Advertisment

ନବନିଯୁକ୍ତ ୧୯ ବର୍ଷୀୟ ଅଗ୍ନିବୀରଙ୍କ ମୃତ୍ୟୁ

ଭାରତୀୟ ସେନା ପକ୍ଷରୁ ଆଜି ଏହି ଖବରକୁ ସ୍ପଷ୍ଟ କରାଯାଇଛି।

Amritpal

Amritpal

Advertisment

ଜମ୍ମୁ ଓ କଶ୍ମୀରର ରଜୌରୀ ଜିଲ୍ଲାରେ ଜଣେ ନବନିଯୁକ୍ତ ଅଗ୍ନିବୀରଙ୍କ ମୃତ୍ୟୁ ଘଟିଛି। ଭାରତୀୟ ସେନା ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।

Advertisment

ମୃତ ଅଗ୍ନିବୀରଙ୍କ ନାଁ ଅମୃତପାଲ ସିଂହ (୧୯)। ଗତ ବୁଧବାର ତାଙ୍କର ମୃତ୍ୟୁ ଘଟିଥିଲା। ସେଦିନ ସେ ସେଣ୍ଟ୍ରୀ ଡ୍ୟୁଟିରେ ଥିବା ବେଳେ ନିଜ ବନ୍ଧୁକରୁ ଗୁଳି ଚଳାଇଥିଲେ। ଗୁଳି ତାଙ୍କ ଶରୀରରେ ବାଜିଥିଲା।

ଭାରତୀୟ ସେନା ପକ୍ଷରୁ ଆଜି ଏହି ଖବରକୁ ସ୍ପଷ୍ଟ କରାଯାଇଛି। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି ସେନା ପକ୍ଷରୁ କୁହାଯାଇଛି। ଏନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ମଧ୍ୟ ସେନା କହିଛି।

Advertisment

ଅମୃତପାଲ ସିଂହଙ୍କ ମୃତଦେହକୁ ତାଙ୍କ ଘରକୁ ପଠାଇ ଦିଆଯାଇଥିଲା। ଜଣେ ଜୁନିୟର କମିଶନ୍‌ଡ ଅଫିସରଙ୍କ ସହିତ ଆଉ ଚାରିଟି ରାଙ୍କର ଅଧିକାରୀ ମୃତଦେହକୁ ନେଇ ତାଙ୍କ ଘରକୁ ଯାଇଥିଲା। ସେନା କର୍ମଚାରୀମାନେ ଅମୃତପାଲ ସିଂହଙ୍କ ଶେଷକୃତ୍ୟ ସମୟରେ ଉପସ୍ଥିତ ରହିଥିଲେ। ଯେହେତୁ ଅମୃତପାଲ ସିଂହ ନିଜକୁ ଗୁଳି କରିଥିଲେ, ସେଥିପାଇଁ ନିୟମ ଅନୁସାରେ ତାଙ୍କୁ କୌଣସି ପ୍ରକାର ଗାର୍ଡ ଅଫ୍ ଅନର ଦିଆଯାଇନଥିଲା ବୋଲି ସେନା ପକ୍ଷରୁ କୁହାଯାଇଛି।

Indian Army Agniveer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe