Advertisment

ଭାଜପାକୁ ଟାର୍ଗେଟ କଲେ ଆଦିତ୍ୟ ଠାକରେ, କହିଲେ- ଆମ ହିନ୍ଦୁତ୍ୱ ପୂରା ସ୍ପଷ୍ଟ, ହେଲେ ଭାଜପାର ...

ଭାଜପାର ହିନ୍ଦୁତ୍ୱକୁ ଆମେ ବିଶ୍ୱାସ କରୁ ନାହୁଁ । ହେଲେ ଆମ ହିନ୍ଦୁତ୍ୱ ପୂରା ସ୍ପଷ୍ଟ । ଭାଜପା ମହାରାଷ୍ଟ୍ରରେ ଦଙ୍ଗା ସୃଷ୍ଟି କରୁଛି, ହିଂସାତ୍ମକ ପରିବେଶ ସୃଷ୍ଟି କରୁଛି।

Aaditya Thackeray

Aaditya Thackeray

Advertisment

ଭାଜପାର ହିନ୍ଦୁତ୍ୱକୁ ଆମେ ବିଶ୍ୱାସ କରୁ ନାହୁଁ । ହେଲେ ଆମ ହିନ୍ଦୁତ୍ୱ ପୂରା ସ୍ପଷ୍ଟ । ଭାଜପା ମହାରାଷ୍ଟ୍ରରେ ଦଙ୍ଗା ସୃଷ୍ଟି କରୁଛି, ହିଂସାତ୍ମକ ପରିବେଶ ସୃଷ୍ଟି କରୁଛି। ହେଲେ ଆମେ ଏହାକୁ ବିରୋଧ କରୁଛୁ କହି ଭାଜପାକୁ ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ।

Advertisment

୨୦୧୪ ମସିହାରେ ଭାଜପା ଆମ ପିଠିରେ ଛୁରୀ ଭୁଶିଥିଲା। ଏହାସତ୍ତ୍ୱେ ଭାଜପା ସହ ଆମର କିଛି ବ୍ୟକ୍ତିଗତ ଶତ୍ରୁତା ନାହିଁ। ହାଇଦ୍ରାବାଦର ଗୀତମ ବିଶ୍ୱବିଦ୍ୟାଳୟର ଏକ ଗୋଷ୍ଠୀ ଛାତ୍ରଙ୍କୁ ସମ୍ବୋଧନ କରି ହିନ୍ଦୁତ୍ୱ ପ୍ରସଙ୍ଗରେ ଏପରି କହିଛନ୍ତି ଆଦିତ୍ୟ ଠାକରେ ।  

ସେ କହିଛନ୍ତି, "ଆମର ହିନ୍ଦୁତ୍ୱ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରାଯାଇଛି ଏବଂ ଏହା ଲୋକାଦୃତ। କିଛି ଲୋକ କଣ ଖାଉଛନ୍ତି ସେଥିପ୍ରତି ଆମର ଧ୍ୟାନ ନାହିଁ, କିନ୍ତୁ ଭାଜପା ଏଥିପାଇଁ ଲୋକଙ୍କୁ ଜାଳିବାକୁ ପଛାଉ ନାହିଁ। ଯଦି ଏହା ଭାଜପାର ହିନ୍ଦୁତ୍ୱ ଅଟେ, ତେବେ ଏହା ମୋ’ ବାପା, ମୋ’ ଜେଜେବାପା ଏବଂ ଆମ ଲୋକଙ୍କ ପାଇଁ ଏହା ଗ୍ରହଣୀୟ ନୁହେଁ ।  ଏହା ସମ୍ପୂର୍ଣ୍ଣ ମହାରାଷ୍ଟ୍ର ପାଇଁ ମଧ୍ୟ କେବେ ବି ଗ୍ରହଣୀୟ ହେବ ନାହିଁ।

Advertisment

ଏଥିସହ ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ କାରଣରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଉଥିବା ଭାବନା ଭୁଲ । କାରଣ ରାମ ମନ୍ଦିର ନିର୍ମାଣ ପାଇଁ ଆଦେଶ କେନ୍ଦ୍ର ସରକାର ନୁହେଁ ସୁପ୍ରିମକୋର୍ଟ ଦେଇଛନ୍ତି।

ଏହି ସମୟରେ ଆଦିତ୍ୟ ଠାକରେ ମଧ୍ୟ ୨୦୧୪ ଭାଜପା ଶିବସେନାକୁ ପିଠି ପଛରେ ଛୁରୀ ଭୁଶିଥିବା ଅଭିଯୋଗ କରିଥିଲେ। ରେ ସେ କହିଛନ୍ତି, "ମୁଁ ଜଣେ ହିନ୍ଦୁ ଏବଂ ୨୦୧୪ ରେ ଯେତେବେଳେ ଶିବସେନା ସହିତ ଭାଜପା ମେଣ୍ଟ ଭାଙ୍ଗିଗଲା ସେତେବେଳେ ମଧ୍ୟ ମୁଁ ହିନ୍ଦୁ ଥିଲି। ଆଉ ଏବେ ବି ଆମେ ହିନ୍ଦୁ ହିଁ ଅଛୁ।

ଭାଜପାକୁ ଟାର୍ଗେଟ କରି ଆଦିତ୍ୟ ଠାକରେ କହିଛନ୍ତି, ନିଜ ହିନ୍ଦୁତ୍ୱ ପାଇଁ ଡେଙ୍ଗୁରା ପିଟୁଥିବା ଏହି ଦଳ କାହିଁକି  କଶ୍ମୀର ପଣ୍ଡିତମାନଙ୍କ ବିଷୟରେ ପାଟି ଫିଟାଉ ନାହିଁ। କାହିଁକି ସେମେନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉନି। କଶ୍ମୀର ପଣ୍ଡିତଙ୍କୁ ନିର୍ମମ ଭାବେ ହତ୍ୟା କରାଯାଉଥିବା ବେଳେ ଭାଜପା କାହିଁକି ଚୁପ୍‌ ରହୁଛି।

ଏଥିସହ ସେ କହିଛନ୍ତି, ଯଦି ମୋ ଜେଜେବାପାଙ୍କ ଆଦର୍ଶ ପ୍ରତି ଭାଜପାର ଆନ୍ତରିକତା ଥାଆନ୍ତା, ତେବେ ସେମାନେ ମୋ’ ଜେଜେବାପା ନିର୍ମାଣ କରିଥିବା ଦଳକୁ ନଷ୍ଟ କରିବାକୁ ଚେଷ୍ଟା କରି ନଥାନ୍ତେ।

ଏକନାଥ ସିନ୍ଦେ ଏବଂ ଭାଜପା ମଧ୍ୟରୁ କିଏ ତାଙ୍କ ଦଳ ପାଇଁ ବଡ଼ ବିପଦ ବୋଲି ପଚରାଯିବାରୁ ଏକନାଥ ସିନ୍ଦେଙ୍କୁ ଆଦୌ ବିପଦ ବୋଲି ଭାବନ୍ତି ନାହିଁ ବୋଲି କହିଛନ୍ତି ମହାରାଷ୍ଟ୍ରର ଏହି ପୂର୍ବତନ ମନ୍ତ୍ରୀ । ଏଥିସହ ସେ କହିଛନ୍ତି, ଭାଜପା ସହ ମଧ୍ୟ ଆମର କୌଣସି ବ୍ୟକ୍ତିଗତ ବିବାଦ ନାହିଁ । 

Poltics Crisis In Uddhav Thackeray Govt Mumbai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe