Advertisment

ରାତି ଅଧରେ ବିଲ୍ଡିଂରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ପରିବାରର ୪ ସଦସ୍ୟ

ଏକ ବିଲ୍ଡିଂରେ ନିଆଁ ଲାଗିଯିବାରୁ ପରିବାରର ୪ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Fire

Fire

ଗତ ରାତିରେ ରାଜଧାନୀ ଦିଲ୍ଲୀରେ ଏକ ଦୁଃଖଦ ଘଟଣା ଘଟିଛି। ଏକ ବିଲ୍ଡିଂରେ ନିଆଁ ଲାଗିଯିବାରୁ ପରିବାରର ୪ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଦିଲ୍ଲୀର ପ୍ରେମ ନଗର ଅଞ୍ଚଳରେ ଏହି ଅଘଟଣ ଘଟିଛି ।

Advertisment

ଗତ ରାତି ପ୍ରୟ ୩ଟା ପରେ ପ୍ରେମ ନଗରର ଏକ ବିଲ୍ଡିଂରେ ନିଆଁ ଲାଗି ଯାଇଥିଲା। ନିଆଁ ହୁତୁହୁତୁ ହୋଇ ଜଳୁଥିବା ଦେଖି ପାଖ ପଡ଼ୋଶୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ।

ଏହାପରେ ଘର ଭିତରୁ ୪ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନେ ୪୮ ବର୍ଷୀୟ ହୀରା ସିଂହ, ପତ୍ନୀ ୪୬ ବର୍ଷୀୟା ନୀତୁ ସିଂହ ଓ ସେମାନଙ୍କ ଦୁଇ ପୁଅ ଅଛନ୍ତି । ଦୁଇ ପୁଅଙ୍କ ବୟସ ୨୦ ବର୍ଷରୁ ଅଧିକ ବୋଲି ଜଣାଯାଇଛି।

Advertisment

ନିଆଁ ଲାଗିବାର କାରଣ ଜଣାପଡ଼ିନି। ତେବେ ପ୍ରଥମେ ତଳ ମହଲରେ ନିଆଁ ଲାଗିଥିବା ବେଳେ ସେଠାରେ ଥିବା ଇନଭୋଟର ଓ ସୋଫାରେ ନିଆଁ ଲାଗି ଯାଇଥିଲା। ପରେ ଏହା ଭୟଙ୍କର ରୂପ ଧାରଣ କରି ବ୍ୟାପି ଯାଇଥିଲ। ଫଳରେ ଉପର ମହଲାରେ ଥିବା ହୀରା ସିଂହଙ୍କ ପରିବାର ତଳକୁ ଆସି ପାରି ନ ଥିଲେ। ଆଖି ପିଛୁଳାକେ ନିଆଁ ଦ୍ୱାରା କବଳିତ ହୋଇ ସେମାନେ ଜୀଅନ୍ତା ଜଳି ଯାଇଥିଲେ।

Delhi Family Dead Fire Accident