Advertisment

ବିଚ୍‌ ରାସ୍ତାରେ ଆପ୍‌ ନେତାଙ୍କୁ ଗୁଳି କରି ହତ୍ୟା

ଚାରିପଟୁ ଘେରି ଯାଇ ଆକ୍ରମଣକାରୀମାନେ ଗୁଳିମାଡ଼ କରି ଆପ୍‌ ନେତାଙ୍କୁ ହତ୍ୟା କରିଛନ୍ତି।

AAP Leader Shot Dead

AAP Leader Shot Dead

Advertisment

ଆମ ଆଦମୀ ପାର୍ଟି ନେତାଙ୍କ ଉପରେ ବିଚ୍‌ ରାସ୍ତା ଉପରେ ଆଖିବୁଜା ଗୁଳିମାଡ଼। ଚାରିପଟୁ ଘେରି ଯାଇ ଗୁଳିମାଡ଼ କରି ଆପ୍‌ ନେତାଙ୍କୁ ହତ୍ୟା କଲେ ଆକ୍ରମଣ କାରୀ। ପଞ୍ଜାବର ତରନତାରନରେ ଘଟିଛି ଏଭଳି କିଛି ଘଟଣା। ନିକଟରେ ଆଇଏନଏଲଡି ନେତା ନଫେ ସିଂହ ରାଠୀଙ୍କୁ ଯେଉଁଭଳି ହତ୍ୟା କରାଯାଇଥିଲା ସେହି ଷ୍ଟାଇଲ୍‌ରେ ଆପ୍‌ ନେତାଙ୍କୁ ହତ୍ୟା କରାଯାଇଛି।

Advertisment

ମୃତକ ହେଲେ ଗୁରପ୍ରିତ ସିଂହ ଓରଫ ଗୋପି। ସେ ତରନ୍‌ତାରନର ଚୋହଲା ସାହିବର ବାସିନ୍ଦା। ଶୁକ୍ରବାର ସକାଳୁ ଗୁରପ୍ରିତ ନିଜ କାର୍‌ରେ ସୁଲତାନପୁର ଲୋଧି ଅଦାଲତକୁ ଏକ ମାମଲରେ ହାଜର ହେବା ପାଇଁ ଯାଉଥିଲେ। ରାସ୍ତାରେ ଗୁରପ୍ରିତଙ୍କ କାର୍‌ ଫାଟକ ବନ୍ଦ ଥିବା ଯୋଗୁ ଫତେହାବାଦ ରେଲଓ୍ୱେ କ୍ରସିଂରେ ଅଟକି ଥିଲା। ଏତିକି ବେଳେ ସ୍ୱିଫ୍ଟ କାର୍‌ରେ ଆକ୍ରମଣକାରୀମାନେ ତାଙ୍କ ପିଛା କରୁଥିଲେ। ଲେବଲ କ୍ରସିଂରେ ତାଙ୍କ ଗାଡି ଅଟକିବା ପରେ ଆକ୍ରମଣକାରୀମାନେ ଗୁରପ୍ରିତଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ଆପ୍‌ ନେତା ଗୁରପ୍ରିତଙ୍କ ମୃତ୍ୟୁ ହୋଇଥିଲା।

ସେପଟେ ଗୁଳିମାଡ ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡି। ଘଟଣା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁରପ୍ରିତଙ୍କ ଦେହରେ ପାଞ୍ଚଟି ଗୁଳି ବାଜିଥିବା ତରନତାରନ ଏସପି ଅଶ୍ୱିନୀ କପୁର କହିଛନ୍ତି। ଆଖପାଖରେ ଲାଗିଥିବା ସିସିଟିଭି ଯାଞ୍ଚ ଚାଲିଛି। ଅକ୍ରମଣକାରୀମାନେ କିଏ ଓ କାହିଁକି ଆପ୍‌ ନେତାଙ୍କୁ ହତ୍ୟା କଲେ ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି। ମୃତ ଗୁରୁପ୍ରୀତ ସିଂହ ଖଦୁର ସାହେବ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ମଞ୍ଜିନ୍ଦର ସିଂହ ଲାଲପୁରାଙ୍କ ଅତି ନିକଟତର ଥିଲେ।

Advertisment

କହିରଖୁ ଯେ, ହରିୟାଣାର ବାହାଦୂର ଗଡରେ ଆଇଏନଏଲଡି ନେତା ନଫେ ସିଂହ ରାଠୀଙ୍କୁ ମଧ୍ୟ ଠିକ୍‌ ଏହିଭଳି ହତ୍ୟା କରାଯାଇଥିଲା। ରେଲଓ୍ୱେ  କ୍ରସିଂରେ ତାଙ୍କ କାର୍‌ ଅଟକିବା ପରେ ପିଛା କରୁଥିବା ଆକ୍ରମଣକାରୀମାନେ ତାଙ୍କ ଉପରକୁ ପ୍ରାୟ ୨୦ ରାଉଣ୍ଡ ଗୁଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।  

Gurpreet Singh Gopi AAP Leader Shot Dead Punjab AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe