Advertisment

ଗୋ ହତ୍ୟା କରୁଥିବା ବ୍ୟକ୍ତି ନର୍କକୁ ଯିବ

ଗୋ ହତ୍ୟା କରୁଥିବା ବ୍ୟକ୍ତି ନର୍କକୁ ଯିବ ! ଏହାକୁ ବ୍ୟାନ୍ କରାଯାଉ। ଗାଈକୁ ସଂରକ୍ଷିତ ଜାତୀୟ ପଶୁ ଭାବେ ଘୋଷଣା କରାଯାଉ। ଏଭଳି କିଛି ଟିପ୍ପଣୀ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ସମିନ ଅହମ୍ମଦ।

Advertisment

ଗୋ ହତ୍ୟା କରୁଥିବା ବ୍ୟକ୍ତି ନର୍କକୁ ଯିବ ! ଏହାକୁ ବ୍ୟାନ୍ କରାଯାଉ। ଗାଈକୁ ସଂରକ୍ଷିତ ଜାତୀୟ ପଶୁ ଭାବେ ଘୋଷଣା କରାଯାଉ। ଏଭଳି କିଛି ଟିପ୍ପଣୀ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ସମିନ ଅହମ୍ମଦ। ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ସମସ୍ତ ଧର୍ମକୁ ସମ୍ମାନ ଦେବା ଉଚିତ। ହିନ୍ଦୁ ଧର୍ମର ଗ୍ରନ୍ଥଗୁଡିକୁ ଦର୍ଶାଇ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ସମିନ ଅହମ୍ମଦ କହିଛନ୍ତି, ହିନ୍ଦୁ ଧର୍ମରେ ଗୋ-ମାତାଙ୍କୁ ଦେବତୁଲ୍ୟ ଭାବେ ପୂଜା କରାଯାଏ। ତେଣୁ ଗାଈକୁ ସଂରକ୍ଷିତ ରାଷ୍ଟ୍ରୀୟ ପଶୁ ଭାବେ ଘୋଷଣା କରାଯିବା ସହ ଗୋ-ହତ୍ୟା ଉପରେ ପ୍ରତିବନ୍ଧକ ଲଗାଇବା ସହ କେନ୍ଦ୍ର ସରକାର ଏନେଇ ଏକ ଆଇନ ଆଣିବା ଉଚିତ। ଗୋ ହତ୍ୟା କରିଥିବା ଜଣେ ଅଭିଯୁକ୍ତଙ୍କ ଆବେଦନର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ଏହା କହିଛନ୍ତି। 

Advertisment
High Court Allahabad Cow Slaughter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe