Advertisment

ମୃତ୍ୟୁକୁ ଚକମା; ଚଢ଼ିଗଲା କାର୍‌, ଉଠି ବସିଲା ଛୁଆ

ରାସ୍ତାରେ ସାଇକେଲ ଚଲାଉଥିବା ଏକ ୪ ବର୍ଷର ଛୁଆ ଉପରେ ମାଡ଼ିଗଲା କାର୍‌। ମାତ୍ର କାର୍‌ ଯିବା ପରେ ପିଲାଟି ପୁଣି ଥରେ ଉଠି ବସିଥିଲା। ପିଲଟି ଏବେ ସୁରକ୍ଷିତ ଥିବା ଜଣାଯାଇଛି।

Accident

Accident

Advertisment

ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଏପରି ଏକ ଲୋମଟାଙ୍କୁରା ଘଟଣା ମଧ୍ୟପ୍ରଦେଶରେ ଘଟିଥିବା ବେଳେ ଏହାର ଭିଡିଓ ସିସିଟିଭି ଫୁଟେଜରେ କଏଦ ହୋଇଛି।

Advertisment

ରାସ୍ତାରେ ସାଇକେଲ ଚଲାଉଥିବା ଏକ ୪ ବର୍ଷର ଛୁଆ ଉପରେ ମାଡ଼ିଗଲା କାର୍‌। ମାତ୍ର କାର୍‌ ଯିବା ପରେ ପିଲାଟି ପୁଣି ଥରେ ଉଠି ବସିଥିଲା। ପିଲଟି ଏବେ ସୁରକ୍ଷିତ ଥିବା ଜଣାଯାଇଛି। ଏପରି ଏକ ସାଂଘାତିକ ଘଟଣା ମଧ୍ୟପ୍ରଦେଶର ବୈତୁଲରେ ଘଟିଛି। ପୁଲିସ୍‌ କାର୍‌ ଚାଳକଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଖୋଜିବା ଆରମ୍ଭ କରିଛି ।

ଗତକାଲି ଅପରାହ୍ନ ସମୟରେ ୪ ବର୍ଷୀୟ ନାବାଳକ ନିଜ ଘର ପାଖ ରାସ୍ତାରେ ଏକୁଟିଆ ସାଇକେଲ ଚଲାଉଥିଲା। ଉକ୍ତ ସମୟରେ ଏକ କାର୍‌ ପିଲାଟି ନିକଟରେ ଅଟକିଥିଲା। ସେଥିରେ ବସିଥିବା ମହିଳାଜଣକ ପିଲାଟି ସହ କିଛି କଥା ହୋଇଥିଲେ। ଏହାପରେ ଉକ୍ତ ରାସ୍ତାରୁ ୟୁ-ଟର୍ଣ୍ଣ ମାରି କାର୍‌ଟି ଫେରୁଥିଲା।

Advertisment

ଉକ୍ତ ସମୟରେ ପିଲାଟିର ସାଇକେଲ ଆଗକୁ ନ ଯିବାରୁ ସେ ସାଇକେଲ ଉପରେ ହିଁ ବସି ରହିଥିଲା। ଏହା ଦେଖିବା ସତ୍ତ୍ୱେ କାର୍‌ ଚାଳକ ଗାଡ଼ିଟିକୁ ପିଲାଟି ଉପରେ ଚଢ଼ାଇ ଦେଇଥିଲେ। ମାତ୍ର ଗାଡ଼ି ଯିବା ପରେ ପିଲାଟି ଉଠି ବସିଥିଲା।

ଖବର ପାଇ ପରିବାର ଲୋକେ ପିଲାଟିକୁ ତୁରନ୍ତ ମେଡିକାଲ ନେଇଥିଲେ। ପିଲାଟିର ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ତେବେ ପ୍ରାଥମିକ ଚିକିତ୍ସା ପରେ ପିଲାଟି ଘରକୁ ଫେରିଥିବା ଜଣାଯାଇଛି।

ନାବାଳକଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ଗାଡ଼ି ନମ୍ବର ଯାଞ୍ଚ କରି ତାହାର ମାଲିକ ଓ ଚାଳକଙ୍କୁ ଧରିବାକୁ ତନାଘନା ଚଳାଇଛି।

Accident Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe