Advertisment

Murder: ଆପ୍‌ ନେତାଙ୍କୁ ଗୁଳି କରି ହତ୍ୟା

ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଲକିଙ୍କ ଉପରକୁ ଦୁର୍ବୃତ୍ତମାନେ ଅନେକ ରାଉଣ୍ଡ ଗୁଳି ଫାୟାର କରିଥିଲେ। ଲକିଙ୍କ ଦେହରେ ୫ଟି ଗୁଳି ବାଜିଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Lucky

ମୃତ ଆପ୍ ନେତା

Advertisment

ପଞ୍ଜାବର ଜଳନ୍ଧରରେ ଶୁକ୍ରବାର ଆମ୍ ଆଦ୍‌ମୀ ପାର୍ଟି (AAP)ର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକଙ୍କ ନାଁ ଲକି ଓବେରାୟ।

Advertisment

ଜଳନ୍ଧରର ଜନଗହଳିପୂର୍ଣ୍ଣ ମଡେଲ ଟାଉନ ଅଞ୍ଚଳରେ ଥିବା ଏକ ଗୁରୁଦ୍ୱାର ବାହାରେ ଘଟିଛି ଏହି ଘଟଣା। ଲକି ଓବେରାୟ କାରରେ ବସିଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ।

ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଲକିଙ୍କ ଉପରକୁ ଦୁର୍ବୃତ୍ତମାନେ ଅନେକ ରାଉଣ୍ଡ ଗୁଳି ଫାୟାର କରିଥିଲେ। ଲକିଙ୍କ ଦେହରେ ୫ଟି ଗୁଳି ବାଜିଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Advertisment

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆକ୍ରମଣକାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଧରିବା ପାଇଁ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। କିଏ ଓ କାହିଁକି ଲକିଙ୍କୁ ହତ୍ୟା କଲା, ସେନେଇ କିଛି ଜଣାପଡ଼ିନାହିଁ। ପୁଲିସ କହିଛି ଯେ ଘଟଣାସ୍ଥଳ ଆଖପାଖରେ ଲାଗିଥିବା ସିସିଟିଭି ଓ ପ୍ରତ୍ୟକ୍ଷଦର୍ଶୀମାନଙ୍କୁ ପଚରାଉଚରା କରିବା ପରେ ଅଧିକ ତଥ୍ୟ ମିଳିବ। 

ଏହି ଘଟଣା ପରେ ଜଳନ୍ଧରରେ ଆତଙ୍କ ଖେଳି ଯାଇଛି। ଲୋକେ ଭୟଭୀତ ହୋଇଯାଇଛନ୍ତି। 

ଲକିଙ୍କ ପତ୍ନୀ ଆପ୍ ଟିକେଟରେ ମ୍ୟୁନିସିପାଲିଟୀ ନିର୍ବାଚନ ଲଢ଼ିଥିଲେ। ତେବେ ସେ ହାରି ଯାଇଥିଲେ। ଆପ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କ୍ୟାଣ୍ଟ ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ରବୀନ୍ଦର କୌର ଥିଆଡାଙ୍କର ଘନିଷ୍ଠ ଥିଲେ ଲକି। 
  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe