Advertisment

ମୋବାଇଲରେ ଅଶ୍ଲୀଳ ଫିଲ୍ମ ଦେଖି ନାବାଳିକା ଭଉଣୀକୁ ଦୁଷ୍କର୍ମ କରି ମାରି ଦେଲେ ନାବାଳକ ଭାଇ

ଘଟଣା ସଂପର୍କରେ ପୁଲିସକୁ ଜଣାଇବା ବଦଳରେ ଏହାକୁ ଲୁଚାଇବାକୁ ପ୍ରୟାସ କରିଥିଲେ ସେମାନଙ୍କ ମା’ ଓ ଦୁଇ ଭଉଣୀ।

ଅଦ୍ୟତନ ହୋଇଛି
Rape

Rape

Advertisment

ମଧ୍ୟ ପ୍ରଦେଶର ରୀୱା ଜିଲ୍ଲାର ଜୱା ଥାନା ଅଞ୍ଚଳରେ ଜଣେ ୧୩ ବର୍ଷର ବାଳକ ମୋବାଇଲ୍‌ ଫୋନ୍‌ରେ ଅଶ୍ଳୀଳ ଫିଲ୍ମ ଦେଖିବା ପରେ ତା’ ୯ ବର୍ଷର ଭଉଣୀଙ୍କୁ ଦୁଷ୍କର୍ମ କରି ମାରି ଦେଇଛି। ପଚରାଉଚରା ବେଳେ ସେ ପୁଲିସ ଆଗରେ ଦୋଷ ସ୍ୱୀକାର କରିଛି। ଏହି ଘଟଣାକୁ ଲୁଚାଇବାକୁ ପ୍ରୟାସ କରି ପୁଲିସକୁ ଭୁଲ ତଥ୍ୟ ଦେଇଥିବା ଉକ୍ତ ନାବାଳକଙ୍କ ମା’ ଓ ଦୁଇ ବଡ଼ ଭଉଣୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। 

Advertisment

ଗତ ଏପ୍ରିଲ ୨୩ ତାରିଖ ରାତିରେ ଏହି ଘଟଣା ଘଟିଥିଲା। ମୃତ ନାବାଳିକା ଓ ତାଙ୍କ ନାବାଳକ ଭାଇ ଗୋଟିଏ ରୁମ୍‌ରେ ଶୋଇଥିଲେ। ଅନ୍ୟ ଗୋଟିଏ ରୁମ୍‌ରେ ସେମାନଙ୍କ ମା’ ଓ ଦୁଇ ବଡ଼ ଭଉଣୀ ଶୋଇଥିଲେ।

ଅଭିଯୁକ୍ତ ନାବାଳକ ସେହି ଦିନ ରାତିରେ ମୋବାଇଲ ଫୋନ୍‌ରେ ଅଶ୍ଳୀଳ ଫିଲ୍ମ ଦେଖିବା ପରେ ପାଖରେ ଶୋଇଥିବା ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ କରିଥିଲା। ସେ ଏନେଇ ବାପାଙ୍କୁ କହି ଦେବେ ବୋଲି କହିଥିଲା। ଏହା ପରେ ଅଭିଯୁକ୍ତ ଡରି ଯାଇ ତଣ୍ଟି ଚିପି ନାବାଳିକା ଭଉଣୀଙ୍କୁ ମାରି ଦେଇଥିଲା।

Advertisment

ସାନ ଭଉଣୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ତା’ ମା ଓ ଦୁଇ ବଡ଼ ଭଉଣୀଙ୍କୁ ଏ ବିଷୟରେ ଜଣାଇଥିଲା। ଘଟଣା ସଂପର୍କରେ ପୁଲିସକୁ ସୂଚନା ଦେବା ପରିବର୍ତ୍ତେ ଅଭିଯୁକ୍ତଙ୍କ ମା’ ଓ ଦୁଇ ବଡ଼ ଭଉଣୀ ଘଟଣାକୁ ଲୁଚାଇବା ପାଇଁ ପ୍ରୟାସ କରିଥିଲେ।

