/odisha-reporter/media/post_attachments/uploadimage/library/16_9/16_9_0/IMAGE_1674545563.jpg)
US Dollar hidden between book
ବହି ଭିତରେ ବିଦେଶୀ ଟଙ୍କା ଲୁଚାଇ ଆଣିଥିବା ଜଣେ ବିଦେଶୀ ନାଗରିକ ମୁମ୍ବାଇ ବିମାନ ବନ୍ଦରରେ ସୀମା ଶୁଳ୍କ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି।
ଆମେରିକାରୁ ମୁମ୍ବାଇ ଆସିଥିବା ଏହି ବିଦେଶୀ ଜଣଙ୍କ ବହି ଭିତରେ ଲୁଚାଇ ଆଣିଥିଲେ ୯୦ ହଜାର ଆମେରିକୀୟ ଡଲାର। ମୁମ୍ବାଇ ବିମାନ ବନ୍ଦରରେ ଲଗେଜ ଯାଞ୍ଚ ବେଳେ ସେ ଧରାପଡ଼ିଥିଲେ। ଜଣେ ସୀମା ଶୁଳ୍କ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ବ୍ୟକ୍ତି ଜଣଙ୍କ କିଭଳି ବହି ପୃଷ୍ଠା ଭିତରେ ଆମେରିକୀୟ ଡଲାରକୁ ଲୁଚାଇ ରଖିଥିଲେ, ତାହା ଦେଖିବାକୁ ମିଳିଛି।
मुंबई एयरपोर्ट पर किताबों के पन्नों के बीच छिपाकर ले जा रहा था 90,000 अमेरिकी डॉलर, पकड़ा गया विदेशी नागरिक#MumbaiAirportpic.twitter.com/F9mtTNG44Y
— NDTV India (@ndtvindia) January 24, 2023
ଏହାପୂର୍ବରୁ ରବିବାର ଦିନ ସୀମା ଶୁଳ୍କ ବିଭାଗର ଅଧିକାରୀ ଜୟପୁର ବିମାନ ବନ୍ଦରରେ ଦୁଇଟି ଭିନ୍ନ ଭିନ୍ନ ବିମାନରେ ଜୟପୁର ପହଞ୍ଚିଥିବା ଦୁଇ ଯାତ୍ରୀଙ୍କ ଠାରୁ ୯୫୬ ଗ୍ରାମ ସୁନା ଜବତ କରିଥିଲେ, ଯାହାର ଦାମ ଥିଲା ୫୫ ଲକ୍ଷ ୯୨ ହଜାର ୬୦୦ ଟଙ୍କା। ଏହି ଦୁଇ ଯାତ୍ରୀଙ୍କୁ ଗିରଫ କରାଯାଇ ପଚରାଉଚରା ଜାରି ରହିଥିବା ସୀମା ଶୁଳ୍କ ଅଧିକାରୀ କହିଛନ୍ତି।
ସେହିପରି ତାମିଲନାଡୁର ତ୍ରିଚି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ମଧ୍ୟ ସୀମା ଶୁଳ୍କ ଅଧିକାରୀମାନେ ଜଣେ ଯାତ୍ରୀଙ୍କୁ ଗିରଫ କରିଥିଲେ। ତାଙ୍କ ନିକଟରୁ ମଧ୍ୟ ୯,୬୦୦ ଡଲାର ବିଦେଶୀ ମୁଦ୍ରା ଜବତ କରାଯାଇଥିଲା। ସର୍ଚ୍ଚ ବେଳେ ତାଙ୍କ ଚପଲ ଭିତରୁ ଏହି ବିଦେଶୀ ମୁଦ୍ରା ମିଳିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
