Advertisment

ୟୁ-ଟର୍ଣ୍ଣ ମାରିଲେ ଆପ୍‌ ନେତା, କହିଲେ-ଲଣ୍ଡା ହେବିନି

ପୁଣି ଥରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେଲେ ଲଣ୍ଡା ହେବି ବୋଲି ସଙ୍କଲ୍ପ ନେଇଥିଲେ ଅମ୍‌ ଆଦମୀ ପାର୍ଟି ନେତା ସୋମନାଥ ଭାରତୀ। ଏବେ କିନ୍ତୁ ସେ ୟୁ-ଟର୍ଣ୍ଣ ମାରିଛନ୍ତି।

author-image
Madhupriya Mistry
somnath-bharti

somnath-bharti

ପୁଣି ଥରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେଲେ ଲଣ୍ଡା ହେବି ବୋଲି ସଙ୍କଲ୍ପ ନେଇଥିଲେ ଅମ୍‌ ଆଦମୀ ପାର୍ଟି ନେତା ସୋମନାଥ ଭାରତୀ। ଏବେ କିନ୍ତୁ ସେ ୟୁ-ଟର୍ଣ୍ଣ ମାରିଛନ୍ତି। ସେ ନିଜ କଥାରୁ ଓହରି ଯାଇଛନ୍ତି। ଲଣ୍ଡା ହେବାକୁ ସେ ସଫା ସଫା ମନା କରିଦେଇଛନ୍ତି।

Advertisment

ସୋମନାଥ ଭାରତୀ କହିଛନ୍ତି, 'ପ୍ରଧାନମନ୍ତ୍ରୀ ରୂପେ ମୋଦିଙ୍କ ତୃତୀୟ କାର୍ଯ୍ୟକାଳ କେବଳ ତାଙ୍କର ନୁହେଁ, ବରଂ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ର ମିଳିତ ଉଦ୍ୟମର ଫଳାଫଳ।'

ଆପ୍‌ ନେତା ଆହୁରି କହିଛନ୍ତି, 'ମୁଁ କହିଥିଲି ଯେ ଯଦି ମୋଦି ତୃତୀୟ ଥର ପାଇଁ ନିର୍ବାଚିତ ହୁଅନ୍ତି, ତେବେ ମୁଁ ଲଣ୍ଡା ହେବି। କିନ୍ତୁ, ସେ ନିଜ ଦମ୍‌ରେ ଜିତି ନାହାନ୍ତି। ସେ ତାଙ୍କ ମେଣ୍ଟ ସମର୍ଥନରେ ବହୁମତ ହାସଲ କରିଛନ୍ତି। ମୁଁ ମୋ କଥାରେ ଅଟଳ ଅଛି। କିନ୍ତୁ ଯଦି ମୋଦି ନିଜ ଦମ୍‌ରେ ଜିତି ନାହାନ୍ତି, ତେଣୁ ଏହା ତାଙ୍କର ବିଜୟ ନୁହେଁ। ଏଥିପାଇଁ ମୁଁ ଲଣ୍ଡା ହେବି ନାହିଁ।'

Advertisment

ରବିବାର ଲଗାତର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ତାଙ୍କ ସହ ୭୨ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ତାଙ୍କର ଶେଷ ଦୁଇ କାର୍ଯ୍ୟକାଳରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାରର ନେତୃତ୍ୱ ନେଇଥିବା ମୋଦି ଏଥର ଏକ ମେଣ୍ଟ ସରକାରର ନେତୃତ୍ୱ ନେବେ।

PM Modi AAP Leader Somnath Bharti