Advertisment

ସାବଧାନ! ଇମେଲ୍ କିମ୍ୱା ହ୍ୱାଟ୍ସଆପ୍ ଜରିଆରେ ଶେୟାର୍ କରନ୍ତୁନି ଆଧାର ତଥ୍ୟ

ଭାରତୀୟ ଆଧାର କାର୍ଡଧାରୀଙ୍କୁ ଚେତାଇଲା ୟୁଆଇଡିଏଆଇ। ଇମେଲ୍ କିମ୍ୱା ହ୍ୱାଟ୍ସଆପ୍ ଜରିଆରେ କୌଣସି ଗୁରୁତ୍ୱପୂର୍ଣ୍ଣ ସୂଚନା ଶେୟାର୍ କରନ୍ତୁ ନାହିଁ।

ଅଦ୍ୟତନ ହୋଇଛି
Aadhaar Card

Aadhaar Card

Advertisment

ଆଧାର ହେଉଛି ଭାରତର ନାଗରିକମାନଙ୍କ ମୁଖ୍ୟ ପରିଚୟ ପତ୍ର। ଆଧାର କାର୍ଡରେ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଥାଏ। ଏହି ଗୋଟିଏ କାର୍ଡରେ ଜଣେ ବ୍ୟକ୍ତିଙ୍କର ନାମ, ଠିକଣା, ଫଟୋଠାରୁ ଆରମ୍ଭ କରି ବାୟୋମେଟ୍ରିକ୍ ଡାଟା ସହ ଅନ୍ୟାନ୍ୟ ବିବରଣୀ ଥାଏ। ବର୍ତ୍ତମାନ ଏହି କାର୍ଡ ଜରିଆରେ ଠକାମି କରାଯାଉଥିବାର ଆଶଙ୍କା କରିଛି ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ)। ତେଣୁ ହ୍ୱାଟ୍ସଆପ୍ କିମ୍ବା ଇମେଲ୍ ମାଧ୍ୟମରେ କୌଣସି ବି ଓଟିପି କିମ୍ବା ପିନ୍ ଶେୟାର୍ ନ କରିବାକୁ ଚେତାବନୀ ଦେଇଛି ସଂସ୍ଥା।

Advertisment

ୟୁଆଇଡିଏଆଇ ଚେତାଇ ଦେଇଛି ଯେ, ସଂସ୍ଥା କୌଣସି ଆଧାର କାର୍ଡ ଧାରକଙ୍କୁ ସିଧାସଳଖ ଇମେଲ୍ କିମ୍ୱା ହ୍ୱାଟ୍ସଆପ୍ ଜରିଆରେ ଡକ୍ୟୁମେଣ୍ଟ ଶେୟାର୍ କରିବାକୁ କୁହେନାହିଁ। ସୋସିଆଲ ମିଡିଆ ପ୍ଲାଟଫର୍ମ X(ପୂର୍ବରୁ ଟ୍ୱିଟର)ରେ ଏକ ପୋଷ୍ଟ କରି ୟୁଆଇଡିଏଆଇ କହିଛି, "ସାବଧାନ ରୁହନ୍ତୁ। ୟୁଆଇଡିଏଆଇ ଆପଣଙ୍କୁ ଇମେଲ କିମ୍ବା ହ୍ୱାଟ୍ସଆପ୍ ଜରିଆରେ ଆଧାର ଅପଡେଟ୍ କରିବା ପାଇଁ POI(ପ୍ରୁଫ୍ ଅଫ୍ ଆଇଡେଣ୍ଟିଟି) କିମ୍ୱା POA(ପ୍ରୁଫ୍ ଅଫ୍ ଆଡ୍ରେସ୍) ଡକ୍ୟୁମେଣ୍ଟକୁ ଶେୟାର୍ କରିବାକୁ କହେ ନାହିଁ। ତେଣୁ ଏହି ପ୍ଲାଟଫର୍ମ ଜରିଆରେ କୌଣସି ଓଟିପି କିମ୍ୱା ପିନ୍ ଆଦୌ ଶେୟାର୍ କରନ୍ତୁ ନାହିଁ।"

Advertisment

ୟୁଆଇଡିଏଆଇ ଆହୁରି କହିଛି ଯେ, ଏଥିପାଇଁ ସରକାରୀ କର୍ତ୍ତୃପକ୍ଷ ମଧ୍ୟ ଆଧାର କାର୍ଡଧାରୀମାନଙ୍କୁ କାର୍ଡ ସମ୍ବନ୍ଧିତ କୌଣସି ପ୍ରକାର ସୂଚନା ପାଇଁ ଅଫିସିଆଲ୍ ୱେବସାଇଟ୍ (http://uidai.gov.in) ଭିଜିଟ୍ କରିବାକୁ କହିଛି। ଏହା ସହିତ ଆଧାର କାର୍ଡଧାରୀମାନେ ଯେକୌଣସି ଅପଡେଟ୍ ପାଇଁ ନିକଟସ୍ଥ ଆଧାର କେନ୍ଦ୍ର ମଧ୍ୟ ପରିଦର୍ଶନ କରିପାରିବେ। ଏହି ମାଧ୍ୟମ ବ୍ୟତୀତ ସରକାର କୌଣସି ପ୍ଲାଟଫର୍ମରେ ଆଧାର ସମ୍ବନ୍ଧିତ ଡାଟା ଦିଅନ୍ତି ନାହିଁ କି ନିଅନ୍ତି ନାହିଁ। ତେଣୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ଚେତାଇ ଦେଇଛି ୟୁଆଇଡିଏଆଇ।

କିପରି ଅନଲାଇନରେ ଅପଡେଟ୍ କରିବେ ଆଧାର

  • ୟୁଆଇଡିଏଆଇ ୱେବସାଇଟରେ ଆଧାର ସେଲ୍ଫ ସର୍ଭିସ ପୋର୍ଟାଲକୁ ଯାଆନ୍ତୁ।
  • ଆପଣଙ୍କ ଫୋନରେ ଗ୍ରହଣ କରାଯାଇଥିବା ଆଧାର ନମ୍ବର, କ୍ୟାପଚା ଏବଂ ୱାନ୍-ଟାଇମ୍ ପାସୱାର୍ଡ (OTP) ବ୍ୟବହାର କରି ପୋର୍ଟାଲରେ ଲଗ୍ ଇନ୍ କରନ୍ତୁ।
  • ଡକ୍ୟୁମେଣ୍ଟ୍ ଅପଡେଟ୍ ବିଭାଗକୁ ନେଭିଗେଟ୍ କରନ୍ତୁ ଏବଂ ସେଠାରେ ଉଲ୍ଲେଖ ଥିବା ସମସ୍ତ ବିବରଣୀକୁ ସମୀକ୍ଷା କରନ୍ତୁ।
  • ଏହାପରେ ଡ୍ରପ୍ ଡାଉନ୍ ତାଲିକାରୁ ଉପଯୁକ୍ତ ଡକ୍ୟୁମେଣ୍ଟ୍ ଟାଇପ୍ ବାଛନ୍ତୁ ଏବଂ ଯାଞ୍ଚ ପାଇଁ ମୂଳ ଡକ୍ୟୁମେଣ୍ଟଗୁଡିକର ସ୍କାନ୍ ହୋଇଥିବା କପି ଅପଲୋଡ୍ କରନ୍ତୁ।
  • ସର୍ଭିସ୍ ରିକ୍ୟୁଏଷ୍ଟ ନମ୍ବରକୁ ଧ୍ୟାନ ଦିଅନ୍ତୁ, କାରଣ ଏହା ଆପଣଙ୍କୁ ଆପଣଙ୍କର ସମ୍ପୂର୍ଣ୍ଣ ଅପଡେଟ୍ ପ୍ରୋସେସକୁ ଟ୍ରାକ୍ କରିବାରେ ସାହାଯ୍ୟ କରିବ।
Aadhaar Updates UIDAI UIDAI Warning Aadhaar Pin Or OTP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe