Advertisment

ଦିଲ୍ଲୀ ମେୟର ନିର୍ବାଚନରେ ବିଜେପିକୁ ଝଟକା, ବାଜି ମାରିନେଲା ଆପ୍

ଦିଲ୍ଲୀ ମେୟର ନିର୍ବାଚନରେ ଆପ୍ ପ୍ରାର୍ଥୀ ମହେଶ କୁମାର ଖିଞ୍ଚି ବିଜୟୀ। ୧୦ ଆପ୍ କାଉନସିଲରଙ୍କ କ୍ରସ୍ ଭୋଟିଂ ସତ୍ତ୍ୱେ ବିଜେପିକୁ ଝଟକା।

author-image
Debadatta Aryashrestha
Delhi Mayor Election

Delhi Mayor Election

ଆସନ୍ତା ବର୍ଷ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମି ପାର୍ଟିକୁ ମିଳିଛି ବଡ଼ ସଫଳତା। ଏମସିଡି ମେୟର ନିର୍ବାଚନରେ ଆପ୍ ପ୍ରାର୍ଥୀ ମହେଶ କୁମାର ଖିଞ୍ଚି ବିଜୟୀ ହୋଇଛନ୍ତି। ମେୟର ନିର୍ବାଚନରେ ବିଜେପି ପ୍ରାର୍ଥୀ କିଶନ ଲାଲଙ୍କୁ ପରାସ୍ତ କରିଛନ୍ତି ଆପ୍ ପ୍ରାର୍ଥୀ ମହେଶ। ତେବେ ବିଜୟ ସତ୍ତ୍ୱେ ଦିଲ୍ଲୀ ଆପ୍ ପାଇଁ ଚିନ୍ତାର ବିଷୟ ହେଉଛି ଦଳର ୧୦ ଜଣ କାଉନସିଲର ବିଜେପିକୁ ଭୋଟ ଦେଇଛନ୍ତି।

Advertisment

ଦିଲ୍ଲୀ ମହାନଗର ନିଗମ ପାଇଁ ଅନୁଷ୍ଠିତ ମେୟର ନିର୍ବାଚନରେ ଆମ ଆଦମି ପ୍ରାର୍ଥୀ ମହେଶ କୁମାର ଖିଞ୍ଚି ଓ ବିଜେପି ପ୍ରାର୍ଥୀ କିଶନ ଲାଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ନିର୍ବାଚନରେ ମୋଟ ୨୬୫ ଭୋଟ ପଡ଼ିଥିବାବେଳେ ଏଥିରୁ ଆପ୍ ପ୍ରାର୍ଥୀ ମହେଶଙ୍କୁ ମୋଟ ୧୩୫ ଭୋଟ ମିଳିଥିଲା। ହେଲେ ଏଥିରୁ ଦୁଇଟି ଭୋଟ ଅବୈଧ ଘୋଷିତ ହୋଇଥିଲା। ଅର୍ଥାତ ଆପ୍ ପ୍ରାର୍ଥୀଙ୍କ ସପକ୍ଷରେ ୧୩୩ ବୈଧ ଭୋଟ ପଡ଼ିଥିଲା। ଅନ୍ୟପଟେ ବିଜେପି ପ୍ରାର୍ଥୀ କିଶନ ଲାଲଙ୍କୁ ୧୩୦ ଭୋଟ ମିଳିଥିଲା। ଫଳରେ ୩ ଖଣ୍ଡ ଭୋଟ ବ୍ୟବଧାନରେ ଆପ୍ ପ୍ରାର୍ଥୀ ଏହି ନିର୍ବାଚନରେ ବାଜିମାତ କରିଛନ୍ତି। ଅନ୍ୟପଟେ କଂଗ୍ରେସ ଏହି ନିର୍ବାଚନକୁ ବୟକଟ୍ କରିଥିଲା।

ତେବେ ଦିଲ୍ଲୀରେ ଶାସକ ଦଳ ପାଇଁ ଚିନ୍ତାର ବିଷୟ ହେଉଛି ଯେ, ବିରୋଧୀ ବିଜେପି ପାଖରେ ମୋଟ ୧୨୦ ଖଣ୍ଡ ଭୋଟ ଥିଲା। ହେଲେ ବିଜେପିକୁ ମିଳିଛି ୧୩୦ ଖଣ୍ଡ ଭୋଟ। ଅର୍ଥାତ ଆମ୍ ଆଦମି ପାର୍ଟିର ୧୦ ଜଣ କାଉନସିଲର ବିଜେପି ସପକ୍ଷରେ ଭୋଟ ଦେଇଛନ୍ତି। ତେବେ ଆପ୍ ପ୍ରାର୍ଥୀ ମହେଶ କୁମାରଙ୍କ ବିଜୟ ପରେ ଦଳର ସାଂସଦ ସଞ୍ଜୟ ସିଂହ ଓ ଅନ୍ୟ ବରିଷ୍ଠ ନେତାମାନେ ବିଧାନସଭା ଭିତରେ ବିଜୟ ସଂକେତ ଦେଖାଇ ଉତ୍ସବ ମନାଇଥିଲେ।

Advertisment
Bjp AAP Delhi Mayor Election AAP Wins Delhi Mayor Election