Advertisment

ବନ୍ଦ ହୋଇଯିବ କି ମାଗଣା ବିଜୁଳି ଯୋଜନା ? ଆପ୍‌ ସରକାର ଓ ଉପ ରାଜ୍ୟପାଳ ମୁହାଁମୁହିଁ

ବସିଡି ବ୍ୟବସ୍ଥାକୁ ପରବର୍ତ୍ତୀ ବର୍ଷଗୁଡ଼ିକରେ ଲାଗୁ କରିବା ପାଇଁ ପ୍ରସ୍ତୁତ ଫାଇଲକୁ ଉପ ରାଜ୍ୟପାଳ କିଭେ ସକ୍ସେନା ଏଯାଏ ଅନୁମୋଦନ ଦେଇନାହାନ୍ତି।

Blame Game

Blame Game

Advertisment

ଆପ୍‌ ନେତୃତ୍ୱାଧୀନ ଦିଲ୍ଲୀ ସରକାର ଓ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କ ମଧ୍ୟରେ ପୁଣିଥରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। ଏଥର ଦିଲ୍ଲୀର ୪୬ ଲକ୍ଷ ଲୋକଙ୍କୁ ବିଜୁଳି ଉପରେ ମିଳୁଥିବା ସବସିଡିକୁ ନେଇ ବିବାଦ ଦେଖାଯାଇଛି।

Advertisment

ଦିଲ୍ଲୀର ଶକ୍ତିମନ୍ତ୍ରୀ ଆତିଶି ଘୋଷଣା କରିଛନ୍ତି ଯେ ଶୁକ୍ରବାର ଠାରୁ ଲୋକଙ୍କୁ ମୁଳୁଥିବା ସବସିଡି ବନ୍ଦ ହୋଇପାରେ। କାରଣ ସବସିଡି ବ୍ୟବସ୍ଥାକୁ ପରବର୍ତ୍ତୀ ବର୍ଷଗୁଡ଼ିକରେ ଲାଗୁ କରିବା ପାଇଁ ପ୍ରସ୍ତୁତ ଫାଇଲକୁ ଉପ ରାଜ୍ୟପାଳ କିଭେ ସକ୍ସେନା ଏଯାଏ ଅନୁମୋଦନ ଦେଇନାହାନ୍ତି।

ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ଶକ୍ତି ମନ୍ତ୍ରୀ ଆତିଶି କହିଛନ୍ତି, “ଆମେ ୪୬ ଲକ୍ଷ ଲୋକଙ୍କୁ ଦେଉଥିବା ସବସିଡି ଆଜି ଠାରୁ ବନ୍ଦ ହୋଇ ଯାଇପାରେ। ସୋମବାର ଠାରୁ ଲୋକମାନେ ସବସିଡି ନଥିବା ବିଜୁଳି ବିଲ୍‌ ପାଇବେ। ଆଗମୀ ବର୍ଷଗୁଡ଼ିକରେ ଲୋକଙ୍କୁ ସବସିଡି ଯୁକ୍ତ ବିଜୁଳି ଦେବା ପାଇଁ ଆପ ସରକାର ନିଷ୍ପତ୍ତି ନେଇଛନ୍ତି। ବଜେଟରେ ଏହାର ବ୍ୟବସ୍ଥା ମଧ୍ୟ କରାଯାଇଛି। ହେଲେ ଉପ ରାଜ୍ୟପାଳ ଫାଇଲକୁ ଚାପି ରଖିଛନ୍ତି।”

Advertisment

ତେବେ ଏହି ସବୁ ଅଭିଯୁକ୍ତକୁ ଭିତ୍ତିହୀନ କହିଛି ଉପ ରାଜ୍ୟପାଳ ସକ୍ସେନାଙ୍କ ଅଫିସ। ଅଯଥା ରାଜନୀତିରୁ ଆତିଶି ଦୂରେଇ ରୁହନ୍ତୁ। ସବସିଡିର ଡେଡ ଲାଇନ ଏପ୍ରିଲ ୧୫ ଥିବା ବେଳେ କାହିଁକି ଏପ୍ରିଲ ୪ ଯାଏ ଏହାକୁ ପକାଇ ରଖାଯାଇଥିଲା। ଏପ୍ରଲ ୧୧ରେ ଫାଇଲ ଉପ ରାଜ୍ୟପାଳଙ୍କ ପାଖକୁ ଆସିଥିବା ତାଙ୍କ ଅଫିସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

ଆତିଶି ଦାବି କରିଛନ୍ତି ଯେ ସେ ଉପ ରାଜ୍ୟପାଳଙ୍କୁ ଭେଟିବା ପାଇଁ ୫ ମିନିଟର ସମୟ ମାଗିଥିଲେ। ହେଲେ ଏହାକୁ ୨୪ ଘଣ୍ଟା ବିତି ଯାଇଥିଲେ ହେଁ ତାଙ୍କୁ ଉପ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଯାଏ ଭେଟଘାଟ ପାଇଁ ଅନୁମତି ଦିଆଯାଇନି। ବିଧାନସଭାରେ ସବସିଡି ବାବଦ ବଜେଟ ପାରିତ ହୋଇଛି। ସବସିଡି ପାଇଁ ସରକାରଙ୍କ ପାଖରେ ଟଙ୍କା ଅଛି। କିନ୍ତୁ ଏହାକୁ ଖର୍ଚ୍ଚ କରିପାରୁନୁ ବୋଲି ସେ କହିଛନ୍ତି।

ଦିଲ୍ଲୀର ଆପ୍‌ ସରକାର ୨୦୦ ୟୁନିଟ ଯାଏ ବିଜୁଳି ମାଗଣାରେ ଦେଉଛନ୍ତି। ୨୦୧ରୁ ୪୦୦ ୟୁନିଟ ଖର୍ଚ୍ଚ କରୁଥିବା ଲୋକଙ୍କୁ ସେମାନଙ୍କ ବିଲ ଉପରେ ୫୦%ର ସବସିଡି ମିଳୁଛି। ଗତବର୍ଷ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ଯେଉଁମାନେ ଆବେଦନ କରିବେ ସେମାନଙ୍କୁ ସବସିଡି ମିଳିବ।

ଦିଲ୍ଲୀରେ ୫୮ ଲକ୍ଷ ଘରୋଇ ଉପଭୋକ୍ତା ଥିବା ବେଳେ ୪୬ ଲକ୍ଷ ଲୋକ ସବସିଡି ପାଇଁ ଆବେଦନ କରିଛନ୍ତି। ୨୦୨୩-୨୪ ବର୍ଷ ପାଇଁ ଆପ୍‌ ସରକାର ବିଜୁଳି ସବସିଡି ପାଇଁ ୩,୨୫୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

Power Politics AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe