Advertisment

Love and Betrayal: ଯେଉଁ ଛୁରୀ ଦେଖାଇ ଧମକ ଦେଇଥିଲେ ପ୍ରେମିକ, ସେଥିରେ ତାଙ୍କ ତଣ୍ଟି କାଟି ଦେଲେ ନାବାଳିକା ଗର୍ଭବତୀ ପ୍ରେମିକା

ଯେଉଁ ଛୁରୀ ଦେଖାଇ ପ୍ରେମିକ ମାରିଦେବାକୁ ଧମକ ଦେଇଥିଲେ, ସେହି ଛୁରୀରେ ତାଙ୍କୁ ମାରିଦେଲେ ପ୍ରେମିକା। ଗତ ରବିବାର ଏମିତି ଏକ ଘଟଣା ଘଟିଛି ଛତିଶଗଡ଼ର ରାଜଧାନୀ ରାୟପୁରରେ।

Police in the incident place

ଘଟଣାସ୍ଥଳରେ ପୁଲିସ Photograph: (Agency)

Advertisment

ଯେଉଁ ଛୁରୀ ଦେଖାଇ ପ୍ରେମିକ ମାରିଦେବାକୁ ଧମକ ଦେଇଥିଲେ, ସେହି ଛୁରୀରେ ତାଙ୍କୁ ମାରିଦେଲେ ପ୍ରେମିକା। ଗତ ରବିବାର ଏମିତି ଏକ ଘଟଣା ଘଟିଛି ଛତିଶଗଡ଼ର ରାଜଧାନୀ ରାୟପୁରରେ।

Advertisment

ମୃତ ଯୁବକଙ୍କ ନାଁ ମହମ୍ମଦ ସଦ୍ଦାମ। ରାୟପୁର ଜିଲ୍ଲାର ଅଭନପୁରରେ ସେ ଜଣେ ଏମ୍‌ଏସ୍ ଇଞ୍ଜିନିୟରିଂ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ସେ ଜଣେ ନାବାଳିକାଙ୍କ ସହିତ ରିଲେସନଶିପ୍‌ରେ ଥିଲେ। ନାବାଳିକାଙ୍କୁ ମାତ୍ର ୧୬ ବର୍ଷ ହୋଇଛି। ତାଙ୍କ ଘର ବିଳାସପୁରର କୋନି ଥାନା ଅଞ୍ଚଳରେ।

ଗତ ରବିବାର ନାବାଳିକା ଜଣଙ୍କ ପ୍ରେମିକ ମହମ୍ମଦ ସଦ୍ଦାମଙ୍କୁ ଭେଟିବାକୁ ରାୟପୁର ଆସିଥିଲେ। ସେଦିନ ରାତିରେ ସେଠାରେ ସେମାନେ ଏକ ଲଜ୍‌ରେ ରହିଥିଲେ। ଏହି ଲଜ୍ ସେମାନଙ୍କ ପାଇଁ ନୂଆ ନଥିଲା। ପୂର୍ବରୁ ବି ସେମାନେ ଆସି ଏହି ଲଜ୍‌ରେ ରହୁଥିଲେ।

Advertisment

ସେଦିନ ରାତିରେ ମହମ୍ମଦ ସଦ୍ଦାମ ଶୋଇଥିବା ବେଳେ ନାବାଳିକା ଜଣଙ୍କ ଏକ ଛୁରୀରେ ତାଙ୍କ ତଣ୍ଟିକୁ କାଟି ଦେଇଥିଲେ। ତା’ପରେ ସେ ରୁମ୍‌ରେ ତାଲା ପକାଇ ପଳାଇଥିଲେ। ଗଲା ବେଳେ ସେ ସାଙ୍ଗରେ ମହମ୍ମଦ ସଦ୍ଦାମଙ୍କ ମୋବାଇଲ ଫୋନ୍‌ଟିକୁ ନେଇଯାଇଥିଲେ। ଲଜ୍‌ ରୁମ୍‌ର ଚାବିକୁ ସେ ନିକଟସ୍ଥ ରେଳ ଧାରଣାରେ ଫୋପାଡ଼ି ଦେଇଥିଲେ।

