Advertisment

ସଞ୍ଜୟ ସିଂହଙ୍କୁ ଝଟ୍‌କା, ରାଜ୍ୟସଭା ସାଂସଦ ଭାବେ ଶପଥ ନେବା ଉପରେ ରୋକ୍‌

କୋର୍ଟରୁ ଅନୁମତି ଆଣିଥିଲେ ସୁଦ୍ଧା ରାଜ୍ୟସଭା ଅଧ୍ୟକ୍ଷ ତାଙ୍କ ଶପଥ ଉପରେ ରୋକ ଲଗାଇ ଦେଇଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Sanjay Singh

Sanjay Singh

ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ସଞ୍ଜୟ ସିଂହଙ୍କୁ ପୁଣି ଝଟ୍‌କା। ସେ ଆଜି ରାଜ୍ୟସଭା ସାଂସଦ ଭାବେ ନେଇପାରିଲେନି ଶପଥ। ତାଙ୍କ ଶପଥ ଗ୍ରହଣ ଉପରେ ରୋକ ଲଗାଇଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ।

Advertisment

ପ୍ରକୃତରେ ଆଜି ତଥା ଫେବ୍ରୁଆରୀ ୫ ତାରିଖରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେବା ପାଇଁ ସଞ୍ଜୟ ସିଂହ କୋର୍ଟରୁ ଅନୁମତି ଆଣିଥିଲେ। ସେ ଆଜି ଶପଥ ନେବା ପାଇଁ ରାଜ୍ୟସଭା ଯାଇଥାନ୍ତେ। କିନ୍ତୁ ଏହା ପୂର୍ବରୁ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହା ଉପରେ ରୋକ ଲଗାଇ ଦେଇଛନ୍ତି। ତାଙ୍କୁ ସାଂସଦ ଭାବେ ଶପଥ ନେବା ପାଇଁ ଅନୁମତି ଦେଇ ନାହାନ୍ତି।

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ କହିବା ମୁତାବକ, ସଞ୍ଜୟ ସିଂହଙ୍କ ମାମଲା ବର୍ତ୍ତମାନ ବିଶେଷାଧିକାର କମିଟି ପାଖରେ ବିଚାରାଧୀନ ରହିଛି। ତେଣୁ ଏହି କାରଣରୁ ତାଙ୍କୁ ଶପଥ ନେବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଅଧ୍ୟକ୍ଷ କହିଛନ୍ତି।

Advertisment

ଗୁରୁବାର ତଥା ଫେବ୍ରୁଆରୀ ୧ ତାରିଖ ଦିନ ସଞ୍ଜୟ ସିଂହ ଅନ୍ତରୀଣ ଜାମିନ ଆବେଦନ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଦିଲ୍ଲୀ ରାଉସ ରେଭେନ୍ୟୁ କୋର୍ଟରେ ସେ ୭ ଦିନ ପାଇଁ ବେଲ୍‌ ମାଗିଥିଲେ। ରାଜ୍ୟସଭାର ସଦସ୍ୟ ରୂପେ ଶପଥ ନେବା ସହ ୯ ଫେବ୍ରୁଆରୀ ଯାଏଁ ଚାଲିବାକୁ ଥିବା ବିଧାନସଭା ଅଧିବେଶନରେ ଭାଗ ନେବାକୁ ସେ କୋର୍ଟଙ୍କୁ ଅନୁମତି ମାଗିଥିଲେ। ତେବେ କୋର୍ଟ ସଞ୍ଜୟ ସିଂହଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ ସୁଦ୍ଧା ଜେଲ୍‌ରୁ ବାହାରକୁ ଆସି ରାଜ୍ୟସଭା ସଦସ୍ୟ ରୂପେ ଶପଥ ନେବାକୁ ଅନୁମତି ମଧ୍ୟ ଦେଇଥିଲେ। 

Jagdeep Dhankar AAP Rajya Sabha Sanjay Singh