Advertisment

ଅଟଳ ସେତୁରୁ ଡେଇଁଲେ ମହିଳା ଡାକ୍ତର, ୩ ଦିନ ହେଲା ମିଳୁନି ପତ୍ତା

ଅଟଳ ସେତୁ ଉପରୁ ସମୁଦ୍ରକୁ ଡେଇଁ ପଡ଼ିଛନ୍ତି ଜଣେ ମହିଳା ଡାକ୍ତର। ଗତ ୩ ଦିନ ହେଲାଣି ତାଙ୍କ ପତ୍ତା ମିଳୁନି।

author-image
Niharika Rout
Atal Setu

Atal Setu

ଅଟଳ ସେତୁରେ ଘଟିଛି ଅଘଟଣ । ଅଟଳ ସେତୁ ଉପରୁ ସମୁଦ୍ରକୁ ଡେଇଁ ପଡ଼ିଛନ୍ତି ଜଣେ ମହିଳା ଡାକ୍ତର। ଗତ ୩ ଦିନ ହେଲାଣି ତାଙ୍କ ପତ୍ତା ମିଳୁନି। ଏପରି ଏକ ଅଘଟଣ ମୁମ୍ବାଇରେ ଥିବା ନବନିର୍ମିତ ଅଟଳ ସେତୁରେ ଘଟିଛି। ନିଖୋଜ ଥିବା ମହିଳା ଡାକ୍ତରଜଣକ ହେଉଛନ୍ତି ୪୩ ବର୍ଷୀୟା କିଞ୍ଜଲ କାନ୍ତିଲାଲ ।

Advertisment

କିଞ୍ଜଲ କାନ୍ତିଲାଲ ଡାକ୍ତର ଭାବେ କାର୍ଯ୍ୟରତ ଥିବା ବେଳେ ମୁମ୍ବାଇରେ ନିଜ ପିତାଙ୍କ ସହ ରହୁଥିଲେ। ତାଙ୍କ ଘରୁ ଏକ ସୁଇସାଇଡ ନୋଟ୍‌କୁ ପୁଲିସ୍‌ ଜବତ କରିଛି। ପୁଲିସ୍‌ ସୂଚନା ଅନୁଯାୟୀ, କିଞ୍ଜଲ ପ୍ରାୟ ୮ ବର୍ଷ ହେବ ଅବସାଦଗ୍ରସ୍ତ ରହୁଥିଲେ। ଏଥିପାଇଁ ସେ ଚିକିତ୍ସିତ ବି ହେଉଥିଲେ।

ଗତ ସୋମବାର କିଞ୍ଜଲ ନିଜ ଘର ନିକଟରୁ ଏକ ଟ୍ୟାକ୍ସିରେ ଚଢ଼ିଥିଲେ। ଅଟଳ ସେତୁ ନିକଟକୁ ଯିବାକୁ ସେ ଡ୍ରାଇଭରଙ୍କୁ କହିଥିଲେ। ସେତୁ ଉପରେ ଗାଡ଼ି ପହଞ୍ଚିବା ପରେ ତାହାକୁ ଅଟକାଇବାକୁ ଡ୍ରାଇଭରଙ୍କୁ ବାଧ୍ୟ କରିଥିଲେ କିଞ୍ଜଲ । ଅନିଚ୍ଛା ସତ୍ତ୍ୱେ ଗାଡ଼ି ଅଟକାଇବାକୁ ବାଦ୍ୟ ହୋଇଥିଲେ ଡ୍ରାଇଭର । ଏହାପରେ ସଙ୍ଗେସଙ୍ଗେ ସମୁଦ୍ରକୁ ଡେଇଁ ପଡ଼ିଥିଲେ କିଞ୍ଜଲ ।

Advertisment

ଏନେଇ ଡ୍ରାଇଭର ତୁରନ୍ତ ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ ବି ୩ ଦିନ ହେଲାଣି କିଞ୍ଜଲଙ୍କ ପତ୍ତା ମିଳି ପାରୁନି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ଗତ ଜାନୁଆରୀରେ ଦେଶର ସବୁଠୁ ଲମ୍ବା ସମୁଦ୍ର ପୋଲର ଉଦ୍‌ଘାଟନ କରିଥିଲେ। ଏହା ଅଟଳ ସେତୁ ନାମରେ ନାମିତ ହୋଇଥିବା ବେଳେ ଦକ୍ଷିଣ ମୁମ୍ବାଇରୁ ନଭି ମୁମ୍ବାଇକୁ ଏହା ସଂଯୋଗ କରିଥାଏ।

Suicide Doctor Atal Setu