ସୋମବାର (ଗତକାଲି) ସକାଳେ ସେ ବିଳାସପୁରରେ ନିଜ ଘରେ ପହଞ୍ଚିଥିଲେ। ରାତିସାରା ନିଖୋଜ ଥିବାରୁ ମା’ଙ୍କ ସହିତ ତାଙ୍କର ପାଟିତୁଣ୍ଡ ହୋଇଥିଲା। ତେବେ ସେ ଆଉ ଅଧିକ ସମୟ ସତ ଲୁଚାଇ ରଖିପାରି ନଥିଲେ। ମା’ଙ୍କୁ ସବୁ କଥା କହିଥିଲେ। ଏହା ପରେ ତାଙ୍କ ମା’ ତାଙ୍କୁ ନେଇ କୋନି ଥାନାରେ ପହଞ୍ଚିଥିଲେ। ସେଠାରେ ନାବାଳିକା ଜଣଙ୍କ ପୁଲିସକୁ ସବୁ କଥା କହିବା ପରେ ରାୟପୁର ପୁଲିସକୁ ଖବର ଦିଆଯାଇଥିଲା। ରାୟପୁର ପୁଲିସ ଉକ୍ତ ଲଜ୍‌ରେ ପହଞ୍ଚି ମହମ୍ମଦ ସଦ୍ଦାମଙ୍କ ମୃତଦେହକୁ ଜବତ କରିଥିଲା।

ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ନାବାଳିକା ଜଣଙ୍କ ୩ ମାସର ଗର୍ଭବତୀ ଅଛନ୍ତି। ସେ ଗର୍ଭବତୀ ହେବା ପରେ ମହମ୍ମଦ ସଦ୍ଦାମଙ୍କ ସହିତ ତାଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା। ଗର୍ଭପାତ କରାଇନେବାକୁ ମହମ୍ମଦ ସଦ୍ଦାମ ତାଙ୍କ ଉପରେ ସବୁବେଳେ ଚାପ ପକାଉଥିଲେ। କିନ୍ତୁ ନାବାଳିକା ଜଣଙ୍କ ଏଥିରେ ରାଜି ହୋଇନଥିଲେ। ସେ ବାହା ହେବାକୁ ଚାହୁଁଥିଲେ। କିନ୍ତୁ ମହମ୍ମଦ ସଦ୍ଦାମ ବାହାଘର ପାଇଁ ରାଜି ନଥିଲେ। ଫଳରେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏମିତିକି ହତ୍ୟାକାଣ୍ଡର କିଛି ଦିନ ପୂର୍ବରୁ ସେମାନେ ରାୟପୁରର ସେହି ଲଜ୍‌କୁ ଆସିଥିଲେ। ସେଦିନ ଲଜ୍‌ ବାହାରେ ସେମାନଙ୍କର ଝଗଡ଼ା ହୋଇଥିଲା ଓ ସେତେବେଳେ ମହମ୍ମଦ ସଦ୍ଦାମ ଏକ ଛୁରୀ ଦେଖାଇ ନାବାଳିକାଙ୍କୁ ମାରି ଦେବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଆଉ ଗତ ରବିବାର ସେହି ଛୁରୀରେ ନାବାଳିକା ଜଣଙ୍କ ମହମ୍ମଦ ସଦ୍ଦାମଙ୍କୁ ହତ୍ୟା କରିଛନ୍ତି।

ପୁଲିସ ଏହି ଘଟଣାରେ ଅଧିକ ତଦନ୍ତ କରୁଥିବା ବେଳେ ପ୍ରେମ (Love), ଧୋକା (Betrayal), ହିଂସା ଓ ହତ୍ୟାକାଣ୍ଡର ଏହି ଘଟଣା ଏବେ ରାୟପୁର ଓ ବିଳାସପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଘଟଣା ବେଶ୍ ଚିନ୍ତାଜନକ ବୋଲି ବିଭିନ୍ନ ବର୍ଗର ଲୋକେ କହିଛନ୍ତି।   

Love
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe