Advertisment

ଝିଅ ବାହାଘରରେ କାହାକୁ ଖୋଜିଲେନି ଅର୍ଥମନ୍ତ୍ରୀ !

ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଝିଅଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ନିର୍ମଳାଙ୍କ ବେଙ୍ଗଳୁରୁସ୍ଥିତ ନିଜ ବାସଭବନରେ ଆୟୋଜିତ ହୋଇଛି ଏହି ବିବାହ। ଅଗ୍ନିକୁ ସାକ୍ଷୀ ରଖି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଫିସରଙ୍କୁ ବାହା ହୋଇଛନ୍ତି ନିର୍ମଳାଙ୍କ ଝିଅ।

author-image
Manoj Swain

ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଝିଅଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ନିର୍ମଳାଙ୍କ ବେଙ୍ଗଳୁରୁସ୍ଥିତ ନିଜ ବାସଭବନରେ ଆୟୋଜିତ ହୋଇଛି ଏହି ବିବାହ। ଅଗ୍ନିକୁ ସାକ୍ଷୀ ରଖି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଫିସରଙ୍କୁ ବାହା ହୋଇଛନ୍ତି ନିର୍ମଳାଙ୍କ ଝିଅ। ଖୁବ୍ ନିରାଡ଼ମ୍ବର ଭାବେ ଆୟୋଜିତ ଏହି ବାହାଘରରେ ନା ଥିଲେ ରାଜନୈତିକ ହେଭିୱେଟ ନେତା ନା ଥିଲା ଅଧୁନିକ ପରମ୍ପରା। ସାଙ୍ଗ ସାଥୀ ପରିବାର ବର୍ଗଙ୍କୁ ନେଇ, ଝିଅ ବିବାହ ନୈଷ୍ଠିକ ବ୍ରାହ୍ମଣ ପରିବାରର ବାହାଘର ପରି କରିଛନ୍ତି ସୀତାରାମଣ। ତେବେ କେନ୍ଦ୍ରମନ୍ତ୍ରୀଙ୍କ ଝିଅ ପାରାକାଲା ଭାଙ୍ଗମାୟୀ, ପିଏମଓ ଅଫିସରେ କାର୍ଯ୍ୟରତ ଥିବା ଅଫିସର ପ୍ରତୀକ ଦୋଷୀଙ୍କୁ ବିବାହ କରିଛନ୍ତି। 

Advertisment
Nirmala Sitharaman