Advertisment

ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ିଗଲେ ନାବାଳିକା, ଲହୁଲୁହାଣ କରି ନେଇଗଲେ ଜୀବନ

ବୁଲା କୁକୁରଙ୍କ ଶିକାର ହେଲା ୧୨ ବର୍ଷୀୟା ନାବାଳିକା। କଲବଲ କରି କାମୁଡ଼ି କାମୁଡ଼ି ଜୀବନ ନେଇଗଲେ ବୁଲା କୁକୁର ।

Street Dog

Street Dog

Advertisment

ବୁଲା କୁକୁରଙ୍କ ଶିକାର ହେଲା ୧୨ ବର୍ଷୀୟା ନାବାଳିକା। କଲବଲ କରି କାମୁଡ଼ି କାମୁଡ଼ି ଜୀବନ ନେଇଗଲେ ବୁଲା କୁକୁର । ଏପରି ଏକ ଲୋମଟାଙ୍କୁରା ଘଟଣା ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲାର ଲୋଟଖେଡି ଗାଁରେ ଘଟିଛି। ମୃତା ନାବାଳିକାଜଣକ ତନିଷା ବୋଲି ଜଣାଯାଇଛି।

Advertisment

ତନିଷାଙ୍କ ବାପାମା’ ଗାଁ ପାଖ ବିଲରେ କାମ କରନ୍ତି। ଘଟଣା ଦିନ ମଧ୍ୟାହ୍ନ ସମୟରେ ବାପାମା’ଙ୍କୁ ଖାଇବାକୁ ଦେବାକୁ ତନିଷା ବିଲକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ସେ ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ।

ପ୍ରାୟ ୮, ୧୦ କୁକୁର ତାଙ୍କୁ ଗୋଡ଼ାଇଥିଲେ। ଏଥିରେ ଭୟଭୀତ ହୋଇ ପ୍ରାଣ ବିକଳରେ ଦୌଡ଼ୁଥିବା ତନିଷା ହଠାତ୍‌ ଏକ ବିଲରେ ପଡ଼ିଗଲେ। ଏହାପରେ ବୁଲା କୁକୁରମାନେ ତାଙ୍କୁ କାମୁଡ଼ି କାମୁଡ଼ି ଲହୁଲୁହାଣ କରିଦେଲେ।

Advertisment

ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ପରିବାର ଲୋକେ ପହଞ୍ଚି ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଖବର ପ୍ରଚାରିତ ହେବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି।

Minor Attacked Dog Attack Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe