Advertisment

ନିର୍ବାଚନ ପୂର୍ବରୁ ଗିରଫ ହେଲେ ଆପ୍‌ ନେତା

ଆମ ଆଦମୀ ପାର୍ଟି ରାଜସ୍ଥାନର ଝାଲାୱାଡର ଖାନପୁର ବିଧାନସଭା ଆସନରୁ ଅଳଙ୍କାର ବ୍ୟବସାୟୀ ତଥା ପାନୱାର ବାସିନ୍ଦା ଦୀପେଶ ସୋନିଙ୍କୁ ଟିକେଟ୍ ଦେଇଥିଲା।

author-image
Madhupriya Mistry
Dipesh Soni

Dipesh Soni

ନିର୍ବାଚନ ପୂର୍ବରୁ ବନ୍ଧା ହେଲେ ଆପ୍‌ ନେତା। ଠକେଇ ଅଭିଯୋଗରେ ତେଲେଙ୍ଗାନା ପୁଲିସ ରାଜସ୍ଥାନ ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ପାର୍ଥୀ କରିଥିବା ନେତା ଦୀପେଶ ସୋନିଙ୍କୁ ଗିରଫ କରିଛି।

Advertisment

ସୂଚନା ମୁତାବକ ଆମ ଆଦମୀ ପାର୍ଟି ରାଜସ୍ଥାନର ଝାଲାୱାଡର ଖାନପୁର ବିଧାନସଭା ଆସନରୁ ଅଳଙ୍କାର ବ୍ୟବସାୟୀ ତଥା ପାନୱାର ବାସିନ୍ଦା ଦୀପେଶ ସୋନିଙ୍କୁ ଟିକେଟ୍ ଦେଇଥିଲା। ଏକ ପୁରୁଣା ମାମଲାକୁ ନେଇ ଏବେ ତେଲେଙ୍ଗାନା ପୁଲିସ ତାଙ୍କୁ ଗିରଫ କରିଛି।

ପୁଲିସର କହିବା ମୁତାବକ ହାଇଦ୍ରାବାଦର ଜଣେ ବ୍ୟବସାୟୀଙ୍କୁ ଠକେଇ ଅଭିଯୋଗରେ ସୋନିଙ୍କ ବିରୋଧରେ ଶନିବାର ଏକ ମାମଲା ରୁଜୁ ହୋଇଛି। ଧାରା ୪୨୦ ଏବଂ ୪୦୬ ଅଧୀନରେ ତେଲେଙ୍ଗାନାର ବସେରାବଦ ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଥିଲା। ଦୀପେଶଙ୍କ ବିରୋଧରେ ଠକେଇ ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ଦୁଇଟି ମାମଲା ରୁଜୁ ହୋଇଛି। ଏହି ମାମଲାରେ ପୁଲିସ ଦୀପେଶଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି।

Advertisment

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୨୬ରେ ଦୀପେଶ କୌଣସି କାମକୁ ନେଇ ହାଇଦ୍ରବାଦ ଯାଇଥିଲେ। କିନ୍ତୁ ଏହାପରେ ତାଙ୍କ ସହ ଆଉ କୌଣସି ସମ୍ପର୍କ ହୋଇପାରି ନଥିଲା। ଏନେଇ ଦୀପେଶଙ୍କ ପରିବାର ଲୋକେ ରାଜସ୍ଥାନର ପନଓ୍ୱାଡା ଥାନାରେ ସେ ନିଖୋଜ ଥିବା ନେଇ ମାମଲା ରୁଜୁ କରିଥିଲେ। ଏହାପରେ ପୁଲିସର ଏକ ଟିମ୍‌ ହାଇଦ୍ରାବାଦ ଯାଇ ତାଙ୍କୁ ଖୋଜାଖୋଜି କରିଥିଲା। ସେଠାରେ ତାଙ୍କୁ ହାଇଦ୍ରାବାଦ ପୁଲିସ ଗିରଫ କରି ନେଇଥିବା ଜଣାପଡିଥିଲା।

ଗତ ସପ୍ତାହରେ ଆମ୍ ଆଦମୀ ପାର୍ଟି ଦୀପେଶ ସୋନିଙ୍କୁ ଖାନପୁର ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିଥିଲା। ନଭେମ୍ବର ୨୫ରେ ରାଜସ୍ଥାନର ୨୦୦ ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ ଏବଂ ଡିସେମ୍ବର ୩ରେ ଭୋଟ୍ ଗଣନା ସହ ଫଳାଫଳ ମଧ୍ୟ ଘୋଷଣା କରାଯିବ।

AAP AAP Leader Hyderabad