Advertisment

'କୌଣସି ମୂଲ୍ୟରେ ଇସ୍ତଫା ଦିଅନ୍ତୁନି କେଜ୍ରିଓ୍ୱାଲ...' ସୁନୀତାଙ୍କୁ ଭେଟିଲେ ୫୫ ବିଧାୟକ

ଆମ୍‌ ଆଦ୍‌ମୀ ପାର୍ଟିର ୬ ଜଣ ମନ୍ତ୍ରୀଙ୍କ ସମେତ ମୋଟ ୫୫ ଜଣ ବିଧାୟକ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବାସ ଭବନକୁ ଯାଇ ସୁନୀତାଙ୍କୁ ଭେଟିଛନ୍ତି।

author-image
Madhupriya Mistry
Sunita Kejriwal

Sunita Kejriwal

ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଗିରଫ ହୋଇ ବର୍ତ୍ତମାନ ଜେଲ୍‌ରେ ଅଛନ୍ତି। ତେବେ ତାଙ୍କ ଗିରଫଦାରୀ ପରେ ଆମ୍‌ ଆଦ୍‌ମୀ ପାର୍ଟିରେ ହଲଚଳ ବଢ଼ି ଯାଇଛି। ଏହାରି ଭିତରେ ମଙ୍ଗଳବାର ମନ୍ତ୍ରୀଙ୍କ ସମେତ ଦଳର ବିଧାୟକମାନେ କେଜ୍ରିଓ୍ୱାଲଙ୍କ ପତ୍ନୀ ସୁନୀତାଙ୍କୁ ଭେଟିଛନ୍ତି।

Advertisment

ଆମ୍‌ ଆଦ୍‌ମୀ ପାର୍ଟିର ୬ ଜଣ ମନ୍ତ୍ରୀଙ୍କ ସମେତ ମୋଟ ୫୫ ଜଣ ବିଧାୟକ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବାସ ଭବନକୁ ଯାଇ ସୁନୀତାଙ୍କୁ ଭେଟିଛନ୍ତି। ଏହି ସମୟରେ ବିଧାୟକମାନେ 'କୌଣସି ବି ମୂଲ୍ୟରେ ଅରବିନ୍ଦ କେଜ୍ରିଓ୍ୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ ନୁହେଁ। ସେ ଜେଲରୁ ହିଁ ସରକାର ଚଳାନ୍ତୁ। ଦିଲ୍ଲୀର ଦୁଇ କୋଟି ଜନତା ତାଙ୍କ ସହ ଅଛନ୍ତି ବୋଲି କହିଛନ୍ତି।

ସେପଟେ ମଙ୍ଗଳବାର ଦିଲ୍ଲୀ କ୍ୟାବିନେଟ୍‌ ମନ୍ତ୍ରୀ ଅତୀଶି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି। ତାଙ୍କର ଜଣେ ଅତି ନିକଟତର ବ୍ୟକ୍ତିଙ୍କ ମାଧ୍ୟମରେ ତାଙ୍କୁ ବିଜେପିରେ ମିଶିବା ପାଇଁ ବାଧ୍ୟ କରାଯାଉଛି। ବିଜେପିର ଯୋଗେ ଦେଇ ତାଙ୍କ ରାଜନୈତିକ କ୍ୟାରିୟର ବଞ୍ଚାଇବା ପାଇଁ କୁହାଯାଇଛି। ଯଦି ସେ ବିଜେପିରେ ଯୋଗ ନ ଦିଅନ୍ତି ତେବେ ଏକ ମାସ ଭିତରେ ତାଙ୍କୁ ଗିରଫ କରାଯିବ ବୋଲି ସେ ଅଭିଯୋଗ କରିଛନ୍ତି।

Advertisment

କହିରଖୁ ଯେ, ପ୍ରାୟ ଦୁଇ ଘଣ୍ଟା ପଚରାଉଚରା ପରେ ମାର୍ଚ୍ଚ ୨୧ ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ସରକାରୀ ବାସଭବନରୁ ଗିରଫ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଥିଲା। ଦିଲ୍ଲୀର କଥିତ ମଦ ଦୁର୍ନୀତି ମାମଲାରେ ତାଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇଥିଲେ। ତେବେ ଗିରଫ ପରେ ମଧ୍ୟ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇନାହାଁନ୍ତି। ଆମ୍ ଆଦମୀ ଦଳର ନେତାମାନେ କହୁଛନ୍ତି ଯେ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିବେ। ଆବଶ୍ୟକ ପଡିଲେ ଜେଲ୍‌ ଭିତରୁ ସରକାର ଚଳାଇବେ।

Arvind Kejriwal AAP Sunita Kejriwal