Advertisment

ଲୋକସଭା ନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ଆପ୍‌

ନୂଆ ଦିଲ୍ଲୀରୁ ସୋମନାଥ ଭାରତୀଙ୍କୁ ଆମ୍‌ ଆଦମୀ ପାର୍ଟି ପ୍ରାର୍ଥୀ କରିଛି।

ଅଦ୍ୟତନ ହୋଇଛି
undefined

Arvind Kejriwal

Advertisment

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଆଉ ମାସକ ପରେ ପଡିପାରେ ଭୋଟ୍‌। ଏହାରି ଭିତରେ ଦିଲ୍ଲୀର ୪ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଆମ୍‌ ଆଦମୀ ପାର୍ଟି।

Advertisment

ନୂଆ ଦିଲ୍ଲୀରୁ ସୋମନାଥ ଭାରତୀଙ୍କୁ ଆମ୍‌ ଆଦମୀ ପାର୍ଟି ପ୍ରାର୍ଥୀ କରିଛି। ସେହିପରି ପଶ୍ଚିମ ଦିଲ୍ଲୀରୁ ମହାବଳ ମିଶ୍ରା, ପୂର୍ବ ଦିଲ୍ଲୀରୁ କୁଲଦୀପ କୁମାର ଓ ସାଉଥ ଦିଲ୍ଲୀରୁ ସହୀରାମଙ୍କୁ ପ୍ରାର୍ଥୀ କରିଛି ଆପ୍‌। ଏହି ୪ ଜଣ ପ୍ରାର୍ଥୀ ହେଉଛନ୍ତି ଆମ୍‌ ଆଦମୀ ପାର୍ଟିର ପୁରୁଣା ନେତା। ଏହି ୪ ଜଣଙ୍କ ମଧ୍ୟରୁ ୩ ଜଣ ବର୍ତ୍ତମାନ ଆପ୍‌ର ବିଧାୟକ ଅଛନ୍ତି।

ସେହିପରି ମହାବଳ ମିଶ୍ରା କଂଗ୍ରେସ ସାଂସଦ ଥିଲେ। ୨୦୨୨ ଦିଲ୍ଲୀ ମହାନଗର ନିଗମ ନିର୍ବାଚନର ଠିକ୍ ପୂର୍ବରୁ ସେ ଆପ୍‌ରେ ସାମିଲ ହୋଇଥିଲେ।ଏମାନଙ୍କ ଉପରେ ଏବେ ଦଳ ଆଗାମୀ ଲୋକସଭା ନିର୍ବାଚନରେ ବିଜୟ ନେଇ ଆସ୍ଥା ପ୍ରକଟ କରିଛି। ସେହିପରି ହରିଆଣାର କୁରୁକ୍ଷେତ୍ର ଆସନ ପାଇଁ ମଧ୍ୟ ଆମ୍‌ ଆଦମୀ ପାର୍ଟି ନିଜ ପ୍ରାର୍ଥୀ ଘୋଷଣା କରିଛି। ଏହି ଆସନରୁ ଦଳ ସୁଶୀଲ ଗୁପ୍ତାଙ୍କୁ ଟିକେଟ୍‌ ଦେଇଛି। 

Advertisment

ଦିଲ୍ଲୀରେ କଂଗ୍ରେସ ସହ ମେଣ୍ଟ କରି ଆମ ଆଦମୀ ପାର୍ଟି ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବ। ଏଥିପାଇଁ ଆସନ ଭାଗବଣ୍ଟା ଶେଷ ହୋଇଛି। ଦିଲ୍ଲୀର ୪ଟି ଆସନରେ ଆପ୍‌ ଲଢ଼ିବାକୁ ଯାଉଥିବା ବେଳେ ୩ଟିରେ କଂଗ୍ରେସ ଲଢ଼ିବାକୁ ସହମତି ହୋଇଛି।

୨୦୧୯ରେ ଆମ୍‌ ଆଦମୀ ପାର୍ଟି ଏକା ନିର୍ବାଚନ ଲଢ଼ିଥିଲା। ସେତେବେଳର ଦିଲ୍ଲୀର ୭ଟି ଆସନରୁ ଗୋଟିଏ ବି ଆସନରେ ଜିତି ପାରିନଥିଲା ଆପ୍‌। ସମସ୍ତ ଆସନରେ କ୍ଲିନ୍‌ ସ୍ୱିପ୍‌ କରିଥିଲା ବିଜେପି। ହେଲ ଏଥର ଆପ୍-କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ଯାଉଛି। ତେବେ ଏହି ମେଣ୍ଟ କେତେ ସଫଳ ହେଉଛି ଓ କେତୋଟି ଆସନ ହାତେଇ ପାରୁଛି ତାହା ଦେଖିବା ବାକି ରହିଲା।

AAP Loksabha Election 2024 Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe