Advertisment

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସ୍‌ରେ ଛାତ୍ରଙ୍କୁ ଛୁରୀ ଭୁଷି ହତ୍ୟା

ମୃତ ଛାତ୍ର ଜଣକ ପଶ୍ଚିମ ବିହାରର ୧୯ ବର୍ଷିୟ ନିଖିଲ ଚୌହାନ।

author-image
Niranjan Mishra
ଅଦ୍ୟତନ ହୋଇଛି
Delhi University's South Campus

Delhi University's South Campus

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସ୍‌ରେ ଜଣେ ଛାତ୍ରଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି। ସାମାନ୍ୟ କଥାକୁ କେନ୍ଦ୍ରକରି ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସରେ ଥିବା ଆର୍ଯ୍ୟଭଟ୍ଟ କଲେଜରେ ଦୁଇ ଛାତ୍ର ମଧ୍ୟରେ ବିବାଦ ହୋଇଥିଲା। ଯାହା ପରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ଛାତ୍ର ଜଣକ ପଶ୍ଚିମ ବିହାରର ୧୯ ବର୍ଷିୟ ନିଖିଲ ଚୌହାନ। ସେ କ୍ଲାସ କରିବା ନିମନ୍ତେ କଲେଜକୁ ଆସିଥିଲେ। କଲେଜ ପାଖରେ ହିଁ ଛାତ୍ରଙ୍କ ଭିତରେ ଝଗଡ଼ା ହୋଇଥିଲା। ଅଘଟଣ ପରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।

Advertisment

ସୂଚନା ମୁତାବକ, ଏହି ବିବାଦର ମୂଳ କାରଣ ନିଖିଲଙ୍କ ଗ୍ୟାଲଫ୍ରେଣ୍ଡଙ୍କୁ ନେଇ ହୋଇଥିବା କୁହାଯାଉଛି। ପାଖାପାଖି ୭ ଦିନ ପୂର୍ବେ ଏହି କଲେଜର ଜଣେ ଛାତ୍ର ନିଖିଲଙ୍କ ଗ୍ୟାଲଫ୍ରେଣ୍ଡ ସହ ଦୁର୍ବ୍ୟବହାର କରିଥିଲେ। ଯାହାକୁ ନେଇ ବିବାସ ବଢ଼ିଥିବା ବେଳେ ଆଜି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଅଭିଯୁକ୍ତ ଛାତ୍ର ୩ ସାଥୀଙ୍କ ସହ ଆସି ନିଖିଲଙ୍କୁ କଲେଜ ନିକଟରେ ଅଟକାଇଥିଲେ। ଯାହାପରେ ଛୁରୀ ଭୁଷି ଦେଇଥିଲେ।

ଖବର ପାଇ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା ପୁଲିସ। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Advertisment

ଆଜି ଦକ୍ଷିଣ-ପଶ୍ଚିମ ଦିଲ୍ଲୀରେ ଦିନକରେ ଏହାକୁ ମିଶାଇ ୩ ହତ୍ୟାକାଣ୍ଡ ଘଟିଛି। ସକାଳେ ମାତ୍ର ୧୦ ହଜାର ଟଙ୍କା ପାଇଁ ଦୁଇ ଭଉଣୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଅପରାହ୍ନରେ ବିଶ୍ୱବିଦ୍ୟାଳୟ କମ୍ପ୍ୟାସରେ ଛାତ୍ରଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି। ସକାଳ ହତ୍ୟାକାଣ୍ଡକୁ ନେଇ ଦିଲ୍ଲୀରେ ଆଇନଶୃଙ୍ଖଳା ସ୍ଥିତି ଉପରେ ଅଙ୍ଗୁଳି ଉଠିଛି ଓ ରାଜନୀତି ବୟାନବାଜି ଆରମ୍ଭ ହୋଇଯାଇଛି। ତେଣୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସ୍‌ରେ ଘଟିଥିବା ହତ୍ୟାକାଣ୍ଡ ଆଗକୁ କିଭଳି ରୂପ ନେଉଛି ଦେଖିବାର କଥା।

Murder Delhi