Advertisment

ଜାନୁଆରୀ ୨୨ ପରଠାରୁ ନୂଆ ଯୁଗର ଆରମ୍ଭ ହୋଇଛି: ପ୍ରଧାନମନ୍ତ୍ରୀ

ଆଜି ଉତ୍ତର ପ୍ରଦେଶର ସମ୍ଭଲରେ କଲ୍କି ଧାମ ମନ୍ଦିରର ଭୂମି ପୂଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

PM Narendra Modi

PM Narendra Modi

Advertisment

ଆଜି ଉତ୍ତର ପ୍ରଦେଶର ସମ୍ଭଲ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ କଲ୍କି ଧାମ ମନ୍ଦିରର ଭୂମି ପୂଜନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଜାନୁଆରୀ ୨୨ ପରଠାରୁ ନୂଆ ଯୁଗର ଆରମ୍ଭ ହୋଇଛି।

Advertisment

ଭୂମି ପୂଜନ ପରେ ସମାରୋହରେ ଅପସ୍ଥିତ ଥିବା ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ୨୨ ଜାନୁଆରୀ (ରାମ ମନ୍ଦିର ପ୍ରତିଷ୍ଠା) ପରଠାରୁ ନୂଆ ଯୁଗ ଆରମ୍ଭ ହୋଇଛି। ଆଜି ଆଉ ଏକ ପବିତ୍ର ସ୍ଥାନରେ ମନ୍ଦିର ନିର୍ମାଣ ନେଇ ମୂଳଦୂଆ ପଡିଲା। ଆଚାର୍ଯ୍ୟ ଏବଂ ସାଧୁମାନଙ୍କ ଉପସ୍ଥିତିରେ ମହାନ କଲ୍କି ଧାମର ଭୂମି ପୂଜନ କରିବାର ସୌଭାଗ୍ୟ ପାଇଲି। ମୁଁ ନିଶ୍ଚିତ ଯେ, ଭାରତୀୟଙ୍କ ଧାର୍ମିକ ବିଶ୍ୱାସର ଆଉ ଏକ ପବିତ୍ର ସ୍ଥାନ ହେବ କଲ୍କି ଧାମ। 

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ, ଆଜି ମଧ୍ୟ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ବାର୍ଷିକୀ, ତେଣୁ ଏହି ଦିନ ଆହୁରି ପବିତ୍ର ଏବଂ ପ୍ରେରଣାଦାୟକ। ଏହି ଅବସରରେ ମୁଁ ସମ୍ମାନର ସହ ଛତ୍ରପତି ଶିବାଜୀ ମହାରାଜଙ୍କ ପାଦତଳେ ପ୍ରଣାମ କରୁଛି ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

Advertisment

ଏହି ସମାରୋହରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ଉପସ୍ଥିତ ଥିଲେ। ଏଥିସହ ଦେଶର ବିଭିନ୍ନ ସ୍ଥାନରୁ ୧,୧୦୦ ସାଧୁ-ସନ୍ଥମାନେ ମଧ୍ୟ ଭୂମି ପୂଜନ ସମାରୋହରେ ଯୋଗ ଦେଇ ମନ୍ତ୍ରଧ୍ୱନି ଉଚ୍ଚାରଣ କରିଥିଲେ। 

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ଆମେ ଏକ ନୂତନ ଭାରତ ଦେଖିଛୁ। ବିକାଶ ପଥରେ ଭାରତ ଖୁବ୍ ଦ୍ରୁତ ଗତିରେ ଆଗକୁ ବଢୁଛି। ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ୱ ସ୍ତରରେ ସମ୍ମାନିତ କରାଯାଉଛି। ଦେଶର ସବୁ ସୀମା ସଂପୂର୍ଣ୍ଣ ସୁରକ୍ଷିତ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି।  

PM Narendra Modi Kalki Dham Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe