଫା କରିବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟରେ ଲାଗିପଡ଼ିଛନ୍ତି ୧୮ଟି ଏନ୍‌ଡିଆର୍‌ଏଫ୍ ଟିମ୍ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ବିଭିନ୍ନ ଟିମ୍।

Gujarat Cyclone Biparjoy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe