Advertisment

କ୍ରାଶ୍‌ ହେଲା ବିମାନ, ୨ ପାଇଲଟ୍‌ ଆହତ

ଏଥିରେ ତାଲିମ ନେଉଥିବା ପାଇଲଟ୍‌ ଓ ତାଲିମଦାତା ପାଇଲଟ୍‌ ସାମାନ୍ୟ ଆହତ ହୋଇଛନ୍ତି। ଉଭୟଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।

training aircraft crashed

training aircraft crashed

Advertisment

ଦୁର୍ଘଟଣାଗ୍ରସ୍ତ ହେଲା ବିମାନ। ମହାରାଷ୍ଟ୍ରର ପୁଣେରେ ଏକ ବିମାନ କ୍ରାଶ୍‌ ହୋଇଛି। ପ୍ରଶିକ୍ଷଣ ବେଳେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ପୁଣେ ଗ୍ରାମୀଣ ପୁଲିସ କହିଛି। ଏଥିରେ ଦୁଇ ଜଣ ପାଇଲଟ୍‌ ଆହତ ହୋଇଛନ୍ତି।

Advertisment

ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ବିମାନଟି ହେଉଛି ‘ରେଡ୍‌ବାର୍ଡ ଫ୍ଲାଇଟ୍‌ ଟ୍ରେନିଙ୍ଗ୍‌ ଏକାଡେମି’ର। ପ୍ରଶିକ୍ଷଣ ପାଇଁ ଏହି ବିମାନଟି ବ୍ୟବହୃତ ହୁଏ। ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଏହି ବିମାନ ଦୁର୍ଘଟଣା ଘଟିଛି। ଏଥିରେ ତାଲିମ ନେଉଥିବା ପାଇଲଟ୍‌ ଓ ତାଲିମଦାତା ପାଇଲଟ୍‌ ସାମାନ୍ୟ ଆହତ ହୋଇଛନ୍ତି। ଉଭୟଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।

ଏପର୍ଯ୍ୟନ୍ତ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ। କେଉଁ ପରିସ୍ଥିତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ତାହା ଜାଣିବା ଲାଗି ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନେ ତଦନ୍ତ ଜାରି ରଖିଛନ୍ତି।

Advertisment

‘ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିଭିଲ୍‌ ଏଭିଏସନ୍‌ ତଥା ଡିଜିସିଏ’ ଜାରି କରିଥିବା ବୟାନ ମୁତାବକ, ବାରାମତୀ ବିମାନ ବନ୍ଦରଠାରୁ ୨ ମାଇଲ ଉତ୍ତରକୁ ଏହି ଦୁର୍ଘଟଣା ଘଟିଛି। ପ୍ରଶିକ୍ଷକ ଓ ଶିକ୍ଷାର୍ଥୀ ନିରାପଦ ଅଛନ୍ତି। ତଦନ୍ତ ଜାରି ରହିଛି।

Maharashtra Aircraft Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe