Advertisment

ଷ୍ଟେସନରେ ଟ୍ରେନ ରଖିବାକୁ ଭୁଲି ଗଲେ ଲୋକ ପାଇଲଟ, ପଛକୁ ଫେରିଲେ

ରେଳବାଇ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ଘଟିବା ବେଳେ ଚେରିୟାନାଡ ଷ୍ଟେସନରେ ସିଗ୍‌ନାଲ ନଥିଲା କି ଷ୍ଟେସନ ମାଷ୍ଟର ନଥିଲେ।

author-image
Jitendra Garnayak
Train

Train

ଷ୍ଟେସନରେ ଟ୍ରେନ୍ ରଖିବାକୁ ଭୁଲି ଗଲେ ଲୋକ ପାଇଲଟ। କିନ୍ତୁ ଷ୍ଟେସନ ଠାରୁ ଅଧା କିଲୋମିଟରରୁ ଅଧିକ ବାଟ ଅତିକ୍ରମ କରିବା ପରେ ସେ ନିଜ ଭୁଲ ଜାଣିପାରିଲେ। ଏହା ପରେ ସେ ଟ୍ରେନକୁ ପଛକୁ ନେଇଥିଲେ ଓ ଷ୍ଟେସନରେ ପହଞ୍ଚିଥିଲେ। ଅପେକ୍ଷାରତ ଯାତ୍ରୀମାନେ ଚଢ଼ିବା ପରେ ପୁଣି ଟ୍ରେନ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। କେରଳର ଅଲପ୍ପୁଝା ଜିଲାର ଚେରିୟାନାଡରେ ଦେଖିବାକୁ ମିଳିଛି ଏମିତି ଏକ ଘଟଣା।

Advertisment

ବେନଡ଼ ଏକ୍ସପ୍ରେସ ଶୋରାନୂର ଅଭିମୁଖେ ଯାଉଥିବା ବେଳେ ଚେରିୟାନାଡ ଷ୍ଟେସନରେ ରହିବାର ଥିଲା। ଚେରିୟାନାଡ ଏକ ଛୋଟ ଷ୍ଟେସନ। କିନ୍ତୁ ଟ୍ରେନ୍‌ଟି ରହି ନଥିଲା। ଲୋକ ପାଇଲଟ ନିଜ ଭୁଲ୍ ଜାଣିବା ବେଳକୁ ଟ୍ରେନ ଉକ୍ତ ଷ୍ଟେସନ ଠାରୁ ପ୍ରାୟ ୭୦୦ ମିଟର ଅତିକ୍ରମ କରି ସାରିଥିଲା। ତଥାପି ଲୋକ ପାଇଲଟ ଟ୍ରେନ୍ ଅଟକାଇଥିଲେ ଓ ପଛକୁ ଫେରିଥିଲେ।

ମବେଲିକ୍କାରା ଓ ଚେଙ୍ଗାନ୍ନୂର ଷ୍ଟେସନ ମଝିରେ ଥିବା ଚେରିୟାନାଡ ଷ୍ଟେସନ ନିକଟରେ ସକାଳ ପ୍ରାୟ ୭ଟା ୪୫ରେ ଏହି ଘଟଣା ଘଟିଥିଲା। ତେବେ ଘଟଣା ସଂପର୍କରେ କୌଣସି ଯାତ୍ରୀ ରେଳବାଇ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରି ନଥିଲେ। କାରଣ ଟ୍ରେନ୍‌ଟି ଠିକ୍ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲା।

Advertisment

ରେଳବାଇ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ଘଟିବା ବେଳେ ଚେରିୟାନାଡ ଷ୍ଟେସନରେ ସିଗ୍‌ନାଲ ନଥିଲା କି ଷ୍ଟେସନ ମାଷ୍ଟର ନଥିଲେ। ସେଥିଯୋଗୁ ଲୋକ ପାଇଲଟ ଦ୍ୱୟ ଦ୍ୱନ୍ଦ୍ୱରେ ପଡ଼ିଯାଇଥିବେ। ତଥାପି ଏହି ଘଟଣା ନେଇ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

Kerala Indian Railway