Advertisment

Murder: ମଳକୁଣ୍ଡରୁ ମିଳିଲା ଖପୁରୀ: ଧରାପଡ଼ିଲା ପ୍ରେମ, ବିବାହ ଓ ପ୍ରତାରଣର ଭୟଙ୍କର କାହାଣୀ

ପ୍ରିନ୍ସଙ୍କୁ ବାହା ହେବା ପୂର୍ବରୁ ତୁଳସୀ ଓ ଶୋଏବଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ସୋଶାଲ ମିଡିଆରେ ସମ୍ପର୍କ ଓ ତା’ ପରେ ପ୍ରିନ୍ସଙ୍କୁ ବାହା ହୋଇଥିଲେ ତୁଳସୀ। କିନ୍ତୁ ବାହାଘର ପରେ ବି ଶୋଏବ ସହ ଅନୈତିକ ସମ୍ପର୍କ ରଖିବାକୁ ପଛାଉ ନଥିଲେ ତୁଳସୀ।

Prince

ପ୍ରିନ୍ସ, ତୁଳସୀ ଓ ଶୋଏବ

Advertisment

ସୋଶାଲ ମିଡିଆରୁ ଆରମ୍ଭ ହୋଇଥିବା ପ୍ରେମ କେମିତି ପ୍ରତାରଣ ଓ ଭୟଙ୍କର ହତ୍ୟାର ରୂପ ନେଇଥିଲା, ସେକଥା ଅଳିଆ ଓ ମଳକୁଣ୍ଡ ଭିତରୁ ପୁଲିସ୍‌ ଖୋଜି ପାଇଛି।ମଧ୍ୟପ୍ରଦେଶର ଦେଓରି ସହରରେ ୬ ମାସ ତଳେ ଜଣେ ଯୁବକଙ୍କ ନିଖୋଜ ଘଟଣାର ପର୍ଦ୍ଦାଫାସ କରିବା ବେଳେ ପୁଲିସ୍‌ ଭୟଙ୍କର ହତ୍ୟାକାଣ୍ଡ(Murder)ର ସୁରାକ ପାଇଛି। ୬ ମାସ ତଳେ ଜଣେ ୨୨ ବର୍ଷୀୟ ଯୁବକ ହଠାତ୍‌ ନିଖୋଜ ହୋଇଯାଇଥିଲେ। ଏବେ ତାଙ୍କ ନିଖୋଜ ଉପରୁ ପରଦା ହଟିଛି।

Advertisment

ଅଭିଯୁକ୍ତର ଘର ପଛରେ ଥିବା ମଳକୁଣ୍ଡ ବା ସେପଟିକ ଟାଙ୍କି ଖୋଳି ପୁଲିସ୍‌ ଗୋଟିଏ ମଣିଷ ଖପୁରୀ ଓ କିଛି ହାଡ଼ ଠାବ କରିଥିଲା। ଏହି ଖପୁରୀ ହିଁ ନିଖୋଜ ଯୁବକଙ୍କ ସମ୍ପର୍କରେ ପୁଲିସ୍‌କୁ ସୁରାକ ଦେଇଛି। 

ସାଗର ଜିଲ୍ଲାରେ ରହୁଥିବା ପ୍ରିନ୍ସ ବାଲ୍ମିକ ନିଖୋଜ ହୋଇଯାଇଥିବା କଥା ଅଗଷ୍ଟ ୨୦ରେ ତାଙ୍କ ପତ୍ନୀ ତୁଳସୀ ପ୍ରଥମେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ପ୍ରଥମେ ଘଟଣାରେ ପୁଲିସ୍‌କୁ କୌଣସି ଲିଡ ମିଳି ନଥିଲା। ପୁଲିସ୍‌ର ତଦନ୍ତରେ ମଧ୍ୟ ସେତେଟା ସକ୍ରିୟତା ଦେଖା ଯାଇ ନଥିଲା। କିନ୍ତୁ ପ୍ରିନ୍ସଙ୍କ ପରିବାର ଲୋକ କ୍ରମାଗତ ଭାବେ ନିଖୋଜ ଘଟଣାକୁ ନେଇ ସନ୍ଦେହ କରି ଚାଲିଥିଲେ। 

