Advertisment

ଗିରଫ ପରେ ଜାମିନରେ ମୁକୁଳିଲେ ଆପ୍‌ ନେତା ଗୋପାଳ ଇଟାଲିଆ

ଏଥିପାଇଁ ତାଙ୍କୁ ଆଜି କ୍ରାଇମବ୍ରାଞ୍ଚ ଟିମ ଗିରଫ କରିଥିଲା। ତେବେ ଗିରଫର କିଛି ସମୟ ମଧ୍ୟରେ ହିଁ ତାଙ୍କୁ ଜାମିନ ମିଳିଛି। ଜାମିନ ପରେ ସେ ମୁକୁଳିଛନ୍ତି।

Gopal Italia

Gopal Italia

Advertisment

ଗୁଜରାଟ ଆମ ଆଦମୀ ପାର୍ଟି(ଆପ୍‌)ର ବରିଷ୍ଠ ନେତା ଗୋପାଳ ଇଟାଲିଆଙ୍କୁ ଗିରଫ କରିଛି ସୁରତ କ୍ରାଇମବ୍ରାଞ୍ଚ। ରାଜ୍ୟର ଗୃହ ମନ୍ତ୍ରୀ ହର୍ଷ ସଙ୍ଘଭୀଙ୍କ ସମ୍ପର୍କରେ ସେ ଗତବର୍ଷ ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ବିବାଦୀୟ ବୟାନ ଦେଇଥିଲେ। ଏଥିପାଇଁ ତାଙ୍କୁ ଆଜି କ୍ରାଇମବ୍ରାଞ୍ଚ ଟିମ ଗିରଫ କରିଥିଲା। ତେବେ ଗିରଫର କିଛି ସମୟ ମଧ୍ୟରେ ହିଁ ତାଙ୍କୁ ଜାମିନ ମିଳିଛି। ଜାମିନ ପରେ ସେ ମୁକୁଳିଛନ୍ତି। 

Advertisment

ଗୁଜରାଟ ଆପ୍‌ର ସବୁଠାରୁ ଚର୍ଚ୍ଚିତ ଚେହେରା ହେଉଛନ୍ତି ଗୋପାଳ ଇଟାଲିଆ। ନିର୍ବାଚନ ବେଳେ ସେ ବେଶ ଚର୍ଚ୍ଚାରେ ଥିଲେ। ଆପ୍‌ ପାଇଁ ପ୍ରଚାର କରୁଥିବା ବେଳେ ସେ ରାଜ୍ୟର ଗୃହମନ୍ତ୍ରୀଙ୍କୁ ‘ଡ୍ରଗ୍ସ ସଙ୍ଘଭୀ’ କହି ଆକ୍ଷେପ କରିଥିଲେ। ଏନେଇ ଜଣେ ବିଜେପି କର୍ମୀ ପୁଲିସ୍‌ରେ ଏଫଆଇଆର ରୁଜୁ କରିଥିଲେ। ଜଣେ ସମ୍ମାନସ୍ପଦ ବ୍ୟକ୍ତିଙ୍କୁ ଗୋପାଳ ନିଜର ଭାଷଣ ମାଧ୍ୟମରେ ଅସମ୍ମାନ କରିଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରି ଆଜି କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ ଗିରଫ କରିଥିଲା।

ଏପରି ଗିରଫଦାରୀକୁ ନେଇ ଆପ୍‌ର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଟାର୍ଗେଟ କରିଥିଲେ। ସେ ଟ୍ୱିଟ କରି କହିଥିଲେ ଯେ “ଗୁଜରାଟରେ ଆପ୍‌ର ଚମତ୍କାର ପ୍ରଦର୍ଶଦନ ଦେଖି ବିଜେପି ଭୟଭୀତ। ଏଥିପାଇଁ ଆମ ଗୁଜରାଟ ନେତା ଗୋପାଳ ଇଟାଲିଆଙ୍କୁ ସେମାନେ ଗିରଫ କରିଛନ୍ତି। ଏବେ ବିଜେପିର ଗୋଟିଏ ମାତ୍ର ଲକ୍ଷ୍ୟ ହେଲା ଆପ୍‌କୁ ଖତମ କରିବା। ଏପରି ଲୋକମାନେ ଜଣଙ୍କ ପରେ ଜଣଙ୍କୁ ଜେଲରେ ଭିର୍ତ୍ତି କରିବେ।”

Advertisment

ଗୋପାଳ ମଧ୍ୟ ଟ୍ୱିଟ କରି ବିଜେପି ଏବେ ଆପ୍‌କୁ ଭୟ କରୁଛି ବୋଲି ମଧ୍ୟ କହିଥିଲେ।

Bjp Gujarat AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe