Advertisment

ମୋଦିଙ୍କୁ ହତ୍ୟା ପାଇଁ ଚାଲିଛି ଷଡ଼ଯନ୍ତ୍ର, ପୁଲିସ ପାଖକୁ ଆସିଲା କଲ୍‌

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ଫୋନ୍‌ କରିଥିବା ବ୍ୟକ୍ତି ଦାବି କରିଛନ୍ତି।

author-image
Madhupriya Mistry
PM Modi

PM Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ଚାଲିଛି ଷଡ଼ଯନ୍ତ୍ର। ଏନେଇ ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଏକ ଧମକପୂର୍ଣ୍ଣ କଲ୍‌ ଆସିଛି। ଜଣେ ବ୍ୟକ୍ତି ଫୋନ୍‌ କରି ମୋଦିଙ୍କୁ ଜୀବନରେ ମାରିଦେବାକୁ ଯୋଜନା ଚାଲିଥିବା କହିଛନ୍ତି। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଜୋରଦାର ତଦନ୍ତ ଆରମ୍ଭ କରିଛି ପୁଲିସ।

Advertisment

ସୂଚନା ମୁତାବକ, ବୁଧବାର ରାତି ୯ଟାରେ ମୁମ୍ବାଇ ପୁଲିସର କଣ୍ଟ୍ରୋଲ ରୁମ୍‌କୁ ଏହି ଫୋନ୍‌ କଲ୍‌ ଆସିଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ଫୋନ୍‌ କରିଥିବା ବ୍ୟକ୍ତି ଦାବି କରିଛନ୍ତି। ଏହାପରେ ମୁମ୍ବାଇ ପୁଲିସ ଏହା ସତ ନା କେବଳ ଏକ ଫେକ୍‌ କଲ୍‌ ସେ ନେଇ ଯାଞ୍ଚ ଆରମ୍ଭ କରିଛି। ଏଥିସହ ଫୋନ୍‌ କଲ୍ କରିଥିବା ବ୍ୟକ୍ତି ଜଣକ କିଏ। ତାହା ଜାଣିବା ପାଇଁ ଲୋକେସନ୍‌ ଟ୍ରେସ୍‌ କରାଯାଉଛି।

ଏହାପୂର୍ବରୁ ବଲିଉଡ଼ ଅଭିନେତା ସଲମାନ ଖାନ୍‌ ଓ ଶାହରୁଖ ଖାନ୍‌ଙ୍କୁ ମଧ୍ୟ ଫୋନ୍‌ କଲରେ ହତ୍ୟା କରିବାକୁ ନେଇ ଧମକ ମିଳିଥିଲା। ଶାହରୁଖ ଖାନ୍‌ଙ୍କୁ ରାଇପୁରରୁ ଧମକପୂର୍ଣ୍ଣ କଲ୍‌ ଆସିଥିଲା। ଏହାପରେ ପୁଲିସ ରାଇପୁର ଯାଇ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଉକ୍ତ ବ୍ୟକ୍ତି ଜଣ ପେସାରେ ଜଣେ ଓକିଲ ଥିବା ଜଣାପଡିଥିଲା।

Advertisment

ସେହିପରି କିଛି ଦିନ ପୂର୍ବରୁ ମୁମ୍ବାଇର ଟ୍ରାଫିକ କଣ୍ଟ୍ରୋଲ ରୁମ୍‌କୁ ଅଭିନେତା ସଲମାନ ଖାନ୍‌ଙ୍କ ପାଇଁ ଏକ ଧମକପୂର୍ଣ୍ଣ ମେସେଜ ଆସିଥିଲା। ରାତି ପ୍ରାୟ ୧୨ ସମୟରେ ଏହି ଧମକ ମିଳିଥିଲା।​ମେସେଜରେ 'ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇ'ର ଏକ ଗୀତ ଉଲ୍ଲେଖ କରାଯାଇଥିଲା। ଏକ ମାସ ମଧ୍ୟରେ ଏହି ଗୀତ ଲେଖିଥିବା ଲେଖକଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା। ଯଦି ସଲମାନଙ୍କ ସାହସ ଅଛି ତେବେ ସେ ତାଙ୍କୁ ବଞ୍ଚାଇ ଦେଖାନ୍ତି।

PM Modi Mumbai Police Threat Call