ସେମାନେ ପ୍ରଥମେ ମୃତ ନାବାଳିକାଙ୍କୁ ଅନ୍ୟ ଏକ ରୁମ୍‌କୁ ନେଇ ଯାଇଥିଲେ। ସେ ସେଠାରେ ଶୋଇଥିଲା ବୋଲି ପୁଲିସକୁ କହିଥିଲେ। ଏକ ବିଷାକ୍ତ ପୋକ କାମୁଡ଼ି ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସମସ୍ତେ ଡାକ୍ତର ଓ ପୁଲିସକୁ କହିଥିଲେ। କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିଥିଲା ଯେ ଉକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା ଓ ପରେ ତଣ୍ଟି ଚିପି ହତ୍ୟା କରାଯାଇଥିଲା। 

ପୁଲିସର ତଦନ୍ତକୁ ବାଟବଣା କରିବା ପାଇଁ ଅଭିଯୁକ୍ତଙ୍କ ପରିବାର ଲୋକେ ବହୁତ ପ୍ରୟାସ କରିଥିଲେ। ସେଥିପାଇଁ ସେମାନେ ପ୍ରଥମେ ନାବାଳିକାଙ୍କ ମୃତଦେହକୁ ଏକ ପ୍ରାଇଭେଟ ହସ୍‌ପିଟାଲ ଡାକ୍ତରଙ୍କ ପାଖକୁ ନେଇଥିଲେ ଓ ତାଙ୍କୁ ବିଷାକ୍ତ ପୋକ କାମୁଡ଼ି ଦେଇଥିବା କଥା କହିଥିଲେ। କିନ୍ତୁ ସେ ନାବାଳିକାଙ୍କ ମୃତ୍ୟୁ ଘଟିସାରିଥିବା ଜାଣି ତାଙ୍କୁ ସରକାରୀ ଡାକ୍ତରଖାନାକୁ ନେଇଯିବାକୁ କହିଥିଲେ। ପରିବାର ଲୋକେ ମୃତ ନାବାଳିକାଙ୍କୁ ସରକାରୀ ଡାକ୍ତରଖାନାକୁ ନେଇ ସମାନ କଥା ଦୋହରାଇଥିଲେ। ତେବେ ନାବାଳିକାଙ୍କୁ ମୃତ ଅବସ୍ଥାରେ ଡାକ୍ତରଖାନା ଅଣାଯାଇଥିବାରୁ ଡାକ୍ତର ଘଟଣା ସଂପର୍କରେ ପୁଲିସକୁ ଅବଗତ କରାଇଥିଲେ। 

ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁଲିସ୍ ପୁଣି ମୃତ ନାବାଳିକାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା। ତଥାପି ସେମାନେ କିଛି କହି ନଥିଲେ। ସେମାନେ ରାତିରେ ଝିଅର ପାଟି ଶୁଣି ନଥିବା କହିଥିଲେ। ସେହିଭଳି ପୁଲିସର ତଦନ୍ତ ବେଳେ ଘର ଭିତରକୁ ବାହାରୁ କେହି ପଶିଥିବା ନେଇ କିଛି ପ୍ରମାଣ ମିଳି ନଥିଲା। ତେଣୁ ଘଟଣା ଘର ଭିତରର କୌଣସି ସଦସ୍ୟ ଦ୍ୱାରା ଘଟାଯାଇଥିବା ପୁଲିସର ସନ୍ଦେହ ହୋଇଥିଲା। ଜୋରଦାର ପଚରାଉଚରା କରିବା ପରେ ସମସ୍ତେ ସତ କହିଥିଲେ ଓ ଘଟଣାର ପର୍ଦ୍ଦାଫାସ ହୋଇଥିଲା।  

Rape Minor Raped
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe