Advertisment

ଦିଲ୍ଲୀ ସିଏମ୍‌ ହାଉସ୍‌କୁ ନେଇ ବିବାଦ, ଆପ୍‌ ନେତାଙ୍କୁ ଅଟକାଇଲା ପୁଲିସ

ଆମ୍‌ ଆଦମୀ ପାର୍ଟିର ନେତା ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି।

author-image
Madhupriya Mistry
AAP Leader

AAP Leader

ଦିଲ୍ଲୀ ନିର୍ବାଚନ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଘରକୁ ନେଇ ରାଜନୈତିକ ବିବାଦ ବଢ଼ିବାରେ ଲାଗିଛି। ଆଜି ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଓ ମନ୍ତ୍ରୀ ସୌରଭ ଭରଦ୍ୱାଜ ସମେତ ଅନ୍ୟ ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚିଛନ୍ତି। ମିଡିଆ ମଧ୍ୟ ତାଙ୍କ ସହ ଥିଲା। ତେବେ ଏହି ସମୟରେ ପୁଲିସ ଦିଲ୍ଲୀ ସିଏମ୍‌ଙ୍କ ଘର ବାହାରେ ଆପ୍‌ ନେତାଙ୍କୁ ଅଟକାଇ ଦେଇଥିଲା। ସେମାନଙ୍କୁ ଭିତରକୁ ଛାଡ଼ି ନଥିଲା। ସିଏମ ହାଉସ ବାହାରେ ବ୍ୟାରିକେଡିଂ କରାଯାଇଥିଲା। ବ୍ୟାରିକେଡ୍ ପାର ହେବାକୁ ପୁଲିସ ଆପ୍‌ ନେତାଙ୍କୁ ଅନୁମତି ଦେଇନଥିଲା। ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି।

Advertisment

ଆମ୍‌ ଆଦମୀ ପାର୍ଟିର ନେତା ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି। ଆପ୍‌ ନେତାଙ୍କ କହିବା କଥା ହେଲେ, ସିଏମ୍‌ ହାଉସ୍‌ରେ ଲଗ୍‌ଜୁରୀ ସୁବିଧା ଥିବା ବିଜେପି କହୁଛି। ଯଦି ସେଠାରେ ଲଗ୍‌ଜୁରୀ ସୁବିଧା ଅଛି ତେବେ ଏହାକୁ ଖୋଲାଖୋଲି ଭାବେ ପ୍ରଦର୍ଶିତ କରାଯିବା ଉଚିତ। ଆମେ ମଧ୍ୟ ସେହି ସୁବିଧା ଦେଖିବାକୁ ଆସିଛୁ। ତେବେ ପୁଲିସ ଆମକୁ ଭିରତକୁ ଯିବାକୁ ଦେଇନି। ଉପରୁ ଅର୍ଡର ଅଛି କହି ତାଙ୍କୁ ଭିତରକୁ ଛଡ଼ା ଯାଉନଥିବା ଆପ୍‌ ନେତା ଅଭିଯୋଗ କରିଛନ୍ତି।

ଏହାକୁ ବିରୋଧରେ ଆପ୍‌ ନେତାମାନେ ରାସ୍ତାରେ ଧାରଣାରେ ବସିଛନ୍ତି। ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଭିତରକୁ ଯିବାକୁ ଆମକୁ ଅନୁମତି ଲୋଡା ନାହିଁ। ଆମକୁ ଅଯଥାରେ ଅଟକାଯାଉଛି। ସେହିପରି ଆପ୍‌ ନେତା ସୌରଭ ଭରଦ୍ୱାଜ କହିଛନ୍ତି ଯେ ଆମେ ବିଜେପି ନେତାମାନଙ୍କୁ ସିଏମ ହାଉସ ଦେଖାଇବାକୁ ଚାହୁଁଛୁ। ଆମେ ପିଏମ ହାଉସକୁ ମଧ୍ୟ ଯିବା ଏବଂ ସେଠାରେ ଥିବା ସୁବିଧା ମଧ୍ୟ ଦେଖିବାକୁ ଚାହିଁବୁ।

Advertisment

ଆପ୍‌ ନେତାମାନେ ମିଡିଆକୁ ଭିରତକୁ ନେବା ପାଇଁ ଜିଦ୍ ଧରି ବସିଛନ୍ତି। ସେ ସିଏମ ହାଉସକୁ ଗଣମାଧ୍ୟମକୁ ଦେଖାଇବାକୁ ଚାହୁଁଛନ୍ତି। ସିଏମ୍ ବାସଭବନ ବାହାରେ ପୋଲିସ ବ୍ୟାରିକେଡ୍ କରିଛି। କେଉଁ ନିୟମ ଅନୁଯାୟୀ ସେମାନଙ୍କୁ ଭିତରକୁ ଯିବା ବନ୍ଦ କରାଯାଇଛି ବୋଲି ଆପ୍‌ ନେତାମାନେ ପଚାରିଛନ୍ତି।

Arvind Kejriwal Delhi CM House