ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଆଧାର କାର୍ଡ ଅପଡେଟ୍ ସମୟସୀମା ବୃଦ୍ଧି କରିଛf। ୧୪ ଜୁନ୍ ୨୦୨୪ ପର୍ଯ୍ୟନ୍ତ ସମୟସୀମା ବଢାଯାଇଛି। ଏହି ତାରିଖ ସୁଦ୍ଧା ମାଗଣାରେ ନୂଆ ଆଧାରକାର୍ଡ କିମ୍ବା ଆଧାରକାର୍ଡ ଅପଡେଟ୍ କରିପାରିବେ।
କେଉଁମାନେ ଆଧାରକାର୍ଡ ଅପଡେଟ୍ କରିବେ?
ଏହା ବ୍ୟତୀତ, ଯେଉଁମାନଙ୍କର ଆଧାରକାର୍ଡରେ ନାମ, ଠିକଣା, ଜନ୍ମ ତାରିଖ/ବୟସ, ଲିଙ୍ଗ, ମୋବାଇଲ୍ ନମ୍ବର, ଇମେଲ୍ ଠିକଣା, ରିଲେସନସିପ୍ ଷ୍ଟାଟସ୍ ପରିବର୍ତ୍ତନ କରିବାକୁ ଚାହୁଁଥିବେ ସେମାନେ ଅପଡେଟ୍ କରିପାରିବେ।
ଆଧାରକାର୍ଡ ହେଉଛି ଭାରତୀୟ ବାସିନ୍ଦାଙ୍କ ପରିଚୟ। ଏହି କାର୍ଡ ମାଧ୍ୟମରେ ସରକାରୀ ସେବା ତଥା ଆର୍ଥିକ କାର୍ଯ୍ୟ ସୁରକ୍ଷିତ ଭାବେ ପରିଚାଳନା କରାଯାଏ। ଆଧାରକାର୍ଡ ଅପଡେଟ୍ ରଖିବା ଦ୍ୱାରା ଠକାମିରୁ ରକ୍ଷା ପାଇପାରିବେ। ଏଥିପାଇଁ UIDAI ପକ୍ଷରୁ ପ୍ରତିବର୍ଷ ଆଧାରକାର୍ଡ ଅପଡେଟ୍ କରାଯାଇଥାଏ।