Advertisment

ସେମାନେ ପୁଲିସ୍‌ର ଦ୍ୱାରସ୍ଥ ହୋଇ ବାରମ୍ବାର ତଦନ୍ତ ସମ୍ପର୍କରେ ପଚାରୁଥିଲେ। ଶେଷରେ ପୁଲିସ୍‌ ନିଖୋଜ ଘଟଣାରେ ଟେକ୍ନିକାଲ ସର୍ଭେଲାନ୍ସ ଓ ମୋବାଇଲ ଲୋକେସନକୁ ଟ୍ରାକ କରି ନରସିଂହପୁରରୁ ଶୋଏବ ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା। ଜେରା ବେଳେ ସେ ପ୍ରିନ୍ସ ସମ୍ପର୍କରେ ଦେଇଥିବା ଚାଞ୍ଚଲ୍ୟକର ତଥ୍ୟ। ପ୍ରେମ ଜନିତ ବ୍ୟାପାର ଯୋଗୁ ସେ ପ୍ରିନ୍ସଙ୍କୁ ନିଶା ଦେବା ପରେ ହତ୍ୟା କରିଥିବା ପୁଲିସ୍‌କୁ କହିଛି। 

ପୁଲିସ୍‌ ଅଧିକ ତଦନ୍ତ କରି ଜାଣିବାକୁ ପାଇଛି ଯେ ପ୍ରିନ୍ସଙ୍କୁ ବାହା ହେବା ପୂର୍ବରୁ ତୁଳସୀ ଓ ଶୋଏବଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ସୋଶାଲ ମିଡିଆରେ ସମ୍ପର୍କ ଓ ତା’ ପରେ ପ୍ରିନ୍ସଙ୍କୁ ବାହା ହୋଇଥିଲେ ତୁଳସୀ। କିନ୍ତୁ ବାହାଘର ପରେ ବି ଶୋଏବ ସହ ଅନୈତିକ ସମ୍ପର୍କ ରଖିବାକୁ ପଛାଉ ନଥିଲେ ତୁଳସୀ। 

ବାହାଘରର ପ୍ରାୟ ଗୋଟିଏ ମାସ ପରେ ତୁଳସୀଙ୍କ ବ୍ୟବହାର ବଦଳି ଯାଇଥିଲା। ଏହାକୁ ନେଇ ଘରେ ଅଶାନ୍ତି ବଢ଼ିଥିଲା। ଶେଷରେ ତୁଳସୀ ଦେଓରି ସ୍ଥିତ ନିଜ ବାପ ଘରକୁ ଚାଲି ଯାଇଥିଲେ। ପ୍ରିନ୍ସ ମଧ୍ୟ ସେଠାରେ ତାଙ୍କ ସହ ରହିଥିଲେ। 

ଏହାପରେ ଯାହା ଘଟିଥିଲା, ତାହା ଥିଲା ଅତ୍ୟନ୍ତ ସାଂଘାତିକ। ଦେଓରିରେ ରହିବା ବେଳେ ବେଶ ଚତୁରତାର ସହ ପ୍ରିନ୍ସଙ୍କ ସହ ବନ୍ଧୁତା ରଖିବା ଆରମ୍ଭ କରିଥିଲା ଶୋଏବ। ତଦନ୍ତରୁ ଜଣାପଡ଼ିଛି ଯେ ଶୋଏବ ବିଭିନ୍ନ ପ୍ରକାରର ନିଶା ସେବନ କରେ। ଧୀରେଧୀରେ ପ୍ରିନ୍ସଙ୍କୁ ମଧ୍ୟ ସେ ନିଶାର ଜାଲରେ ଫସାଇଥିଲା।

ପ୍ରିନ୍ସଙ୍କୁ ନିଶା ଖାଇବାକୁ ଦେବା ପରେ ଶୋଏବ ଅତ୍ୟନ୍ତ ଗୁପ୍ତ ଭାବେ ତୁଳସୀଙ୍କୁ ଭେଟୁଥିଲା। ବେଶ କିଛି ଦିନ ଧରି ଏମିତି ଚାଲିବା ପରେ ପ୍ରିନ୍ସ ସବୁ କିଛି ଜାଣି ଦେଇଥିଲେ। ସେ ଏହାକୁ ବିରୋଧ କରିବା ସହ ଘଟଣାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଥିଲା। 

ତଥାପି ତୁଳସୀ ଓ ଶୋଏବ ପରସ୍ପର ସହ ସମ୍ପର୍କ ରଖିବାକୁ ଆଦୌ ପଛାଇ ନଥିଲେ। ଏପରି କି ପ୍ରିନ୍ସଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ। ଯୋଜନା ଅନୁସାରେ ଅଗଷ୍ଟ ୨୦ରେ ଶୋଏବ ପ୍ରଥମେ ପ୍ରିନ୍ସଙ୍କୁ ପ୍ରବଳ ନିଶା ଖାଇବାକୁ ଦେଇଥିଲା। ଏହାପରେ ତାଙ୍କୁ ହତ୍ୟା କରିଥିଲା। ହତ୍ୟା କରିବା ପରେ ମୃତଦେହକୁ ନିଜ ଘର ପଛରେ ଥିବା ମଳକୁଣ୍ଡରେ ପକାଇ ଦେଇଥିଲା।

ସବୁ କିଛି ଲୁଚାଇବା ପାଇଁ ସେ ଏହାକୁ ଅଳିଆ ପକାଇ ଘୋଡ଼ାଇଥିଲା। ପ୍ରମାଣ ନଷ୍ଟ କରିବା ପାଇଁ ପ୍ରାୟ ଗୋଟିଏ ମାସ କାଳ ଶୋଏବ ଉକ୍ତ ସ୍ଥାନ ଉପରେ ନଜର ରଖିଥିଲା ଓ ଶବକୁ ଶୀଘ୍ର ନଷ୍ଟ କରିବା ପାଇଁ ଲୁଣପାଣି ମଧ୍ୟ ପକାଇ ଚାଲିଥିଲା। 

ଶୋଏବ ଠାରୁ ସବୁ କିଛି ଶୁଣିବା ପରେ ପୁଲିସ୍‌ ମଳକୁଣ୍ଡକୁ ଖୋଳି ଖପୁରୀ ଓ ଅନ୍ୟ ହାଡ଼ ଜବତ କରିଛି। ଏହାର ପରିଚୟ ହାସଲ କରିବା ପାଇଁ ସେଗୁଡ଼ିକୁ ଡିଏନଏ ଟେଷ୍ଟ ପାଇଁ ପଠାଯାଇଛି। 

ହତ୍ୟା ଘଟଣା ପରେ ଶୋଏବ ଓ ତୁଳସୀ ଗୁଜରାଟ ଚାଲି ଯାଇଥିଲେ। ସେଠାରେ ସେମାନେ ଏକାଠି ରହିଥିଲେ। କିନ୍ତୁ ସେଠାରେ ଉଭୟଙ୍କ ଗୋଟିଏ ରିଲ୍ସ ପ୍ରିନ୍ସଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିବାରୁ ସେମାନେ ସନ୍ଦେହ ଆରମ୍ଭ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଶୋଏବକୁ ନରସିଂହପୁର ଜିଲ୍ଲାରୁ ଗିରଫ କରିଥିଲା। ଏହାପରେ ପୂରା ଘଟଣା ସାମ୍ନାକୁ ଆସିଛି। 

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe